ଲୁଚିବା

ଉଇକିଅଭିଧାନ‌ରୁ

ଲୁଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଲୁକ୍ ଧାତୁ)[ସମ୍ପାଦନା]

୧. ଲୁକ୍କାୟିତ ହେବା; ପ୍ରଚ୍ଛନ୍ନ ହେବା —୧. To be hidden or concealed.
୨. ଦେଖା ନ ଯିବା; ଅଦୃଶ୍ୟ ହେବା —୨. To be invisible; to disappear.
୩. ଲୋପ ପ୍ରାପ୍ତ ହେବା —୩. To be annihilated.
୪. ଅନ୍ୟ ବ୍ୟକ୍ତିର ଦୃଷ୍ଟିରୁ ନିଜର ମୁଖକୁ ଗୁପ୍ତ କରିବା —୪. To hide one's face from the view of another

[ଉ—ଲୁଚିଛି! ଗୋଡ଼ ଦିଓଟି ଦିଶୁଛି ଢା]

[ଦ୍ରଷ୍ଟବ୍ୟ —ଅବରୋଧ ପ୍ରଥା ଯୋଗୁଁ ସ୍ତ୍ରୀମାନେ ପୁରୁଷମାନଙ୍କୁ ଲୁଚନ୍ତି, ଅର୍ଥାତ ପୁରୁଷମାନଙ୍କ ଆଗରେ ଦେଖା ଦିଅନ୍ତି ନାହିଁ ବିଶେଷତ୍ୱ ନବାଗତ ବଧୂମାନେ ଶିଶୁ ମାନଙ୍କଛଡ଼ା ଅନ୍ୟ ସମସ୍ତଙ୍କୁ ପହିଲେ ପହିଲେ ଲୁଚନ୍ତି ଓ ଉକ୍ତ ବଧୂମାନେ ପୁତ୍ର କନ୍ୟାଙ୍କର ଜନନୀ ହେବା ପରେ ତାଙ୍କର ଏ ଲୁଚିବାର ତୀବ୍ରତା କେତେ ପରିମାଣରେ କମିଯାଏ; ତଥାପି ସ୍ତ୍ରୀଲୋକ ମାନେ ଆପଣାର ଦେଢ଼ଶୁର, ମଉଳାଶୁର, ଭଉଣୀଜୋଇଁ, ମାନଙ୍କୁ ଚିରକାଳ ଲୁଚନ୍ତି; ଅର୍ଥାତ୍ ସେମାନଙ୍କ ସମ୍ମୁଖରେ ଆପଣାର ମୁଖ ଦେଖାନ୍ତି ନାହିଁ କ୍ଷତ୍ରିୟ ଓ କରଣମାନଙ୍କ ଘରେ କନ୍ୟା ଋତୁମତୀ ହେବା ପରେ ଆପଣାର ପିତା ଓ ବଡ଼ ଭାଇଙ୍କୁ ମଧ୍ୟ ଲଗାନ୍ତି]

୫. ଲୁଚିବା (ଦେଖ) - ୫. Luchibā(See)