ଲଙ୍କା ମରିଚ

ଉଇକିଅଭିଧାନ‌ରୁ

ଲଙ୍କା ମରିଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଲଙ୍କା (ଦ୍ୱୀପ ନାମ) + (କଟୁ ସ୍ୱାଦ— ଯୁକ୍ତ) ମରିଚ ][ସମ୍ପାଦନା]

କଟୁ ସ୍ୱାଦଯୁକ୍ତ ଫଳ ବିଶେଷ; ବଙ୍ଗନାଦି ବର୍ଗର କୃଷିଜାତ ଶାକବିଶେଷର ଫଳ —Chilli; Cayenne pepper; red pepper; Capsicum Frutescens. (Kirtikar)

[ ଦ୍ର— ଏହି ନାମ ଆଧୁନିକ ସଂସ୍କୃତରେ 'ମରିଚ'ର ଅର୍ଥ ଗୋଲମରିଚ ଏହି ଶବ୍ଦର ନାମ ୩ ବର୍ଷ ପୂର୍ବର ପ୍ରାଚୀନ ବୈଦ୍ୟକ ଗ୍ରନ୍ଥମାନଙ୍କ (ଯଥା, ଭାବପ୍ରକାଶ)ରେ ନାହିଁ ଆଧୁନିକ କେତେକ ବୈଦ୍ୟକ ଗ୍ରନ୍ଥରେ (ଯଥା— ବୈଦ୍ୟକ ଶବ୍ଦ ସିନ୍ଧୁ କୋଷ) କୁମରିଚ ଓ ଜ୍ୱାଳାମରିଚ ଶଦ୍ଦର ପ୍ରୟୋଗ ଦେଖାଯାଏ ଏ ଗୁଳ୍ମର ଆଦି ନିବାସ ଆମେରିକା; ସେଠାରୁ ପର୍ଟୁଗୀଜ୍ମାନେ ପ୍ରଥମେ ଏହାକୁ ଦକ୍ଷିଣ ଭାରତର ଗୋଆ, କାଲିକଟ ଆଦି ସ୍ଥାନକୁ ଆଣିଲେ ସେହିଠାରୁ ଏହାର ଚାଷ ଭାରତରେ ବିସ୍ତୃତ ହେଲା ବର୍ତ୍ତମାନ ମଧ୍ୟଭାରତର ଦକ୍ଷିଣ ଅଞ୍ଚଳରେ, ମାନ୍ଦ୍ରାଜରେ ଓ ଚଟ୍ଟଗ୍ରାମରେ ଏହାର ବିସ୍ତର କୃଷି ହେଉଛି ଏହା ଦକ୍ଷିଣ ଦିଗରୁ ଦରିଆପାରିରୁ ଏ ଦେଶକୁ ପ୍ରଥମେ ଆସିଥିବାରୁ ଓଡ଼ିଆ, ବଙ୍ଗାଳି ଓ ହିନ୍ଦୀ— ମାନେ ଏହା ଲଙ୍କାରୁ ଆସିଥିବା ଅନୁମାନ କରି ଏହାକୁ ଲଙ୍ଗାମରିଚ ନାମ ଦେଇ ଅଛନ୍ତି ଏହିପରି ପୂର୍ବେ ବିଦେଶରୁ ଆସିଥିବା ଲଙ୍କା ଆମ୍ୱ, ଲଙ୍କା ସିଝୁ, ଲଙ୍କା ପଣସ, ଲଙ୍କା ଗବ ଶଦ୍ଦମାନ ଭାଷାରେ ଚଳିଅଛି ଏ ଗୁଳ୍ମର ଫଳ ଶାଗୁଆ, ନାଲିଆ, ବାଇଗିଣି ଓ କଳାରଙ୍ଗର ଦେଖାଯାଏ କେତେକ ଲଙ୍କାମରିଚ ଫଳ ଆକାରରେ ମୂଳା ଓ ବାଇଗଣ ପରି ବଡ଼ ବଡ଼, କିନ୍ତୁ ତହିଁର ରାଗ ଖୁବ୍ କମ୍ ଆଉ ଅନ୍ୟ କେତେକ ଲଙ୍କାମରିଚରେ ଆଦୌ ରାଗ ନାହିଁ ସାଧାରଣତଃ ଲଙ୍କାମରିଚ ଦୁଇପ୍ରକାର— ଲମ୍ୱା ଓ ଛୋଟ କେତେକ ଲଙ୍କାମରିଚର ଫଳ ଡେମ୍ଫରୁ ତଳକୁ ଝୁଲିଥାଏ ଓ କେତେକ ଫଳ ଡେମ୍ଫ ସହିତ ଆକାଶଆଡ଼କୁ ଉଠିଥାଏ ଏହା ତୀବ୍ର, କଟୁରସ, ଉଷ୍ଣବୀର୍ଯ୍ୟ, ଅଗ୍ମିବର୍ଦ୍ଧକ ଓ ରୁଚିକର ପ୍ରାୟ ସମସ୍ତ ରୋଗପକ୍ଷରେ ଏହି ଅନିଷ୍ଟକର; ଅତି ଛୋଟ (ପ୍ରାୟ ଅଧ ଇଞ୍ଚ ଲମ୍ୱ) ଓ ଖୁବ୍ ରାଗୁଆ ଲଙ୍କାମରିଚକୁ ଧାନୁଆ (ଧାନ ପରି ସାନ) ଲଙ୍କାମରିଚ ବୋଲାଯାଏ