ଲକ୍

ଉଇକିଅଭିଧାନ‌ରୁ

ଲକ୍ (ଧାତୁ) —

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

୧. ଆସ୍ୱାଦନ କରିବା —୧. To taste.
୨. ପାଇବା —୨. To get.
୩. ଆଚ୍ଛାଦନ କରିବା —୩. To cover.



ଲକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି—(ଇଂରାଜୀ - ଲକ୍)[ସମ୍ପାଦନା]

୧. ତାଲା; କୋଲପ — Padlock.
୨. କେନାଲରେ ଉଚ୍ଚତର ଅଂଶରୁ ନିମ୍ନତର ଅଂଶକୁ ବୋଟ୍ ଆଦି ଯିବା ଆସିବା କରିବାପାଇଁ ସୁକୌଶଳରେ ନିର୍ମିତ ପ୍ରକୋଷ୍ଠ ବିଶେଷ —୨. Lock of a canal with a sluiced gate at the point of change of level .

[ଦ୍ରଷ୍ଟବ୍ୟ —କେନାଲ୍ ମଧ୍ୟରେ ଗୋଟିଏ କୋଠରି ନିର୍ମିତ ହୋଇ ତାହାର ଦୁଇ ପାଖରେ ବଡ଼ ବଡ଼ କବାଟ ଲାଗିଥାଏ ଉକ୍ତ କୋଠରିର ଉପର ପାଖରେ କେନାଲ୍ ଜଳର ପତ୍ତନ ତଳ ପାଖର ପତ୍ତନ ଅପେକ୍ଷା ଉଚ୍ଚତର ଥାଏ ପ୍ରଥମେ ଉଚ୍ଚତର କେନାଲର ଜଳର ସମାନ ପତ୍ତନ କରି, ସେ କୋଠରିରେ ପାଣି ଭର୍ତ୍ତି କରା ଯାଏ ତା ପରେ ସେ କୋଠରି ମଧ୍ୟକୁ ଉପର ଆଡ଼ରୁ ବୋଟ୍ ପୁରା ଯାଏ କୋଠରିରେ ବୋଟ୍ ଭର୍ତ୍ତି ହେଲାରୁ ଉପର ପାଖର କବାଟକୁ ନିବୁଜ କରି ବନ୍ଦ କରି ଦିଆଯାଏ ଏଣେ ତଳ ପାଖର ଚୋରା କବାଟ ବାଟେ ସେ କୋଠରିରୁ ପାଣିକୁ ଧୀରେ ଧୀରେ ଖଲାସ କରି ନିମ୍ନ କେନାଲର ପାଣିର ପତ୍ତନ ସଙ୍ଗେ ସମାନ କରାଯାଏ ନିମ୍ନ ପତ୍ତନ ସଙ୍ଗେ କୋଠରିର ପାଣିର ପତ୍ତନ ସମାନ ହୋଇଗଲେ. ତଳ ପାଖର କବାଟକୁ ଖୋଲି ଦେଇ ବୋଟକୁ ତଳ ଆଡ଼କୁ ବାହାର କରି ଦିଆଯାଏ ପୁଣି ତଳଆଡ଼ୁ ବୋଟ୍ ଆସିଲେ ଏଥିର ବିପରୀତ କୌଶଳ ଅବଲମ୍ୱିତ ହୋଇ, ଅର୍ଥାତ୍ ବୋଟକୁ ସେ କୋଠରିରେ ଭର୍ତ୍ତି କରା ଯାଇ ତଳ କବାଟ ବନ୍ଦ କରି କୋଠରିର ପାଣିକୁ ଉପର କେନାଲର ପାଣିର ପତ୍ତନ ସଙ୍ଗେ ସମାନ କରାଯାଇ ବୋଟ୍କୁ ଉପର ଆଡ଼କୁ ଛାଡ଼ି ଦିଆ ଯାଏ ଏହି କୌଶଳମୟ ଜଳ ପ୍ରକୋଷ୍ଠକୁ 'ଲକ୍' ବୋଲାଯାଏ ଇଂରାଜିରେ 'ଲକ୍' (Lock') ଶବ୍ଦର ଅର୍ଥ କୋଲପ ଏ କୋଠରିରେ ଦୁଇଆଡ଼ୁ କୋଲାପ ପଡ଼ି ପାଣିକୁ ଅବରୋଧ କରାଯିବାରୁ ଏହାକୁ 'ଲକ୍' ବୋଲାଯାଏ

ଭୁମଧ୍ୟସାଗର ଓ ଆରବ ସାଗର ମଧ୍ୟସ୍ଥ 'ସୁଏଜ୍' କେନାଲ ଏବଂ ଆଟ୍ଲାଣ୍ଟିକ୍ ଓ ପ୍ରଶାନ୍ତ ମହାସାଗର ମଧ୍ୟସ୍ଥ 'ପାନାମା' କେନାଲ୍ରେ ଜାହାଜ ଯିବାଆସିବା ପାଇଁ ଲକ୍ମାନ ନିର୍ମିତ ହୋଇଅଛି]

[ଲକ୍ପେଲ୍—ଅନ୍ୟରୁପ]