ଲବ

ଉଇକିଅଭିଧାନ‌ରୁ

ଲବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଳୂ ଧାତୁ=ଛେଦନ କରିବା+ଭାବ. ଅ)[ସମ୍ପାଦନା]

୧. ଛେଦନ — ୧. Cutting.
୨. ଉଚ୍ଛେଦ; ବିନାଶ —୨. Ruin; destruction.
୩. ଶସ୍ୟବୃକ୍ଷର ଛେଦନ —୩. Haversting.
୪. (+କର୍ମ. ଅ) ଚମରୀଗୋପୁଚ୍ଛର ଲୋମ — ୪. The hair of the yak's tail.
୫. କଣା; କଣିବା; ଅଣୁ —୫. Minute quantity; particle; atom.

[ଉ—ବିରୋଧୋକ୍ତି ଜନକର ନ ଘେନିଲେ ଲବ ଭଞ୍ଜ. ବୈଦେହୀଶବିଳାସ]

୬. ପୁଷ୍ପରେଣୁ — ୬. The pollen of flowers.
୭. ସୁନ୍ଧ୍ମକାଳ; ସୂକ୍ଷ୍ମସମୟ ବିଶେଷ (୨ କାଷ୍ଠା ବା ୩୬: ନିମିଷ) — ୭. A moment.
୮. ଚକ୍ଷୂର ନିମେଷର ଷାଠିଏ ଭାଗରୁ ଏକଭାଗ ବା ଷଷ୍ଟିତମାଂଶ —୮. A minute portion of time; part of the time occupied by one winking of the eye.

[ଦ୍ରଷ୍ଟବ୍ୟ —ଚକ୍ଷୂର ନିମେଷର ଷଷ୍ଟିତମାଂଶ ସମୟରୁ 'ଲବା' ବୋଲାଯାଏ]

୬. ଲବ=୧ନିମେଶ
୧୮. ନିମେଷ=୧ କାଷ୍ଠା
୩. କାଷ୍ଠା=୧ କଳା
୩. କଳା= ୧କ୍ଷଣ
୨. କଳା=୧ ଲେଶ
୧. ଗୋଟି ଗୁରୁବର୍ଣ୍ଣର ଉଚ୍ଚାରଣ କାଳ=୧ ପଳ
୧. ପଳ=୬ ବିପଳ
୬. ପଳ= ୧ଦଣ୍ଡ= ୨୪: ମିନିଟ୍
୧. ଘଣ୍ଟା= ୨୪: ଦଣ୍ଡ
୨. ଦଣ୍ଡ= ୧ ଘଡ଼ି= ୪୮: ମିନିଟ୍ ପ୍ରାୟ
୩୪. ଘଡ଼ି= ୧ ପ୍ରହର= ୩ ଘଣ୍ଟା ସାଧାରଣତଃ ଲୋକ ୪ ଘଡ଼ିରେ ପହରେ ବୋଲି ଗଣନା କରନ୍ତି
୩. ଦଣ୍ଡ=୧୫: ଘଡ଼ି= ୪ ପ୍ରହର= ୧ ଦିନ= ୧୨: ଘଣ୍ଟା ପ୍ରାୟ
୮. ପ୍ରହର= ୧ ଅହୋରାତ୍ର= ୨୪: ଘଣ୍ଟା]
୯. ରାମଚନ୍ଦ୍ରଙ୍କର ଯମଜ ପୁତ୍ରଙ୍କ ମଧ୍ୟରୁ ଅନ୍ୟତର — ୯. Name of the younger of the twin sons of Rāmachandra.

[ଦ୍ରଷ୍ଟବ୍ୟ —ଲଙ୍କାରୁ ଫେରିବା ପରେ ଲୋକନିନ୍ଦାକୁ ଡରି ସ ରାମଚନ୍ଦ୍ର ଅନ୍ତଃ— ସତ୍ତ୍ୱା ସୀତାଙ୍କୁ ନିର୍ବାସିତ କରିବାପରେ ସୀତା ବାଲ୍ମୀକି— ମୁନିଙ୍କ ଆଶ୍ରମରେ ବାସ କଲେ ସେହିଠାରେ ତାଙ୍କ ଗର୍ଭରୁ ଯେଉଁ ଦୁଇଟି ଯମଜପୁତ୍ର ଜାତ ହେଲେ, ସେମାନଙ୍କ ମଧ୍ୟରୁ ଲବ କନିଷ୍ଠ ଓ କୁଶ ଜ୍ୟେଷ୍ଠ ବାଲ୍ମୀକିମୂନି ଏ ଦୁହିଙ୍କୁ ରାଜକୁମାରୋଚିତ ସମସ୍ତ ବିଦ୍ୟା ଶିକ୍ଷା ଦେଲେ ଋଷି ନିଜେ ରାମାୟଣ ରଚନା କରି ରାଜକୁମାରଦ୍ୱୟଙ୍କୁ ତାହା କଣ୍ଠସ୍ଥ କରାଇଲେ ରାମଚନ୍ଦ୍ର ଅଶ୍ୱମେଧାର୍ଥ ମୋଚନ କରିଥିବା ଯଜ୍ଞଶ୍ୱକୁ ଏ ଦୁହେଁ ଅଟକାଇ ରଖିବାରୁ ଲକ୍ଷ୍ମଣଙ୍କ ସହିତ ଏମାନଙ୍କର ବିବାଦ ଉପସ୍ଥିତ ହୁଅନ୍ତି ବାଲ୍ମୀକି ଏ କୁମାର—

ଦ୍ୱୟଙ୍କୁ ବୁଝାଇ ଲକ୍ଷ୍ମଣଙ୍କୁ ଯଜ୍ଞାଶ୍ୱ ପ୍ରତ୍ୟର୍ପଣ କଲେ ଅଶ୍ୱମେଧକୁ ନିମନ୍ତ୍ରିତ ଋଷିଙ୍କ ସଙ୍ଗେ ରାଜକୁମାରଦ୍ୱୟ ଅଯୋଧ୍ୟାକୁ ଯାଇ, ସେଠାରେ ରାମାଣୟ ପାଠ କରିବାରୁ ରାମଚନ୍ଦ୍ର ସେମାନଙ୍କୁ ଆପଣାର ପୁତ୍ର ବୋଲି ଅନୁମାନ କରି ବାଲ୍ମୀକିଙ୍କଠାରୁ ସେମାନଙ୍କ ପରିଚୟ ପାଇ, ପରେ ବାଲ୍ମୀକିଙ୍କ ପରାମର୍ଶରେ ସୀତାଙ୍କୁ ଗ୍ରହଣ କରିବା ନିମନ୍ତେ ଅଣାଇ ପୁଣି ଆଉ ଥରେ ଅଗ୍ନି ପରୀକ୍ଷା କରିବାକୁ ପ୍ରସ୍ତାବ କରନ୍ତେ, ସୀତା ଏହା ଅସ୍ୱୀକାର କିର ପୃଥିବୀ ଗର୍ଭରେ ଲୀନା ହେଲେ ରାମଚନ୍ଦ୍ର ପୁତ୍ରଦ୍ୱୟଙ୍କୁ ଗ୍ରହଣ କିର କୁଶଙ୍କୁ କୋଶଳ ରାଜ୍ୟର ଓ ଲବଙ୍କୁ ଉତ୍ତର କୋଶଳରେ ରାଜା— ପଦରେ ଅଭିଷିକ୍ତ କଲେ ଲବ ନିଜ ନାମାନୁସାରେ ଲବକୋଟ (ଆଧୁନିକ ଲୋହର) ନିର୍ମାଣ କରି ସେଠାରେ ରାଜଧାନୀ ସ୍ଥାପନ କଲେ (ହିନ୍ଦୀ - ଶ.) ] 

୧. (ଗଣିତ) ଭଗ୍ନାଂଶର ବିଭାଜ୍ୟ ରାଶି (ବିପରୀତ. ହର, denominator) ୧୦. (Arithmetic) The numerator of a fraction.
୧୧. ଜାଇଫଳ —୧୧. Nutmeg.
୧୨. ଲବଙ୍ଗ —୧୨. Cloves.
୧୩. ଲବଣ; ଲୁଣ —୧୩. Salt.
୧୪. ଲାବ ନାମକ ପକ୍ଷୀ; ବତର ଚଢ଼େଇ —୧୪. A species of quail.
୧୫. ଲାମଜ୍ଜକ (ହିନ୍ଦୀ - ଶ.) ଗନ୍ଧବେଣା —୧୫. Juncus Odoratus.
୧୬. (+କର୍ମ. ଅ) ଊର୍ଣ୍ଣା; ପଶମ — ୧୬. Wool.

ଦେଶଜ - ଅ[ସମ୍ପାଦନା]

ଅତି ସାମାନ୍ୟରେ; ଟିକିଏ ସୁଦ୍ଧା; ଟିକିଏ ମାତ୍ର —Very slightkly.

[ଉ— ତାରତମ୍ୟ ବିବେଚନା ଲବ ହୋଇ ନାହିଁ କବିସୂର୍ଯ୍ୟ. କିଶୋରୀଚମ୍ପୂ ତ. ଗୀତ]

ପ୍ରାଦେଶିକ - (କଟକ ସହର)ବି[ସମ୍ପାଦନା]

ନବକୁମାର ନାମକ ବ୍ୟକ୍ତିର ଡାକ ନାମ —Name for calling Nabakumāra.