ରେ

ଉଇକିଅଭିଧାନ‌ରୁ

ରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ଅ—(ରୁ ଧାତୁ=ଶବ୍ଦ କରିବା+ଭାବ.ଏ)[ସମ୍ପାଦନା]

ଆରେ! (ନୀଚାର୍ଥକ. ସମ୍ୱୋଧନ)—ହେଇରେ! ହେଇରେ! ହୋଇରେ! (Interjection used towards a person lower than the speaker). Hallo!

[ଦ୍ରଷ୍ଟବ୍ୟ — ଉଚ୍ଚ ପଦସ୍ଥ ବ୍ୟକ୍ତିକୁ ସଂବୋଧନ—ହେ! ଆହେ! ହଇହେ! ଅତି ଆଦରାର୍ଥରେ ମଧ୍ୟ ସମ୍ୱୋଧନସୂଚକ ପଦରୂପେ 'ରେ'ର ବ୍ୟବହାର ହୁଏ ଯଥା—'ଥାପିରେ କହ ତଥାପିରେ ପିରୟ ସଖି' (କବିସୂର୍ଯ୍ୟ କିଶୋରୀଚମ୍ପୁ, ଥ ଗୀତ) ଉଚ୍ଚପଦସ୍ଥ ବ୍ୟକ୍ତିଙ୍କର ନିମ୍ନତର ଲୋକଙ୍କୁ ହୋ! ଆହୋ! ତହିଁରୁ ନିମ୍ନତର ଲୋକଙ୍କୁ ରେ! ଆରେ! ହଇରେ! ହୋଇରେ! ହାଁରେ! ଇରେ! ଏବଂ ତହିଁରୁ ନିମ୍ନତରଲୋକଙ୍କୁ ବେ! ଆବେ! ଇବେ! ହାବେଁ! ହଇବେ! ଆଦି ପ୍ରୟୋଗ କରାଯାଏ ଅତି ଆଦରାର୍ଥରେ ଓ ଦେବତାଙ୍କୁ ମଧ୍ୟ ସମ୍ୱୋଧନସୂଚକ ପଦରୂପେ 'ରେ'ର ବ୍ୟବହାର ଦେଖାଯାଏ ଯଥା—'ଆହାରେ ଦଇବ! ସତେ କି ସାଧିବୁ ଦାଉ ତୁହି ଏତେ ଦିନେ' ରାଧାନାଥ ମହାଯାତ୍ରା ସ୍ଥଳବିଶେଷରେ ମଧ୍ୟ ସ୍ତ୍ରୀ ଓ ସହଚରୀମାନଙ୍କ ପ୍ରତି ସ୍ନେହ ସୂଚକ ସଂବୋଧନରେ 'ରେ' ବ୍ୟବହୃତ ହୁଏ ଯଥା—'କି ହେଲାରେ ! କହି ତ ନୁହଇ ଭାରତୀରେ' ସାଧାରଣତଃ 'ରେ' ପୁରୁଷ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ଓ ସ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ 'ରେ' ସ୍ଥଳରେ ଲୋ! ଆଲୋ! ଇଲୋ! ହଇଲୋ! ଆଦି ବ୍ୟବହତ ହୁଏ 'ରେ'ଶବ୍ଦର ଅନ୍ୟାନ୍ୟରୂପ ଆରେ, ଇରେ, ହଇରେ, ହେଇରେ; ହୋଇରେ କଥାରେ ଜୋର୍ ଦେବା ପାଇଁ ମଧ୍ୟ ଆରେ! ଆରେରେ! ଇରେରେ! ରେରେ! ବ୍ୟବହୃତ ହୁଏ ସ୍ଥୂଳତଃ ଯେଉଁ ବ୍ୟକ୍ତିପ୍ରତି 'ତୁ' ବ୍ୟବହୃତ ହେବ, ସେ ବ୍ୟକ୍ତିପ୍ରତି 'ରେ' ସମ୍ୱୋଧନ କରାଯାଇ ପାରିବ



ରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ଅ. (ବିଭକ୍ତି)—(ସଂସ୍କୃତ - ଏ)[ସମ୍ପାଦନା]

[ବିଶେଷ୍ୟ ଓ ସର୍ବନାମ ପଦର ସପ୍ତମୀ ବିଭକ୍ତି ବା ଅଧିକରଣ କାରକର ଚିହ୍ନ — The inflection of the ୭th. case of nouns and pronouns-In; at;

ଦ୍ର—

ସପ୍ତମୀ ବିଭକ୍ତିରେ ପଦ ସଙ୍ଗେ 'ରେ' ବା 'ଏ' ଯୋଗ ହୁଏ ଯଥା—ଘରେ ବା ଘରରେ ] 

୧. ଭିତରେ; ମଧ୍ୟରେ —୧. In.
୨.ଠାରେ —୨. At.
୩. ନିକଟରେ —୩. Near.
୪. ଅନେକଙ୍କ ମଧ୍ୟରେ — ୪. Amongst (many).

[ଉ—ଏକାଟି ଇନ୍ଦ୍ର ସବୁ ବୀରଙ୍କରେ ବୀର କୃଷ୍ଣସିଂହ. ମହାଭାରତ ବନ ]

୫. (ପ୍ରାଚୀନ ପ୍ରୟୋଗ)—ଦ୍ୱିତୀୟା ବିଭକ୍ତିର 'କୁ' — ୫. To.

[ଉ—କୁତ୍ସା କରେଁ ମୁଁ ଧାତାକୁ, କାହିଁକି ସରଜି ତାକୁ, ଚିରାୟୁ ରଖିଲା ଜରତୀରେ କବିସୂର୍ଯ୍ୟ. କିଶୋରୀ. ଚମ୍ପୂକ ଗୀତ ]

୬. (ବିଶେଷ୍ୟ ପରେ ଯୁକ୍ତ) (ଅମୂକ ବିଷୟ) ଘଟିଲେ; ହେଲେ — ୬. In case; in the case or event of.

ଅନୁବାଦ[ସମ୍ପାଦନା]

୭. (ବିଶେଷର ପରେ ଯୁକ୍ତ)ଦ୍ୱାରା —୭. By.

[ଉ—କି ହେଲାରେ! କହିତ ନୁହଇ ଭାରତୀରେ କବିସୂର୍ଯ୍ୟ କିଶୋରୀ ଚମ୍ପୂ କ ଗୀତ ]

ଅନୁବାଦ[ସମ୍ପାଦନା]

୮. ନିକଟରୁ ଠାରୁ —୮. From.

[ଉ—ଶିବଙ୍କୁ ଲଙ୍ଘି ସତୀ ଯାଇ. ପିତାରେ ଅପମାନ ପାଇ ଜଗନ୍ନାଥ. ଭାଗବତ ]

ପ୍ରାଦେଶିକ - (ଉତ୍ତର, ବାଲେଶ୍ୱର) ଅ(ସ୍ତ୍ରୀବ୍ୟକ୍ତିଙ୍କ ପ୍ରତି ପ୍ରଯୁକ୍ତ)[ସମ୍ପାଦନା]

ଲୋ! —Oh

ଯଥା—ଅମ୍ୱିକାରେ!=ଅମ୍ୱିକା ଲୋ!