ଲିଙ୍ଗ

ଉଇକିଅଭିଧାନ‌ରୁ
Jump to navigation Jump to search

ଲିଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲିଙ୍ଗ୍ ଦାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଚିହ୍ନ; ନିଦର୍ଶନ; ସୂଚନ — ୧. Mark; indication; token; sumbol; eneblem; indication.

[ଦ୍ରଷ୍ଟବ୍ୟ —ନ୍ୟାୟଦର୍ଶନ ମତରେ ଲିଙ୍ଗ ୪ ଶ୍ରେଣୀରେ ବିଭକ୍ତ ଯଥା— ସଂସ୍କୃତ - ଦ୍ଧ—ଯଥା, ଧୁମ ଅଗ୍ନିର ଲିଙ୍ଗ ଅଟେ ନ୍ୟସ୍ତ— ଯଥା, ଶିଘଂ ଗାଈର ଲିଙ୍ଗ ସହବର୍ତ୍ତା—ଯଥା, ଭାଷା ମନୁଷ୍ୟର ଲିହ୍ଗ ବିପରୀତ—ଯଥା, ଭଲ ମନ୍ଦ ସଙ୍ଗେ ଥାଏ—ହିନ୍ଦୀ - ଶ.]

୨. ହେତୁ; କାରଣ —୨. Cause.
୩. ମହାଦେବଙ୍କ ବିଗ୍ରହ: ଶିବଙ୍କର ମୂର୍ତ୍ତିବିଶେଷ — ୩. The phallic emblem of God ṡiba.

[ଦ୍ରଷ୍ଟବ୍ୟ —୧ ଏହା ମୁଖ ହସ୍ତାଦି ଅଙ୍ଗବିବର୍ଜିତ ଲମ୍ୱ ପ୍ରସ୍ତର ବା ଧାତୁଖଣ୍ଡ ଓ ଏହା ଶକ୍ତି ମଧ୍ୟସ୍ଥ କର୍ତ୍ତରେ ପ୍ରେଥିତ ହୋଇଥାଏ ମହାଦେବଙ୍କର ମୂର୍ତ୍ତି ଲିଙ୍ଗ (ଉସ୍ଥ)ରୂପରେ ଓ ପାର୍ବତୀଙ୍କ ମୂର୍ତ୍ତି ଶକ୍ତି (ଯୋନି) ରୂପରେ ପ୍ରତିଷ୍ଠିତ ହୁଏ ଉପଶକ୍ତି ଓ ଲିଙ୍ଗମୂର୍ତ୍ତିଦ୍ୱୟ (ପ୍ରକୃତି ଓ ପୁରୁଷ)ଦ୍ୱାରା ବ୍ରହ୍ମାଣ୍ଡରେ ସୃଷ୍ଟି ସୁଚିତ ହୁଁ

୨. ପୂର୍ବେ ପଞ୍ଚମୁଖଯୁକ୍ତ ଜରାବିଗ୍ରହରୂପେ ଶିବ ପୂଜା ପାଉଥିଲେ ଖ୍ରୀଷ୍ଟିୟ ୧ମ ଓ ୨ୟ ଶତବ୍ଦୀରେ ଲିଙ୍ଗ— ବିଗ୍ରହର ପୂଜା ଭାରତରେ ଅନାର୍ଯ୍ୟମାନଙ୍କଠାରୁ ଅଣାଯାଇ ହିନ୍ଦୁ ଧର୍ମର ଅଙ୍ଗୀଭୂତ କରାଯାଇଅଛି—(ହରପ୍ରସାଦଙ୍କ ଶାସ୍ତ୍ରୀଙ୍କ ଗବେଷଣ) ଲିଙ୍ଗ ପୁରାଣରେ ଲେଖଥାଅଛି ଯେ ଶିବଙ୍କର ଦୁଇ ରୂପ; ଅଲିଙ୍ଗ ଓ ଲିଙ୍ଗ ନିଷ୍କ୍ରିୟ ଓ ନିର୍ଗୁଣ ଶିବ ଅଲିଙ୍ଗ ଅଟନ୍ତି ଜଗତ୍ କାରଣରୂପ ଶିବ ଲିଙ୍ଗ ଅଟନ୍ତି ଅଲିଙ୍ଗ ଶିବଙ୍କଠାରୁ ଲିଙ୍ଗ ଶିବଙ୍କର ଉତ୍ପତ୍ତି ଶିବଙ୍କୁ ଲିଙ୍ଗୀ ବୋଲାଯାଏ ଅତଏବ ଲିଙ୍ଗ ବା ପ୍ରକୃତି ଶିବଙ୍କରହିଁ ଅଟେ ଏରୂପେ ଲିଙ୍ଗ ଜଗତ୍ କାରଣ ରୂପ ଶିବଙ୍କ ପ୍ରତୀକ ଅଟେ ପ୍ରାଦଚୀନ ମିଶର, ଅରବ, ୟହୂଦା, ୟୂନାନ୍, ରୋମ୍ ଆଦି ଦେଶରେ ଜଗତ୍ କାରଣ ରୂପେ ଦେବତାଙ୍କର ବା ଈଶ୍ୱରଙ୍କ ଉପାସନା ପାଇଁ 'ଲିଙ୍ଗଗ'ର ମୂର୍ତ୍ତି ଗୃହୀତ ହେଉଥିଲା ପ୍ରାଚୀନ ୟୂନାନୀମାନେ ଲିଙ୍ଗକୁ ଲାଟିନ୍ ଫାଲସ୍ (phallus) କହୁଥିଲେ ୟହୁଦୀମାନେ ବାଅଲ୍ (Baal) ଦେବତାଙ୍କ ପ୍ରତିଶଷ୍ଠା ଲିଙ୍ଗ— ରୂପରେ କରିଥିଲେ ପ୍ରାଚୀନ ବାଲେନିଅର ବାଗାବଶେଷରୁ ମନ୍ଦିରମାନଙ୍କ ମଧ୍ୟରୁ ଅନେକ ଲିଙ୍ଗ ମିଳି ଅଛନ୍ତି; ଏ ଲିଙ୍ଗମାନ ଭାରତୀୟମାନଙ୍କ ଶିବଲିଙ୍ଗ ପରି କିନ୍ତୁ ପ୍ରାଚୀନ ଆର୍ଯ୍ୟମାନଙ୍କ ମଧ୍ୟରେ ଲିଇରୂପୀ ବଙ୍କ ଉପସନାର ସୂଚନା ମିଳେ ନାହିଁ ବୈଦିକ କାଳରେ କେତେକ ଅନାର୍ଯ୍ୟ ଜାତିଙ୍କ ମଧ୍ୟରେ ଲିଙ୍ଗ ପୂଜା ପ୍ରଚଳିତ ଥିଲା ଅନାର୍ଯ୍ୟ ଜାତିଙ୍କର ଶିଶ୍ନ— ଦେବାଃ ରୂପେ ଗୋଟିଏ ନାମ ବେଦ ମନ୍ତ୍ରରେ ଅଛି—ହିଶ]
୪. ପୁରୁଷର ଉପସ୍ଥ; ଶିଶୁ —୪. Penis; male organ of generation.

(ଲିଙ୍ଗର ଅନ୍ୟ ସଂସ୍କୃତ ପ୍ରତିଶବ୍ଦ—ଉପସ୍ଥ, ମଦନାଙ୍କଶ, ମେହନ, ମେଢ୍ର, କନ୍ଦର୍ପ ମୂଷଳ, ଶେଫଃ, ଧ୍ୱଜ, ସାଧନ—(ହିନ୍ଦୀ - ଶ.) ===

୫. ଅନୁମାନ —୫. Inference.
୬. (ନ୍ୟାୟ ଦର୍ଶନ) ଅନୁମନସାଧନି —୬. (logic) Premises leading to a conlusion.
୭. (ବ୍ୟାକରଣ) ପଦାର୍ଥ ବା ଜୀବଦିଙ୍କର ପୁରୁଷ, ସ୍ତ୍ରୀ ବା ନପୁଂସକ ଥିବାର ସୁଚନ —୭. (Grammar) Gender.
୮. (ସାଂଖ୍ୟା ଦର୍ଶନ) ପ୍ରକୃତି —୮. (Samkhya philosophy) Nature; matter; crude matter.
୯. ଶବ୍ଦର ଅର୍ଥ ପ୍ରକାଶକ ସାମାର୍ଥ୍ୟ —୯. The power
of a word make its meaning manifest.

୧. ସନ୍ନ୍ୟାସୀ —୧୦. An anchorite.
୧୧. ସନ୍ନ୍ୟାସୀର ଭେକ —୧୧. The dress or marks of an anchorite.
୧୨. ଲିଙ୍ଗ ଶରୀର (ଦେଖ) - —୧୨. Liṅga ṡarīra (See)

[ଉ—ପ୍ରକୃତି ଲୀନେ ଗୁଣ ଲିଙ୍ଗ, ସ୍ଥୂଳ ଶରୀର ସଙ୍ଗଭଙ୍ଗ ଜଗନ୍ନାଥ. ଭାଗବତ]

୧୩. (ସାଂଖ୍ୟଦର୍ଶନ) ମୂଳ ପ୍ରକୃତି —୧୩. (Sāṇkhya philosophy) Original Nature.

[ଦ୍ରଷ୍ଟବ୍ୟ —ବିକୃତି ପୁଣି ପ୍ରକୃତିରେ ଲୟ ପ୍ରାପ୍ତ ହୁଏ; ଏଥିପାଇଁ ପ୍ରକୃତିକୁ ଲିଙ୍ଗ ବୋଲାଯାଏ— ହିନ୍ଦୀ - ଶ]

୧୪. (ମୀମାଂସା ଦର୍ଶନ)—ଛଅ ଲକ୍ଷଣ, ଯହିଁ ଅନୁସାରେ ଲି ନିର୍ଣ୍ଣୀତ ହୁଏ (ହିନ୍ଦୀ - ଶ.) — (Mīmāṁsā philosophy) Six attributes or indications from which sex is ascertained.

[ଉ—ଲକ୍ଷଣ ଯଥା—ଉପକମ, ଉପସଂହାର, ଅଭ୍ୟାସ, ଅପୂର୍ବତା, ଅର୍ଥବାଦ ଓ ଉପପତ୍ତି— ହିନ୍ଦୀ - ଶ.]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବସ୍ତ୍ରାଦିର ଧଡ଼ିରେ ଅଙ୍କିତ ରଙ୍ଗିନ୍ ଚିତ୍ର ବା ରେଖା —Coloured figure or line on the hem of a cloth.

[ଉ—ବାହାର କଲେ ନୀଳ ଝୀନ ଶାଢ଼ୀ, ସିନ୍ଦୁରୀ ଧଡ଼ି ଫୁଲ ଲିଙ୍ଗ ପଡ଼ି ଭଞ୍ଜ. ଲାବଣ୍ୟବତୀ]