ଲଗାଇବା

ଉଇକିଅଭିଧାନ‌ରୁ

ଲଗାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରିୟାପଦ -[ସମ୍ପାଦନା]

(ସଂସ୍କୃତ - ଲଗ୍ ଧାତୁ ଣିଜନ୍ତ; ଲାଗିବା କ୍ରିୟାର ଣିଜନ୍ତରୂପ —Causative of Lāgibā)

୧. ଏକ ବସ୍ତୁ ସଙ୍ଗେ ଅନ୍ୟ ବସ୍ତୁକୁ ସଂଲଗ୍ନ କରିବା; ଯୁକ୍ତ କରିବା; ଯୋଡ଼ିବା —୧. To Attach. to join a thing to another.

[ଯଥା— ଲୁଗାରେ ଜରି ଲଗାଇବା, କାଗଜରେ ଅଠା ଲଗାଇବା]

[ଉ— ଲଗାଇଛି ଫାଶ ସେହୁ ସମସ୍ତଙ୍କ ଗଳେ ରାଧାନାଥ ମହାଯାତ୍ରା]

୨. ଦେହରେ ଅଳଙ୍କାରାଦି ପିନ୍ଧିବା; ଭରିବା; ଘେନିବା; ନାଇବା —୨. To put on (dress etc on the body); to wear.

(ଯଥା— ଅଳଙ୍କାର, ମାଳ, ହାର, ପ୍ରଚକ୍ଷୁ ଲଗାଇବା, କୁର୍ତ୍ତା, କୋଟ୍ ଲଗାଇବା

[ଉ—ଗନ୍ଧର୍ବ ଅପସରା ସେ ଫୁଲ ତୋଷରେ, ମାଗି କରି ଆଗ ଲଗାନ୍ତି ଶିର ପରେ କୃଷ୍ଣସିଂହ. ମହାଭାରତ.ବନ ଦୁଇ ଆଙ୍ଗୁଠିରେ କଷିଣୀ ଲଗାଇଲେ— କୃଷ୍ଣସିଂହ. ମହାଭାରତ ବନ]

୩. (ନିଜର ଦେହରେ ତୈଳାଦି) ବୋଳି ହେବା —୩. To anoint; to besmear oil etc on one's own body

(ଯଥା, ମଲପା ବା ତେଳ ଲଗାଇବା, ସିନ୍ଦୁର କଜ୍ଜ୍ୱଳ ଲଗାଇବା)

୪. ଲୋକ ଆଦିଙ୍କୁ କୌଣସି କାର୍ଯ୍ୟରେ ନିଯୁକ୍ତ କରିବା; ନିୟୋଜିତ କରିବା —୪. To engage or employ persons in a work

(ଯଥା—ମୁଲିଆ ଲଗାଇବା)

୫. (ଅମୁକରେ) ଅଗ୍ନି ସଂଯୋଗ କରିବା; ଜାଳିବା — ୫. To set fire to.

[ଯଥା—ଦୀପ ଲଗାଇବା, ବାଣ ଲଗାଇବା , ବତି ଲଗାଇବା, ଚାଲି ଲଗାଇବା

(ଦ୍ର— ଅଗ୍ନି ସଂଯୋଗ କରିବା ଅର୍ଥରେ ଚୀଲିରେ ନିଆ ଲଗାଇବା ଓ ଚିଲି ଲଗାଇ ବା;ଦୀପ ଲଗାଇବା ଓ ଦୀପରେ ଆଲୁଅ ଲଗାଇବା; ବାଣ ଲଗାଇବା ଓ ବାଣରେ ନିଆଁ ଲଗାଇବା ଏପରି ୨ଟି ରୁପରେ ବ୍ୟବହାର ହୁଏ)

୬. ଆଘାତ କରିବା; ପ୍ରହାର କରିବା —୬. To strike.

(ଯଥା—ପାହାର ଲଗାଇବା; ବେତ ଲଗାଇବା, ଚାବୁକ୍ ଲଗାଇବା)

[ଦ୍ରଷ୍ଟବ୍ୟ —ପ୍ରହାର କରିବା ଅର୍ଥରେ ବେତ ଲଗାଇବା ଓ ବେତରେ ପାହାର ଲଗାଇବା ବ୍ୟବହୃତ ହୁଏ)

୭. (ଗଛ ଆଦି) ରୋପଣ କରିବା; ରୋଇବା —୭. To plant (trees)

[ଯଥା— ଗଛ ଲଗାଇବା, ତଳି ଲଗାଇବା]

[ଉ— ଭଲା ତ ମୋ କପାଳ ଲଗାଇଲି ରସାଳ, ନିମ୍ନ ତ ଫଳିଲାରେ କବିସୂର୍ଯ୍ୟ. ସଙ୍ଗୀତ]

୮. କିଛି ସମୟ ବ୍ୟାପୀ କୌଣସି କାର୍ଯ୍ୟ କରିବା; ଅମୁକ କର୍ମରେ କେତେକ ସମୟ ନିଯୁକ୍ତ ହେବା —୮. To go on doing a work for some time ; to be engaged in doing a work.

[ଯଥା— କଳି ଲଗାଇବା, ମାଡ଼ ଗୋଳ ଲଗାଇବା, ନାଟ ଲଗାଇବା ଇତ୍ୟାଦି]

୯. (ଦେବତାଙ୍କୁ ନୈବେଦ୍ୟ) ଅର୍ପଣ କରିବା —୯. To offer offering to a Deity.

[ଯଥା— ଭୋଗ ଲଗାଇବା, ନୈବେଦ୍ୟ ଲଗାଇବା]

୧. କୌଣସି ବ୍ୟକ୍ତିଠାରେ (ଦୋଷ ଆଦି) ଆରୋପ କରିବା —୧୦. To ascribe a fault to a person.

[ଯଥା—କଳଙ୍କ ଲଗାଇବା, ବାଟିଆ ଲଗାଇବା, ସୁନାମରେ କାଳି ଲଗାଇବା] ===

୧୧. ଖାଇ ସାରି ଖାଇବା ସ୍ଥାନକୁ ମାର୍ଜିତ ବା ପରିଷ୍କୃତ କରିବା —୧୧. To cleanse a place where food was taken.

[ଯଥା— ଅଇଣ୍ଠା ଲଗାଇବା]

୧୨. କୌଣସି ବ୍ୟକ୍ତି ପ୍ରତି ବୀର, ବାହୁଟି ଆଦି ପ୍ରୟୋଗ କରିବା ବା ପେଷିବା —୧୨. To set an evil spirit to possess a person

[ଯଥା—ବୀର ଲଗାଇବା,ଭୁତ ଲଗାଇବା]

୧୩. ଲେପନ କରିବା —୧୩. To smear.

[ଯଥା— ପାନରେ ଚୁନ ଲଗାଇବା]

[ଉ—ସୁଗନ୍ଧ କୁଚେ ଲଗାଇଲେ, କାମ ଅନଳ ଲିଭାଇଲେ ଜଗନ୍ନାଥ. ଭାଗବତ]

୧୪. ଅକର୍ମକ (ବର୍ଷା ଆଦି) ବହୁ ଦିନ ବ୍ୟାପିବା —୧୪. To continue for a long time.

[ଯଥା— ୩ ଦିନ ହେଲା ଝଡ଼ି ଲଗାଇଛି; ବର୍ଷା ଲାଗିଇଛି]

୧୫. (ଖାଦ୍ୟାଦି) ପରିବେଷଣ କରିବା ୧୫. To serve (food). [ଯଥା— ପତରରେ ଭାତ, ତିଅଣ, ଡ଼ାଲି, ଖିରି, ମହୁର ପିଠା ଆଦି ଲଗାଇବା]
୧୬. (ହାତରେ) ସ୍ପର୍ଶ କରିବା —୧୬. To touch with (the hand).

[ଯଥା— ମୋ ଦିହରେ ହାତ ଲଗାଇବ ନାହିଁ]

୧୭. To backbite; to speak evil of a person behind his back

[ଉ— କେ କିସ ଲଗାଇ କହିଛି ଆରେ ସହି, ଏଥିକି ରୋଷ ବିହ, ଆନନ ତାଙ୍କୁ ତଳେ—ସଙ୍ଗୀତ]

୧୮. ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବନ୍ଧୁତା, ଶତ୍ରୁତା, ବିବାଦ ଆଦି କୌଣସି ଭାବର ବା ସଂପର୍କର ସୁତ୍ରପାତ କରାଇବା — ୧୮. To cause the growth of good or bad feeling between two person.

[ଯଥା— ପ୍ରୀତି ଲଗାଇବା, ଭାବ ଲଗାଇବା, ବିବାଦ ଲଗାଇବା]

୧୯. ନୌକା ଓ ବୋଟ ପ୍ରଭୃତିକୁ ଆଣି କୂଳରେ ପହଞ୍ଚାଇବା —୧୯. To bring a boat to the shore.

[ଉ— ଭାସିଲିଟି ଡାକିକଟି ସ୍ମର ଅକୂ— ପାରେ, ତରୁଣି ତରଣୀ ହୋଇ ଲଗାଅ ତୁ ପାରେ କବିସୂର୍ଯ୍ୟ . ସଙ୍ଗୀତ]

୨. କୌଣସି ପ୍ରକାର ପ୍ରାକୃତିକ ଅସ୍ୱାସ୍ଥ୍ୟକର ଜଳବାୟୁର ସଂମ୍ପର୍କରେ ଅସିବା — ୨୦. To expose one's body to (cold etc).

[ଯଥା ଦେହରେ ଥଣ୍ଡା ଲଗାଇବା]

୨୧. କୌଣସି ବ୍ୟକ୍ତିଙ୍କୁ ,କୌଣସି କାର୍ଯ୍ୟ ପାଇଁ ଉପର୍ଯ୍ୟୁପରି ଅନୁରୋଧ, ପ୍ରାର୍ଥନା ବା ଜିଗର୍ କରିବା —୨୧. To implore; to entreat ernestly; to importune.

[ଯଥା— ଯାତ୍ରା ଦେଖି ଯିବାକୁ ପିଲାଟା ମୋ ସଙ୍ଗେ ୩ ଦିନ ହେଲା ଲଗାଇଛି]

୨୨. ସୁଧ ବା ଲାଭ ପାଇବା — ୨୨. To invest money for profit or on business.

(ଯଥା— ଟଙ୍କା କରଜ ଲଗାଇବା,ଟଙ୍କା ବେପାରରେ ଲଗାଇବା, ଟଙ୍କା କାଢ଼ିଆରେ ଲଗାଇବା)

୨୩. କୌଣସି ବିଶିଷ୍ଟ କାର୍ଯ୍ୟ ପାଇଁ ଧନ ବା ବସ୍ତୁକୁ ବ୍ୟୟ କରିବା ୨୩. To spend money etc or employ any thing on a particular matter.

(ଯଥା—ମୁଁ ୩ ଟଙ୍କା ଲଗାଇ ବିଭାଘର କଲି; ଏ କୁର୍ତ୍ତାରେ ୩ ଗଜ କନା ଲଗାଇଲି)

(ଉ— ଲଗାଇ ନିଜ ଧନ ପ୍ରାଣ, ଲୋକର କର ହେ କଲ୍ୟାଣ ମଧୁସୁଦନ, ଛନ୍ଦମାଳା)

୨୪. କୌଣସି ବ୍ୟକ୍ତି ସଙ୍ଗେ କଳି ବା ଅନର୍ଥ ଭିଆଇବା ବା ବିବାଦ କରିବା —୨୪. To start a quarrel or dispute with a person.

(ଯଥା—ବନ୍ଧୁ ସହିତ ଲଗାଇବ ନାହିଁ)

୨୫. ଯୋଚିବା — ୨୫. To yoke.

(ଯଥା— ଗାଡ଼ିରେ ଘୋଡ଼ା ଲଗାଇବା)

୨୬. ସ୍ତ୍ରୀ ପଶୁ ସଙ୍ଗେ ପୁରୁଷ ପଶୁର ସଙ୍ଗମ ହେବାର ବ୍ୟବସ୍ଥା କରିବା; ଜୋଡ଼ ଖୁଆଇବା —୨୬. To cause a male animal to copulate with a female one.
୨୭: ଶିକାର ଆଦିଙ୍କ ପଛରେଠ କୁକୁର ଆଦିଙ୍କୁ ପ୍ରେରଣ କରିବା —୨୭. To set (a dog) on a prey.