ଲକ୍ଷ୍ମୀ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ, ଆଗମ)[ସମ୍ପାଦନା]

୧. ମହାଲକ୍ଷ୍ମୀ; ବିଷ୍ଣୁଙ୍କର ଦୁଇ ପତ୍ନୀଙ୍କ ମଧ୍ୟରୁ ଜଣେ —୧. Name of one of the two wives of God Bishṇu.

[ଦ୍ରଷ୍ଟବ୍ୟ — ନାରାୟଣଙ୍କର ଦୁଇ ପତ୍ନୀ, ଲକ୍ଷ୍ମୀ ଓ ସରସ୍ୱତୀ ଲକ୍ଷ୍ମୀ ପୃଥୀବୀରେ ସୌନ୍ଦର୍ଯ୍ୟ, ଶୋଭା, ଧନ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟରେ ଅଧିଷ୍ଠାତ୍ରୀ ଦେବୀ ବୋଲି ପ୍ରସିଦ୍ଧ ଏହାଙ୍କ ବର୍ଣ୍ଣ, ଶ୍ୱେତଚମ୍ପକ ବା କଞ୍ଚନ ଫୁଲ ବା ହସ୍ତିଦନ୍ତ ପରି, କଟି ଅତି ସୁକ୍ଷ୍ମ, ନିତମ୍ୱ ବିଶାଳ ଓ ହାତ ୪ଟି ବୋଲି କଳ୍ପିତ ଏ ଅତ୍ୟନ୍ତ ସୁନ୍ଦରୀ ଓ ସଦାୟବତୀ ମହର୍ଷି ଭୃଗୁଙ୍କ ଔରସରେ ଖ୍ୟାତିଙ୍କ ଗର୍ଭରେ ଏ ଜନ୍ମଗ୍ରହଣ କରିଥିଲେ ଦେବରାଜ ଇନ୍ଦ୍ରଙ୍କୁ ଦୁର୍ବାସା ଅଭିଶାପ ଦେବାରୁ ତ୍ରିଲୋକ ଶ୍ରୀହୀନ ହେଲା ଓ ଲକ୍ଷ୍ମୀ ସମୁଦ୍ର ଗର୍ଭରେ ନିମଜ୍ଜିତା ହେଲେ ପରେ ଦେବାସୁରମାନେ କ୍ଷୀର ସମୁଦ୍ରକୁ ମନ୍ଥନ କରିବା ବେଳେ ଲକ୍ଷ୍ମୀ ସମୁଦ୍ର ମଧ୍ୟରୁ ବାହାରିଲେ ନାରାୟଣଙ୍କ ଭିନ୍ନ ଭିନ୍ନ ଅବତାରରେ ଏ ଭିନ୍ନ ଭିନ୍ନ ରୂପରେ ଜନ୍ମଗ୍ରହଣ କରି ତାଙ୍କ ସ୍ତ୍ରୀ ହୋଇଅଛନ୍ତି ଏ ସୀତା ରୂପରରେ ପୃଥୀବୀ ଗର୍ଭରୁ ବାହାରି ଜନକଙ୍କଦ୍ୱାରା ପାଳିତା ହୋଇ ରାମଚନ୍ଦ୍ରଙ୍କୁ ବିବାହ କରିଥିଲେ ଓ ପରେ ରୁକ୍ମଣୀରୂପେ, ଶ୍ରୀକୃଷ୍ଣଙ୍କୁ ବିବାହ କଲେ]

୨. ରାମଚନ୍ଦ୍ରଙ୍କ ପତ୍ନୀ; ସୀତା — ୨. Sītā, the wife of Rama.
୩. ଶ୍ରୀ; ଶୋଭା; ସୌନ୍ଦର୍ଯ୍ୟ —୩. Beauty; grace; splendor.
୪. ଶ୍ରୀ; ଐଶ୍ୱର୍ଯ୍ୟ; ସଂମ୍ପତ୍ତି; ଧନ —୪. Prosperity; riches; wealth.
୫. ଶ୍ରୀ; ଭାଗ୍ୟ; ସୌଭାଗ୍ୟ —
୫. Fortune; luck.

୬. ଦୁର୍ଗା —୬. Goddess. Durgā
୭. ରାଜଶ୍ରୀ —୭. The Deity said to preside over a king's prosperity; splendour attached to a king; kingly grandeour personified.
୮. ଫଳିନୀ ବୃକ୍ଷ — ୮. A fruit-bearing tree.
୯. ଶମୀ; ଶାଇଁ ଗଛ —୯. The Spung tree; prosopis Spicigera (tree).
୧. ସ୍ଥଳପଦିନୀ —୧୦. Jonidinam suffruticosum.
୧୧. ବୀର ପତ୍ନୀ —୧୧. The wife of a hero.
୧୨. ହରିଦ୍ରା; ହଳଦୀ — ୧୨. Turmeric.
୧୩. ଋଦ୍ଧି ନାମକ ମହୌଷଧ — ୧୩. A sort of rare medicinal root.
୧୪. ପ୍ରିୟଙ୍ଗୁ ବୃକ୍ଷ —୧୪. Agalia Roxburghiana (tree),
୧୫. ମୁକ୍ତା —୧୫. Pearl.
୧୬. ମୋକ୍ଷପ୍ରାପ୍ତି —୧୬. Beatituyde; salvation.
୧୭. ଏକ ବର୍ଣ୍ଣବୃତ୍ତ (ଏଥିର ପ୍ରତ୍ୟେକ ଚରଣରେ ୨ ରଗଣ, ୧ ଗୁରୁ. ଓ ୧ ଲଘୁ ଅକ୍ଷର ଥାଏ—ହିନ୍ଦୀ - ଶବ୍ଦସାଗର) — ୧୭. Name of a metre.
୧୮. ଆର୍ଯ୍ୟାଛଦନ ୨୬: ପ୍ରକାରରୁ ଏକତମ (ହିନ୍ଦୀ - ଶ.) —୧୮. Name of a variation of the Ārjyā metre.

[ଦ୍ରଷ୍ଟବ୍ୟ — ଏଥିର ପ୍ରତ୍ୟେକ ଚରଣରେ ୨୭: ଗୁରୁ ଓ ୩ ଲଘୁ ବର୍ଣ୍ଣ ଥାଏ—ହିନ୍ଦୀ - ଶ]

୧୯. ବୃଦ୍ଧି ନାମକ ମହୌଷଧ— (ହିନ୍ଦୀ - ଶ) -୧୯. Name of a rare herb.
୨. ବୀର ସ୍ତ୍ରୀ (ହିନ୍ଦୀ - ଶ) —୨୦. A heroic or valiant woman.
୨୧. ଗୃହ ସ୍ୱାମିନୀ (ହିନ୍ଦୀ - ଶ) — ୨୧. The mistress of the house.
୨୨. ପଦ୍ମ (ହିନ୍ଦୀ - ଶ) —୨୩. The white-leaved variety of the Holy Basil plant.
୨୪. ମୋଣ୍ଢାଶିଂଘୀ (ହିନ୍ଦୀ - ଶ) —୨୪. The screw tree; Gymnema Sylvestre.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସ୍ତ୍ରୀମାନଙ୍କ ନାମ — ୧. A name given to females.
୨. (ଫୁଂ) ଲକ୍ଷ୍ମୀକାନ୍ତ, ଲକ୍ଷ୍ମୀଧର ଆଦି ପୁରୁଷଙ୍କ ଡ଼ାକ ନାମ — ୨. Name for calling Lakshmīkānta. Lakshmīdhara etc.
୩. ସୁଲକ୍ଷଣଯୁକ୍ତା ଓ ସୌଭାଗ୍ୟବତୀ ସ୍ତ୍ରୀ —୩. A lucky and graceful woman.
୪. ସତ୍ୟବାଦୀ ନିବାସୀ ଜନୈକ ପଣ୍ଡାର କନ୍ୟା (ସତ୍ୟବାଦୀ ଗୋପୀନାଥ—ଦେଖ) —୪. The name of the daughter of a paṇdā sebaka of the temple ar Satyabādī (Sakhigopal) in the Puri district;

[ଉ— ଦ୍ୱିଜ କନ୍ୟା ଲକ୍ଷ୍ମୀ] ସ୍ନାନେ ପୁଣ୍ୟନାରା, ସୌଗନ୍ଧିକ ରନ୍ଧେ ଚାରୁ ରତ୍ନଚିରା ରାଧାନାଥ ଚିଲିକା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସ୍ତ୍ରୀ)[ସମ୍ପାଦନା]

ଲକ୍ଷ୍ମୀଙ୍କ ପରି ସୁନ୍ଦରୀ ଓ ସୁଲକ୍ଷଣା — Fair and auspicious (girl).