ଲକ୍ଷ୍ମୀପୂଜା

ଉଇକିଅଭିଧାନ‌ରୁ

ଲକ୍ଷ୍ମୀପୂଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲକ୍ଷ୍ମୀବ୍ରତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଲକ୍ଷ୍ମୀ+ପୂଜା)[ସମ୍ପାଦନା]

୧. କୁମାରପୂର୍ଣ୍ଣିମା ବା ଆଶ୍ୱିନପୁର୍ଣ୍ଣିମା ରାତ୍ରିରେ ନାରିକେଳ ଚିପଟକାଦି ନୈବେଦ୍ୟଦ୍ୱାରା ଲକ୍ଷ୍ମୀ ଦେବୀଙ୍କର ପୂଜା —୧. The worship of Goddess Lakshmī on the night of the fullmoon of Āṡwina.
୨. ଧନ ଓ ସୌଭାଗ୍ୟବୃଦ୍ଧି ପାଇଁ ପ୍ରତି ଗୁରୁବାର ଦିନ ଓ ବିଶେଷତଃ ମାର୍ଗଶିର ମାସ ଗୁରୁବାର ଦିନ ଗୋଟିଏ ପୀଢ଼ା ଉପରେ ଶୁକ୍ଳ ଧାନ୍ୟକୁ ମାଣରେ ବା ଗୌଣିରେ ପୂର୍ଣ୍ଣ କରି ରଖି ବସ୍ତ୍ରାଳଙ୍କାର ଭୁଷିତ କରି ତାକୁ ଲକ୍ଷ୍ମୀରୂପେ କଳ୍ପନା କରି ତାଙ୍କୁ ପୂଜା ଓ ଯାହାଙ୍କ ଘରେ ଲକ୍ଷ୍ମୀପ୍ରତିମା ଥାଆନ୍ତି ତାଙ୍କୁ ସେ ଦିନ କରାଯିବା ବିଶିଷ୍ଟ ପୂଜା —୨. Worship of Goddess Lakshmī on Thursdayas and specially on the Thursdays of Mārga—ṡira.
୩. କୌଣସି ମାସର ଶୁକ୍ଳଦଶମୀ ଦିନ ଗୁରୁବାର ପଡ଼ିଲେ ସେ ଦିନ କରାଯିବା ଲକ୍ଷ୍ମୀଙ୍କର ପୂଜା; ସୁଦଶା ବ୍ରତ —୩. Worship of Lakshmī on the tenth day of a bright lunar fortninght of any month if it falls on a Thursday.
୪. ଶୁକ୍ଳ ପଞ୍ଚମୀ ଦିନ ଗୁରୁବାର ପଡ଼ିଲେ ସେ ଦିନ କରାଯିବା ଲକ୍ଷ୍ମୀପୂଜା; ଗୁରୁପଞ୍ଚମୀ ବ୍ରତ —୪. Worship of Lakshmī on the fifth day of the bright lunar frotnight of a month if it falls on a Thursday.
୫. କାର୍ତ୍ତିକ ଅମାବାସ୍ୟା ରାତ୍ରିରେ କରାଯିବା ଲକ୍ଷ୍ମୀଙ୍କ ପୂଜା —୫. Worship of Goddess Lakshmī on the new moon night of Kārttika.