ଲୋକାଲୋକ

ଉଇକିଅଭିଧାନ‌ରୁ

ଲୋକାଲୋକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) (ଲୋକ ଧାତୁ= ଦେଖିବା+ ଭାବ. ଅ=ଲୋକ= ଦେଖାଯିବା+ଆଲେକ= ଅଦର୍ଶନ —ଦେଖା ନ ଯିବା; ସୂର୍ଯ୍ୟକିରଣ ପଡ଼ିବା ଯୋଗୁ ଯହିଁର ଏକପାଖ ଦେଖାଯାଏ ଓ ସୂର୍ଯ୍ୟକିରଣ ନ ପଡ଼ିବା ଯୋଗୁଁ ଯହିଁର ଅପର ପାଖ ଦେଖାଯାଏ ନାହିଁ )[ସମ୍ପାଦନା]

୧. ସୂର୍ଯ୍ୟକିରଣଦ୍ୱାରା ଏକ ଦିଗ ଆଲୋକିତ ଓ ସୂର୍ଯ୍ୟକିରଣ ନ ପଡ଼ିବାରୁ ଅନ୍ୟ ଏକ ଦିଗ ଅନ୍ଧକାରାଚ୍ଛନ୍ନ ବ୍ରହ୍ମାଣ୍ଡବେଷ୍ଟନକାରୣ ହିନ୍ଦୁପୁରାଣୋକ୍ତ ପର୍ବତମାଳା —୧. A mythological chain of mountains which surrounds the universe and the inner face of which is lighted by sunsine and the outer face is dark for not getting the rays of the sun.

[ଦ୍ରଷ୍ଟବ୍ୟ — ଏ ପର୍ବତ ସପ୍ତଦ୍ୱୀପା ପୃଥିବୀକୁ ବେଷ୍ଚନ କରିଥିବା ଓ ସପ୍ତସମୂଦ୍ରର ଶେଷ ସୀମାର ଚାରିପାଖରେ ଘେରି ରହିଥିବା କଥା ପୁରାଣରେ ବର୍ଣ୍ଣିତ ହୋଇଅଛି ଏ ପର୍ବତମାଳାର ଉପତ୍ୟକା ଦେବତାମାନହ୍କର କ୍ରୀଡ଼ାସ୍ଥଳ ବୃତାସୁରକୁ ବଧ କରି ଇନ୍ଦ୍ର ବ୍ରହ୍ମହତ୍ୟା ପାତକଭୀତ ହୋଇ ଏହି ପର୍ବତ ଅତିକ୍ରମ ପୂର୍ବକ ଅନ୍ଧକାର ମୟ ପ୍ରଦେଶକୁ ପଳାୟନ କରିଥିଲେ ]

୨. (ବୌଦ୍ଧଗ୍ରନ୍ଥ ମତ) ଚତ୍ରବାଳ —୨. Horizon.