ଲଗେଇବା
ଲଗେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ସଂସ୍କୃତ - ଲଗ୍ ଧାତୁ ଣିଜନ୍ତ; ଲାଗିବା କ୍ରିୟାର ଣିଜନ୍ତରୂପ —Causative of Lāgibā)
- ୧. ଏକ ବସ୍ତୁ ସଙ୍ଗେ ଅନ୍ୟ ବସ୍ତୁକୁ ସଂଲଗ୍ନ କରିବା; ଯୁକ୍ତ କରିବା; ଯୋଡ଼ିବା —୧. To Attach. to join a thing to another.
[ଯଥା— ଲୁଗାରେ ଜରି ଲଗାଇବା, କାଗଜରେ ଅଠା ଲଗାଇବା]
[ଉ— ଲଗାଇଛି ଫାଶ ସେହୁ ସମସ୍ତଙ୍କ ଗଳେ ରାଧାନାଥ ମହାଯାତ୍ରା]
- ୨. ଦେହରେ ଅଳଙ୍କାରାଦି ପିନ୍ଧିବା; ଭରିବା; ଘେନିବା; ନାଇବା —୨. To put on (dress
etc on the body); to wear.
(ଯଥା— ଅଳଙ୍କାର, ମାଳ, ହାର, ପ୍ରଚକ୍ଷୁ ଲଗାଇବା, କୁର୍ତ୍ତା, କୋଟ୍ ଲଗାଇବା
[ଉ—ଗନ୍ଧର୍ବ ଅପସରା ସେ ଫୁଲ ତୋଷରେ, ମାଗି କରି ଆଗ ଲଗାନ୍ତି ଶିର ପରେ କୃଷ୍ଣସିଂହ. ମହାଭାରତ.ବନ ଦୁଇ ଆଙ୍ଗୁଠିରେ କଷିଣୀ ଲଗାଇଲେ— କୃଷ୍ଣସିଂହ. ମହାଭାରତ ବନ]
- ୩. (ନିଜର ଦେହରେ ତୈଳାଦି) ବୋଳି ହେବା —୩. To anoint; to besmear oil etc on one's own body
(ଯଥା, ମଲପା ବା ତେଳ ଲଗାଇବା, ସିନ୍ଦୁର କଜ୍ଜ୍ୱଳ ଲଗାଇବା)
- ୪. ଲୋକ ଆଦିଙ୍କୁ କୌଣସି କାର୍ଯ୍ୟରେ ନିଯୁକ୍ତ କରିବା; ନିୟୋଜିତ କରିବା —୪. To engage or employ persons in a work
(ଯଥା—ମୁଲିଆ ଲଗାଇବା)
- ୫. (ଅମୁକରେ) ଅଗ୍ନି ସଂଯୋଗ କରିବା; ଜାଳିବା — ୫. To set fire to.
[ଯଥା—ଦୀପ ଲଗାଇବା, ବାଣ ଲଗାଇବା , ବତି ଲଗାଇବା, ଚାଲି ଲଗାଇବା
(ଦ୍ର— ଅଗ୍ନି ସଂଯୋଗ କରିବା ଅର୍ଥରେ ଚୀଲିରେ ନିଆ ଲଗାଇବା ଓ ଚିଲି ଲଗାଇ ବା;ଦୀପ ଲଗାଇବା ଓ ଦୀପରେ ଆଲୁଅ ଲଗାଇବା; ବାଣ ଲଗାଇବା ଓ ବାଣରେ ନିଆଁ ଲଗାଇବା ଏପରି ୨ଟି ରୁପରେ ବ୍ୟବହାର ହୁଏ)
- ୬. ଆଘାତ କରିବା; ପ୍ରହାର କରିବା —୬. To strike.
(ଯଥା—ପାହାର ଲଗାଇବା; ବେତ ଲଗାଇବା, ଚାବୁକ୍ ଲଗାଇବା)
[ଦ୍ରଷ୍ଟବ୍ୟ —ପ୍ରହାର କରିବା ଅର୍ଥରେ ବେତ ଲଗାଇବା ଓ ବେତରେ ପାହାର ଲଗାଇବା ବ୍ୟବହୃତ ହୁଏ)
- ୭. (ଗଛ ଆଦି) ରୋପଣ କରିବା; ରୋଇବା —୭. To plant (trees)
[ଯଥା— ଗଛ ଲଗାଇବା, ତଳି ଲଗାଇବା]
[ଉ— ଭଲା ତ ମୋ କପାଳ ଲଗାଇଲି ରସାଳ, ନିମ୍ନ ତ ଫଳିଲାରେ କବିସୂର୍ଯ୍ୟ. ସଙ୍ଗୀତ]
- ୮. କିଛି ସମୟ ବ୍ୟାପୀ କୌଣସି କାର୍ଯ୍ୟ କରିବା; ଅମୁକ କର୍ମରେ କେତେକ ସମୟ ନିଯୁକ୍ତ ହେବା —୮. To go on doing a work for some time ; to be engaged in doing a work.
[ଯଥା— କଳି ଲଗାଇବା, ମାଡ଼ ଗୋଳ ଲଗାଇବା, ନାଟ ଲଗାଇବା ଇତ୍ୟାଦି]
- ୯. (ଦେବତାଙ୍କୁ ନୈବେଦ୍ୟ) ଅର୍ପଣ କରିବା —୯. To offer offering to a Deity.
[ଯଥା— ଭୋଗ ଲଗାଇବା, ନୈବେଦ୍ୟ ଲଗାଇବା]
- ୧. କୌଣସି ବ୍ୟକ୍ତିଠାରେ (ଦୋଷ ଆଦି) ଆରୋପ କରିବା —୧୦. To ascribe a fault to a person.
[ଯଥା—କଳଙ୍କ ଲଗାଇବା, ବାଟିଆ ଲଗାଇବା, ସୁନାମରେ କାଳି ଲଗାଇବା] ===
- ୧୧. ଖାଇ ସାରି ଖାଇବା ସ୍ଥାନକୁ ମାର୍ଜିତ ବା ପରିଷ୍କୃତ କରିବା —୧୧. To cleanse a place where food was taken.
[ଯଥା— ଅଇଣ୍ଠା ଲଗାଇବା]
- ୧୨. କୌଣସି ବ୍ୟକ୍ତି ପ୍ରତି ବୀର, ବାହୁଟି ଆଦି ପ୍ରୟୋଗ କରିବା ବା ପେଷିବା —୧୨. To set an evil spirit to possess a person
[ଯଥା—ବୀର ଲଗାଇବା,ଭୁତ ଲଗାଇବା]
- ୧୩. ଲେପନ କରିବା —୧୩. To smear.
[ଯଥା— ପାନରେ ଚୁନ ଲଗାଇବା]
[ଉ—ସୁଗନ୍ଧ କୁଚେ ଲଗାଇଲେ, କାମ ଅନଳ ଲିଭାଇଲେ ଜଗନ୍ନାଥ. ଭାଗବତ]
- ୧୪. ଅକର୍ମକ (ବର୍ଷା ଆଦି) ବହୁ ଦିନ ବ୍ୟାପିବା —୧୪. To continue for a long time.
[ଯଥା— ୩ ଦିନ ହେଲା ଝଡ଼ି ଲଗାଇଛି; ବର୍ଷା ଲାଗିଇଛି]
- ୧୫. (ଖାଦ୍ୟାଦି) ପରିବେଷଣ କରିବା ୧୫. To serve (food). [ଯଥା— ପତରରେ ଭାତ, ତିଅଣ, ଡ଼ାଲି, ଖିରି, ମହୁର ପିଠା ଆଦି ଲଗାଇବା]
- ୧୬. (ହାତରେ) ସ୍ପର୍ଶ କରିବା —୧୬. To touch with (the hand).
[ଯଥା— ମୋ ଦିହରେ ହାତ ଲଗାଇବ ନାହିଁ]
- ୧୭. To backbite; to speak evil of a person behind his back
[ଉ— କେ କିସ ଲଗାଇ କହିଛି ଆରେ ସହି, ଏଥିକି ରୋଷ ବିହ, ଆନନ ତାଙ୍କୁ ତଳେ—ସଙ୍ଗୀତ]
- ୧୮. ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବନ୍ଧୁତା, ଶତ୍ରୁତା, ବିବାଦ ଆଦି କୌଣସି ଭାବର ବା ସଂପର୍କର ସୁତ୍ରପାତ କରାଇବା — ୧୮. To cause the growth of good or bad feeling between two person.
[ଯଥା— ପ୍ରୀତି ଲଗାଇବା, ଭାବ ଲଗାଇବା, ବିବାଦ ଲଗାଇବା]
- ୧୯. ନୌକା ଓ ବୋଟ ପ୍ରଭୃତିକୁ ଆଣି କୂଳରେ ପହଞ୍ଚାଇବା —୧୯. To bring a boat to the shore.
[ଉ— ଭାସିଲିଟି ଡାକିକଟି ସ୍ମର ଅକୂ— ପାରେ, ତରୁଣି ତରଣୀ ହୋଇ ଲଗାଅ ତୁ ପାରେ କବିସୂର୍ଯ୍ୟ . ସଙ୍ଗୀତ]
- ୨. କୌଣସି ପ୍ରକାର ପ୍ରାକୃତିକ ଅସ୍ୱାସ୍ଥ୍ୟକର ଜଳବାୟୁର ସଂମ୍ପର୍କରେ ଅସିବା — ୨୦. To expose one's body to (cold etc).
[ଯଥା ଦେହରେ ଥଣ୍ଡା ଲଗାଇବା]
- ୨୧. କୌଣସି ବ୍ୟକ୍ତିଙ୍କୁ ,କୌଣସି କାର୍ଯ୍ୟ ପାଇଁ ଉପର୍ଯ୍ୟୁପରି ଅନୁରୋଧ, ପ୍ରାର୍ଥନା ବା ଜିଗର୍ କରିବା —୨୧. To implore; to entreat ernestly; to importune.
[ଯଥା— ଯାତ୍ରା ଦେଖି ଯିବାକୁ ପିଲାଟା ମୋ ସଙ୍ଗେ ୩ ଦିନ ହେଲା ଲଗାଇଛି]
- ୨୨. ସୁଧ ବା ଲାଭ ପାଇବା — ୨୨. To invest money for profit or on business.
(ଯଥା— ଟଙ୍କା କରଜ ଲଗାଇବା,ଟଙ୍କା ବେପାରରେ ଲଗାଇବା, ଟଙ୍କା କାଢ଼ିଆରେ ଲଗାଇବା)
- ୨୩. କୌଣସି ବିଶିଷ୍ଟ କାର୍ଯ୍ୟ ପାଇଁ ଧନ ବା ବସ୍ତୁକୁ ବ୍ୟୟ କରିବା ୨୩. To spend money etc or employ any thing on a particular matter.
(ଯଥା—ମୁଁ ୩ ଟଙ୍କା ଲଗାଇ ବିଭାଘର କଲି; ଏ କୁର୍ତ୍ତାରେ ୩ ଗଜ କନା ଲଗାଇଲି)
(ଉ— ଲଗାଇ ନିଜ ଧନ ପ୍ରାଣ, ଲୋକର କର ହେ କଲ୍ୟାଣ ମଧୁସୁଦନ, ଛନ୍ଦମାଳା)
- ୨୪. କୌଣସି ବ୍ୟକ୍ତି ସଙ୍ଗେ କଳି ବା ଅନର୍ଥ ଭିଆଇବା ବା ବିବାଦ କରିବା —୨୪. To start a quarrel or dispute with a person.
(ଯଥା—ବନ୍ଧୁ ସହିତ ଲଗାଇବ ନାହିଁ)
- ୨୫. ଯୋଚିବା — ୨୫. To yoke.
(ଯଥା— ଗାଡ଼ିରେ ଘୋଡ଼ା ଲଗାଇବା)
- ୨୬. ସ୍ତ୍ରୀ ପଶୁ ସଙ୍ଗେ ପୁରୁଷ ପଶୁର ସଙ୍ଗମ ହେବାର ବ୍ୟବସ୍ଥା କରିବା; ଜୋଡ଼ ଖୁଆଇବା —୨୬. To cause a male animal to copulate with a female one.
୨୭: ଶିକାର ଆଦିଙ୍କ ପଛରେଠ କୁକୁର ଆଦିଙ୍କୁ ପ୍ରେରଣ କରିବା —୨୭. To set (a dog) on a prey.