ଲାଗଣ

ଉଇକିଅଭିଧାନ‌ରୁ

ଲାଗଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗ୍ନ)[ସମ୍ପାଦନା]

୧. ସଂଲଗ୍ନ ହେବା —୧. Adherence; being attached.
୨. କାର୍ଯ୍ୟରେ ଲାଗିବା —୨. Being engaged in a work.
୩. ବନ୍ଧୁସମ୍ପର୍କ —୩. Relationship.
୪. ଲାଭ ବା ସୁଧପାଇଁ ଲୋକଙ୍କୁ ଟଙ୍କା ଆଗତୁରା ଦେବା; ଲାଭ ଉଦ୍ଦେଶ୍ୟରେ ଧାନ ବା ଟଙ୍କାକୁ ଖଟାଇବା —୪. Advancing money or paddy on loan; investment.

[ଦ୍ରଷ୍ଟବ୍ୟ —ଧାନ ଫସଲ ଆମଦାନି ହେଲେ ଖାତକ ମହାଜନକୁ ସେକାଳର ଦାଣ୍ଡ ଭାଉ ଅପେକ୍ଷା କିଛି ବେଶି ପରିମାଣରେ ଧାନ ଦେବାର ଚୁକ୍ତି କରି ମହାଜନଠାରୁ ଫସଲ ଆମଦାନି ପୂର୍ବରୁ ଯେଉଁ ଟଙ୍କା ଆଗତୁରା ନିଅନ୍ତି ତାକୁ 'ଲାଗଣ' 'ଦାଦନ' ବା 'କାଢ଼ିଆ' କହନ୍ତି

କୌଣସି ମୁଲିଆ ପରେ ପରିଶ୍ରମ କରି ବା ମୂଲ ଲାଗି ସେହି ମୂଲକୁ ବର୍ତ୍ତମାନ ନେଉଥିବା ଟଙ୍କାରେ କ୍ରମେ କ୍ରମେ ମଯୁରା ଦେଇ ସୁଝିବାର କଥା କରି ମହାଜନ ବା ମାଲିକଙ୍କଠାରୁ ଆଗତୁରା ଯେଉଁ ଟଙ୍କା ନିଏ ତାକୁ 'ଲାଗଣ' ବା 'ଦାଦନ' କହନ୍ତି

ଫଳତଃ କୌଣସି ଲାଭ ଉଦ୍ଦେଶ୍ୟରେ ଟଙ୍କା ବା ଧାନକୁ 'ଲଗାଇବା'କୁ 'ଲାଗଣ' ବୋଲାଯାଏ]

ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ଲାଗଣା (ଦେଖ) - —Lāgaṇā (See)

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -[ସମ୍ପାଦନା]

ଖୁବ୍ ଶିକାରୀ (କୁକୁର) Very skilful as a hunter (said of a dog).