Jump to content

ରୁହାଇବା

ଉଇକିଅଭିଧାନ‌ରୁ

ରୁହାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ରୁହ ଧାତୁ)[ସମ୍ପାଦନା]

୧. ସ୍ଥାପିତ କରିବା — ୧. To place.
୨. ରଖାଇବା —୨. To cause to stay; to stop.

[ଉ—ଶୁଣି ଜାନକୀ ଜେମା ଜଣାଇଲେ ଭୋ ଦେବ ଏଠାରେ ଯାନ ରୁହାଇବା ବିଶ୍ୱନାଥ ବିଚିତ୍ର ରାମାୟଣ ]

୩. ସ୍ଥିର କରିବା — ୩. To settle.
୪. ସ୍ଥିର କରି ରଖିବା — ୪. TO set.
୫. ନିବର୍ତ୍ତାଇବା —୫. To dissuade
୬. (ସଂସ୍କୃତ - ରୁହ ଧାତୁ ଣିଚ୍; ରୋପି ଧାତୁ) ରୁଆଇବା; ରୋପଣ କରିବା —୬. To plant.
୭. ଅଟକାଇବା —୭. To obstruct; to restrain.

[ଉ—ଏଡ଼େ ଭରସା ଗର୍ବ ବହ, ରାଜା ମଢ଼ିଆଳ ରୁହାଅ ଜଗନ୍ନାଥ ଭାଗବତ ]