ଲାଣ୍ଡିଆ

ଉଇକିଅଭିଧାନ‌ରୁ

ଲାଣ୍ଡିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଲାଣ୍ଡେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମୁଣ୍ଡିତ; ସୁନ୍ଦର ମନୁଷ୍ୟର ମୁଣ୍ଡଟି ଲଣ୍ଡା ବା ଟଙ୍ଗରା ହେଲେ ଅସୁନ୍ଦର ଦେଖାଯାଏ)[ସମ୍ପାଦନା]

୧. କୌଣସି ବିଶେଷ ଅଙ୍କକାର ବା ଅଙ୍ଗନଥିବା ଯୋଗୁଁ ଅସୁନ୍ଦର ଦେଖା ଯାଉଥିବା —୧. Looking ungraceful for want of some limb or ornament.
୨. ଅସୁନ୍ଦର; ସୌଷ୍ଠବହିନ; ଲାବଣ୍ୟହୀନ — ୨. Ungraceful;
inelegant; unsymmetrical.

୩. ଶୂନ୍ୟ; ଖାଲି —୩. Empty.
୪. ଶାଖାହୀନ +(ବୃକ୍ଷ) —୪. Branchless.
୫. ଅଳଂକାର ବିହୀନ —୫. Unadorned.

[ଦ୍ରଷ୍ଟବ୍ୟ —ଘର ଉପରେ ଚାଳ ନ ଥିଲେ, କୋଠା ଉପରେ ଛାତ ନଥିଲେ ମନୁଷ୍ୟ ମୁଣ୍ଡରେ ଠେକା ନ ଥିଲେ, ସ୍ତ୍ରୀଲୋକ ଦେହରେ ଅଳଙ୍କାର ନ ଥିଲେ, ଗଛରେ ଡ଼ାଳ ନଥିଲେ, କୂଅ ଉପରେ ଘୋଡ଼ାନନ୍ଦ ନ ଥିଲେ ଲୋକେ କହନ୍ତି—ଏହା ଲାଣ୍ଡିଆ ଦିଶୁଛି]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଫୋପଡ଼; ଯେଉଁ ସ୍ଥୂଳଯଷ୍ଟି ନିକ୍ଷେପ କରି ଗଛରୁ ଫଳ ଝଡ଼ାଇବାକୁ ହୁଏ —A piece of stout stick thrown at high trees in order to bring down fruits therefrom.