ଲାମା

ଉଇକିଅଭିଧାନ‌ରୁ

ଲାମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ)[ସମ୍ପାଦନା]

୧. (ତିବ୍ଦତୀୟ ଭାଷା) ତିବ୍ଦତ ଦେଶୀୟ ବୌଦ୍ଧ ପୁରୋହିତ —୧. A Buddhist priest of Tibet.

[ଦ୍ରଷ୍ଟବ୍ୟ —ତବ୍ଦତର ବୌଦ୍ଧ ମଠର ମହନ୍ତ; ବୌଦ୍ଧ ବାବାଜିମାନେ ଦୁଇ ଶ୍ରେଣୀରେ ବିଭକ୍ତ—(୧) ଡାବା ଲାମା (ସନ୍ନ୍ୟାସୀ) ଓ (୨) ଡାବା (ବ୍ରାହ୍ମଣ) ଏମାନେ ମୁଣ୍ଡିତ ମସ୍ତକ, ରକ୍ତବସନଧାରୀ, ଚିରକୌମାର ବ୍ରତୀ ଲାଲାମାନେ ରାଜ୍ୟର ଧର୍ମ ଓ ରାଜନୀତିକ ଅଧ୍ୟକ୍ଷ ଏମାନେ ବୋଜନ ପୂର୍ବରୁ ସ୍ତବ ପାଠ କରନ୍ତି ଓ ଡମରୁ ବଜାନ୍ତି ଭୋଜନ ପୂର୍ବରୁ ଓ ବୋଜନ ସମୟରେ ଇନ୍ଦ୍ର, ବରୁଣ ଓ ବାୟୂ ପ୍ରଭୃତି ଦେବଗଣଙ୍କର ସ୍ତବ ହୁଏ ମଧ୍ୟେ ମଧ୍ୟେ ମହାକାଳୀ ତାରା ଓ ଶିବଙ୍କର ସ୍ତୁତିଦ୍ୱାରା ଭଜନ ଓ ଭୋଜନ ଶେଷ ହୁଏ ଲାମାମାନଙ୍କ ଦେବାଳୟରେ ନିତ୍ୟ ଉପାସନା ପ୍ରଣାଳୀ ତିନି ପ୍ରକାର; ଯଥା— (୧) ବୈଦିକ ଦେବଗଣଙ୍କର ସ୍ତୁତି; (୨) ପୌରାଣିକ ଓ ତାନ୍ତ୍ରିକ ଦେବଗଣଙ୍କର ଆରାଧନା; (୩) ବୁଦ୍ଧ ଓ ବୋଧିସତ୍ୱମାନଙ୍କର ସ୍ତୁତି

ଲାମାମାନଙ୍କର ଦେବସ୍ଥାନରେ ଶକ୍ତି ବା କାଳୀମୂର୍ତ୍ତି ପ୍ରତିଷ୍ଠିତ ମଠାଧ୍ୟକ୍ଷ ଏକ ଲାମାହ୍କର ଆସନ ଅନ୍ୟ ଜଣେ ଲାମା ଗ୍ହଣ କରିପାରନ୍ତି ନାହିଁ ପ୍ରଧାନ ଲାମଙ୍କର ମୃତ୍ୟୁ ହେଲେ ତାହାଙ୍କ ପୂର୍ବଜନ୍ମ ଓ ପୁନରାଗମନ ପର୍ଯ୍ୟନ୍ତ ତାଙ୍କ ଆସନକୁ ଶୂନ୍ୟ ରଖାଯାଏ ପୁନର୍ଜନ୍ମପରେ ୩ ବର୍ଷ ଠାରୁ ୬ ବର୍ଷ ବୟସ ମଧ୍ୟରେ ସେହି ମୃତଲାମାଙ୍କ ଦେହାନ୍ତ ପରେ ମଠର ଆୟ ବ୍ୟୟ, ସ୍ଥିତି, ପଶୁ, ସମ୍ପତ୍ତି କଅଣ ଥିଲା ଏବଂ ବର୍ତ୍ତମାନ କଅଣ ଅଛି, ଯେଉଁ ଶିଶୁ ତାହା କହି ପାରେ ସେ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୁଏ ତହିଁ ଉତ୍ତାରୁ ତାଙ୍କ ମଠର ଅନ୍ୟ ଲାମାମାନେ ଶୂନ୍ୟ ମହନ୍ତଙ୍କ ଆସନରେ ବସାନ୍ତି]

୨. (ସ୍ପେନ୍ ଦେଶୀୟ ଭାଷା—ଳାଏମା; ଇଂରାଜୀ - ଲ୍ଲାମା)— ଦକ୍ଷିଣ ଆମେରିକାର ଏକପ୍ରକାର ରୋମନ୍ଥକ ଉଷ୍ଟ୍ର ଜାତୀୟ ପଶୁ —୨. Llama; Auchenia Lama; south American beast of the camel family.

[ଦ୍ରଷ୍ଟବ୍ୟ —ଏମାନେ ଉଟଠାରୁ ଛୋଟ, ଏମାନଙ୍କର କୁନ ନାହିଁ ଏମାନେ ଆମ ଦେଶରେ ଗଧ ପରି ଗୃହପାଳିତ ହୋଇ ବୋଝ ବୁହନ୍ତି ଏମାନଙ୍କ କୋମଳ ଲୋମରୁ କୋମଳ ଶୀତବସ୍ତ୍ର ପ୍ରସ୍ତୁତ ହୁଏ ଓ ଚମଡ଼ାରୁ ନାନା ବ୍ୟବହାର୍ଯ୍ୟ ବସ୍ତୁ ନିର୍ମିତ ହୁଏ ଏ ଜନ୍ତୁଙ୍କୁ କଞ୍ଚା ଘାସ ମିଳିଲେ ଏମାନଙ୍କର ପାଣି ପିଇବା ଦରକାର ହୁଏ ନାହିଁ ଏମାନହ୍କସ ଗୋଡ଼ରେ ଅଙ୍ଗୁଳି ମାନ ପୃଥକ୍ ଓ ପ୍ରତି ଅଙ୍ଗୁଳିରେ ଛୋଟ ଦୃଢ଼ ଖୁରା ଅଛି ଏମାନେ ମଧ୍ୟ ବନ୍ୟ ଅବସ୍ଥାରେ ମିଳନ୍ତି ଓ କୁକୁରଙ୍କ ସାହାଯ୍ୟରେ ଏମାନଙ୍କୁ ଶିକାର କରାଯାଏ ଏମାନେ ଆକ୍ରମଣକାରୀ ଉପରକୁ ବିଷାକ୍ତ ଛେପ ପକାନ୍ତି ବନ୍ୟ ଅବସ୍ଥାରେ ଏହାକୁ ଗୁଆନା ଓ ଗୃହପାଳିତ ଅବସ୍ଥାରେ ଲାମା ବୋଲାଯାଏ ହିନ୍ଦୀ - ଶ]