ଲାଗି

ଉଇକିଅଭିଧାନ‌ରୁ

ଲାଗି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ସଂସ୍କୃତ - ଲଗ୍ ଧାତୁ)[ସମ୍ପାଦନା]

୧. (ଅମୁକର) ହେତୁରୁ; ପାଇଁ; ନିମନ୍ତେ; କାରଣରୁ —୧. For; owing to; because of; on account of.

[ଦ୍ରଷ୍ଟବ୍ୟ — ଲାଗି, ପାଇଁ, ନିମନ୍ତେ, ଯୋଗୁଁ, ଯୋଗୁରୁ, ଯୋଗେ, ହେତୁ, ହେତୁରୁ ଆଦି ଶବ୍ଦଦ୍ୱାରା ଭାବ ଓ ଅଭାବ ଉଭୟ ଅର୍ଥ ସୂଚିତ ହୁଏ ସାଧାରଣତଃ ଏହା ବିଭକ୍ତିସୂଚକ ଅବ୍ୟୟରୂପେ ଷଷ୍ଠୀ ବିଭକ୍ତ ଶବ୍ଦ ପରେ ବିକଳ୍ପେ ବ୍ୟବହୃତ ହୁଏ; ଯଥା, ଗୋବିନ୍ଦ ଲାଗି, ଗୋବିନ୍ଦର ଲାଗି, କାହାଲାଗି, କାହାର ଲାଗି, ତୋଲାଗି, ତୋର ଲାଗି]

[ଉ—ଶ୍ୟାମ କେଡ଼େ ଅବୁଝାଣ, ତାଲାଗି ଯିବ ଏ ପ୍ରାଣ କବିସୂର୍ଯ୍ୟ ସଙ୍ଗୀତ]

୨. ଉପସ୍ଥିତି ଯୋଗୁଁ —୨. On account of the presence of.

[ଉ—ତୋ ଲାଗି ଗୋପ ଦାଣ୍ଡ ମନାରେ କାଳିଆ ସୁନା ସଙ୍ଗୀତ]

୩. (ଅମୁକର) ପକ୍ଷରୁ; କୌଣସି ବ୍ୟକ୍ତିଙ୍କର ପ୍ରତିନିଧିରୂପେ —୩. On behalf of as a representative of.
୪. (ଅମୁକର) ପରିବର୍ତ୍ତରେ — ୪. In lieu of.
୫. ନିମନ୍ତେ; (ନିର୍ଦ୍ଦିଷ୍ଟକାଳ ବା ସମୟ) ପାଇଁ —୫. For (a space of time).

(ଯଥା— ମୁଁ ଦିନକ ଲାଗି ଏଠାକୁ ଆସିଛି) କ୍ରି.ବିଶେଷଣ - (ଲାଗିବା


ଅନୁବାଦ[ସମ୍ପାଦନା]

କ୍ରିୟାର ଅସମାପିକାରୂପ ===

୧. ସଂଲଗ୍ନ ହୋଇ — ୧. Adhering to; closely engaged in.
୨. ଲାଗିପଡ଼ି; ଅଧ୍ୟବସାୟସହକାରେ —୨. With perseverance.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଗୃହୀତ — ୧. Accepted.
୨. ଉପଭୁକ୍ତ —୨. Enjoyed
୩. ପରିହିତ; ପିନ୍ଧାଯାଇଥିବା —୩. Put on, worn.

[ଉ—ପ୍ରିୟାକୁ ପିନ୍ଧାଇ ସ୍ୱପୀତପଟ, ଆପେ ପିନ୍ଧିବା ତାହା ଲାଗି ପଟ କବିସୂର୍ଯ୍ୟ. କବିତା]

୪. ନିକଟବର୍ତ୍ତୀ — ୪. Adjoining; adjacent.
୫. ସଂଲଗ୍ନ —୫. Attached to; adhering.
୬. ପରିଧାନକାରୀ — ୫. Wearing.

(ଯଥା—ଆଜି ମହାପ୍ରଭୁଙ୍କର ପୀତପଟ— ଲାଗି ବେଶ ହୋଇଅଛି)

୭. ଉପଭୋଗକାରୀ — ୭. Enjoying.
୮. (ନୈବେଦ୍ୟାଦି) ଅର୍ପିତ — ୮. Offered.

(ଉ—ମୁନିଙ୍କୁ ପୂଜିଲେ ଆମ୍ଭଙ୍କୁ ହୋଇ, ରବି ପୂଜିଲେ ଆମ୍ଭ ଲାଗି ହୋଇ ପ୍ରାଚୀ. ପରତେ ଗୀତା)

ବିଶେଷ୍ୟ -[ସମ୍ପାଦନା]

୧. (ବେଶ ଆଦି) ଅଙ୍ଗରେ ପିନ୍ଧିବା; ଧାରଣ —୧. Putting on the body (e.g. dress, ornaments etc).

[ଉ—ରଣଚଣ୍ଡୀଙ୍କର କିସେ ଅଳକ୍ତକ ଲାଗି ରାଧାନାଥ. ମହାଯାତ୍ରା]

[ଦ୍ରଷ୍ଟବ୍ୟ —ରାଜା ଓ ଦେବତା ଆଦିଙ୍କର ଅଳଙ୍କାର, ବେଶ ଆଦି ଧାରଣ କରିବା ପ୍ରତି 'ଲାଗି' ବୋଲାଯାଏ]

୨. ମାଦକତା; ନିଶା; ମତ୍ତତା —୨. Intoxication; intoxicating quality.
୩. ନିଶା ବା ମାଦକତା ଜନ୍ମାଇବା ଗୁଣ — ୩. The quality of causing intoxicating.

[ଉ—ଗଞ୍ଜାଇକି ଜିଣି ଲାଗି ତାର ପୁଣି କବିସୂର୍ଯ୍ୟ; କିଶୋରୀଚମ୍ପୂ. ଗ ଗୀତ]

୪. ଉପଭୋଗ କରଣ — ୪. Enjoyment.