ଲାଇନ୍ କ୍ଳିଅର୍

ଉଇକିଅଭିଧାନ‌ରୁ

ଲାଇନ୍ କ୍ଳିଅର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଳବେ ଶବ୍ଦ)[ସମ୍ପାଦନା]

ରେଳଗାଡି ଯେଉଁ ଲାଇନ୍ (ରେଳପଥ)ରେ ଯିବ ସେ ପଥରେ କୌଣସି ବାଧା ନାହିଁ, ଏହା ଜଣାଇବାର ସଂବାଦ ବା ସଙ୍କେତ ===

[ଦ୍ରଷ୍ଟବ୍ୟ —କୌଣସି ଷ୍ଟେସନରେ ରେଳଗାଡି ଆସି ପହଞ୍ଚିବା ପୂର୍ବରୁ ତହିଁର ପୂର୍ବବର୍ତ୍ତୀ ଗୋଟିଏ ଷ୍ଟେଶନ୍ ଛାଡି ତତ୍ପୂର୍ବବର୍ତ୍ତୀ ଷ୍ଟେସନ୍ରୁ ପ୍ରଥମେ ଏହି ମର୍ମରେ ତାରଖବର ମିଳେ ଯେ, ପ୍ରଥମୋକ୍ତ ଷ୍ଟେଶନରୁ ଗାଡ଼ି ଛାଡ଼ିଲା ଏବଂ ସଂବାଦପ୍ରେରକ ଷ୍ଟେସନ୍ ଓ ଯାତ୍ରାମାନେ ଅପେକ୍ଷା କରୁଥିବା ଷ୍ଟେଶନ୍ ମଧ୍ୟସ୍ଥ ଲାଇନ୍ରେ କୌଣସି ଅବରୋଧ ନାହିଁ —'Line clear' signal given to a train which is about to start.

[ଦ୍ରଷ୍ଟବ୍ୟ —ଯାତ୍ରୀମାନେ ରେଳଗାଡି ପାଇଁ ଅପେକ୍ଷା କରୁଥିବା ଷ୍ଟେସନ୍ରେ ତାରଦ୍ୱାରା ଏହି ସଂବାଦ ପହଞ୍ଚିବା ମାତ୍ରକେ ଷ୍ଟେସନ୍ ମୁଣ୍ଡରେ ଗୋଟିଏ ପତାକା ଭଳି ପଟା (signal)କୁ ତଳକୁ ମୁହଁ କରି ଦିଆଯାଏ ଏହାକୁ ଲାଇନ୍କ୍ଲିଅର୍ ସିଗ୍ୱାଲ୍ ବା ସିଙ୍ଗଲ୍ (Line clear signal) ବୋଲାଯାଏ ଏହି ଖବର ମିଳିବା ମାତ୍ରକେ ଷ୍ଟେସନ୍ୱାଲା ଦୁଇଥର ଘଣ୍ଟା ପିଟି ଦେଇ ଏ ସଂବାଦ ଯାତ୍ରୀମାନଙ୍କୁ ଜଣାଇଦିଅନ୍ତି ଏହାକୁ ଲାଇନ କ୍ଳିଅର୍ ବେଲ୍ ବା ଘଣ୍ଟା ଦେବା (Giving the line clear bell) କହନ୍ତି ଷ୍ଟେଶନର ପୂର୍ବବର୍ତ୍ତୀ ଷ୍ଟେଶନରେ ରେଳଗାଡି ପହଞ୍ଚି ସେଠାରୁ ଗାଡି ଛାଡିଦେବା ପରେ ଆଉ ଗୋଟିଏ ଘଣ୍ଟା ବାଜେ, ତାକୁ ଆଉଟ୍ (out) ଘଣ୍ଟା ବୋଲାଯାଏ, ଏବଂ ରେଳଗାଡି ଆସି ପ୍ଲାଟ୍ ଫର୍ମରୁ ଦେଖାଗଲେ ଆଉଥରେ ଘଣ୍ଟା ଦିଆଯାଏ, ତାକୁ ଇନ୍ସାଇଟ୍ (In sight) ଘଣ୍ଟ ବୋଲାଯାଏ]