ଲଙ୍ଗଳ ମୁଣ୍ଡା

ଉଇକିଅଭିଧାନ‌ରୁ

ଲଙ୍ଗଳ ମୁଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳ+ମୁଣ୍ଡ; ସଂସ୍କୃତ - ନାମ, କୁଟକ, ନିରୀଷ)[ସମ୍ପାଦନା]

୧. ଯେଉଁ କାଷ୍ଠରେ ଲଙ୍ଗଳ ଲୁହା ସଂଲଗ୍ନ କରାଯାଏ —୧. The blade-piece of a plough.
୨. ବଢ଼େଇଦ୍ୱାରା ହଣାହଣି ଓ ତଞ୍ଚାତଞ୍ଚି କରି ଲଙ୍ଗଳର ମୁଣ୍ଡ ତିଆରି କରିବା ପାଇଁ ଯେଉଁ ତ୍ରିକୋଁଣାକାର କାଠ ରଖା ଯାଏ —୨. An unhewn triangular and rough block of wood kept for being finished into a plough-piece.

[ଦ୍ରଷ୍ଟବ୍ୟ —କୃଷିର ଭିନ୍ନ ଭିନ୍ନ କର୍ମପାଇଁ ଲଙ୍ଗଳମୁଣ୍ଡାକୁ ସରୁ'ବା ଚଉଡ଼ା କରାଯାଏ ପଡ଼ିଆ ଭାଙ୍ଗିବା, ପ୍ରଥମ ଓଡ଼ ଚାଷ କରିବା, ଦ୍ୱିତୀୟ ଓଡ଼ ଚାଷ କରିବା ଓ ବେଉଡ଼ିବା ପାଇଁ ଭିନ୍ନ ଭିନ୍ନ ଆକାରର ଲଙ୍ଗଳମୁଣ୍ଡା ବ୍ୟବହୃତ ହୁଏ ତାହାର ମଧ୍ୟ ଭିନ୍ନ ଭିନ୍ନ ନାମ ଅଛି ଯଥା ===

୧. କଢ଼ାଣମୁଣ୍ଡା—ଯେଉଁ ଲଙ୍ଗଳଦ୍ୱାରା ପ୍ରଥମେ ପଡ଼ିଆ ଜମିକୁ ଚାଷ କରାଯାଏ; ଏହାର ଫଳକ ସରୁ
୨. ଦୂହୁ(ଉ)ଡ଼ମୁଣ୍ଡା, ଦେଉ(ଓ)ଡ଼ମୁଣ୍ଡା. ଦୋଅ(ଓ)ଡ଼ ମୁଣ୍ଡା—ଯେଉଁ ଲଙ୍ଗଳଦ୍ୱାରା ଥରେ ଚାଷ ହୋଇଥିବା ଜମିକୁ ଦ୍ୱିତୀୟଥର ଚାଷ କରାଯାଏ ଏହା କାଢ଼ାଣମୁଣ୍ଡା ଅପେକ୍ଷା ବେଶି ଚଉଡ଼ା ହୁଏ
୩. ବୁଣାମୁଣ୍ଡା—ଯେଉଁ ଲଙ୍ଗଳମୁଣ୍ଡାଦ୍ୱାରା ପୂର୍ବରୁ ଦୁଇ ତିନିଥର ଚାଷ ହୋଇଥିବା କ୍ଷେତ୍ରରେ ସିଆର କଟା ଯାଇ ଧାନ ବୁଣାଯାଏ
୪. ଗୋଡ଼ିଙ୍ଗିମୁଣ୍ଡା—କଙ୍କରମୟ ଜମିକୁ ଚାଷ କରିବାପାଇଁ ବ୍ୟବହୃତ ଅତି ସରୁ ଲଙ୍ଗଳମୁଣ୍ଡା
୫. ବିଅଡ଼ ବା ବେଉଡ଼ା ମୁଣ୍ଡା—ଯେଉଁ ସରୁ ଲଙ୍ଗଳମୁଣ୍ଡାଦ୍ୱାରା ବିଲକୁ କାଦୁଅ କରି ବେଉଡ଼ିବାକୁ ବା ବେଉଷଣ କରିବାକୁ ହୁଏ]