ଲଦିବା

ଉଇକିଅଭିଧାନ‌ରୁ

ଲଦିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲଦି ଦେବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

(ଲଦା ହେବା—କର୍ମବାଚ୍ୟ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂରାଜୀ - Load ଲୋଡ୍)[ସମ୍ପାଦନା]

୧. କୌଣସି ପଦାର୍ଥ ଉପରେ ବୋଝ ବା ଭାର ରଖିବା; ବୋଝାଇ କରିବା —୧. To load.

[ଉ—ଲଦିଲେ କଣ୍ଟା ଲଟା ତାହାର ଉପରେ କୃଷ୍ଣସିଂହ. ମହାଭାରତ ବନ]

୨. ଇଚ୍ଛା ବିରୋଧରେ କୌଣସି ବ୍ୟକ୍ତି ଉପରେ କୌଣସି ଭାର ଚାପିବା —୨. To put a load or weight on a person against his wish.

[ଉ—ଆପଣ ଗୁରୁ ହୋଇ ବସିଥିବା ଠାରେ, ଏଡେ ଭାର କିମ୍ପା ଲଦୁଛ ମୋହଠାରେ କୃଷ୍ଣସିଂହ. ମହାଭାରତ. ଶାନ୍ତି]

୩. ଉପର୍ଯ୍ୟୁପରି ପ୍ରହାର କରିବା —୩. To give repeated blows.
୪. ଉପର୍ଯ୍ୟୁପରି ବୃଷ୍ଟି କରିବା —୪. To rain profusely.

(ଯଥା—ଦେହରେ ଗୁଡ଼ାଏ ବିଧା ଲଦିବା, ବର୍ଷା ଅସରାକୁ ଅସରା ଲଦିବା)

୫. କୌଣସି ବସ୍ତୁ ଉପରେ ଅନ୍ୟ ବସ୍ତୁକୁ ରଖିବା ବା ସ୍ଥାପିତ କରିବା —୫. To place a thing on another.

[ଉ—ଚିରବଚାରୁ ପେଟ ହେବାକାଳେ ଶକଟ ହେଲାଣି ଯାହା ସେ ବିଲୋଳ ମୃଦୁ, ନ ଥିଲା କିଛି ଜଣା, ଏବେ ଯାଉଛି ଶୁଣା ତୁ ପୁଣି ଚୂମ୍ୱି ତହିଁ ସ୍ତନ ଲଦୁ କବିସୂର୍ଯ୍ୟ ସଂଗୀତ]