ଲୋପ୍ତ୍ରୀ

ଉଇକିଅଭିଧାନ‌ରୁ

ଲୋପ୍ତ୍ରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ମଇଦାର ଲୁଚି ବା ପୁରୀ —Wheaten rolls of bread.

[ଦ୍ରଷ୍ଟବ୍ୟ —ଲୋପ୍ତ୍ରୀ ପ୍ରସ୍ତୁତ କରିବା ସମ୍ୱନ୍ଧେ ବୈଦ୍ୟ ଗ୍ରନ୍ଥରେ ନିମ୍ନଲିଖିତରୂପେ ଲେଖା ଅଛି— ଧଳା ଗହମକୁ ଧୋଇ, କୁଟି, ଶୁଖାଇ, ପେଷି. ଚାଲୁଣୀରେ ଚଳାଇଲେ ଯେଉଁ ଦ୍ରବ୍ୟ ହୁଏ ତାକୁ ସମିତା (ମଇଦା) କହନ୍ତି ଏହାକକୁ ଜଳଦ୍ୱାରା କୋମଳ କରି ତାକୁ ଉତ୍ତମରୂପେ ମର୍ଦ୍ଦନ କରିବ (ଚକଟିବ) ଏହି ଖଳିକୁ ହାତ ସାହାର୍ଯ୍ୟରେ ବିସ୍ତୃତ କରି ଲୋପ୍ତ୍ରୀ ବା ପିଠା ପରି କରିବ ଅଧୋମୁଖ ଘଟକୁ ନିଆଁ ଉପରେ ରଖି ତହିଁର ପୃଷ୍ଠଦେଶରେ ଏ ପିଠାକୁ ପାରି ଦେବ ଓ ମୃଦୁ ବହିରେ ଏହାକୁ ସିଦ୍ଧ କଲେ ଏହା 'ମଣ୍ଡକ' ହେବ ଏହି ମଣ୍ଡକ (ଲୋପ୍ତ୍ରୀ)କୁ ଦୁଗ୍ଧ, ଘୃତ ଓ କନ୍ଦ ସଙ୍ଗେ କିମ୍ୱା ସିଦ୍ଧ ମାଂସ ସଙ୍ଗେ କିମ୍ୱା ଦହିବରା ସଙ୍ଗେ ଖାଇବ ଏହା ପୃଷ୍ଟିକାରକ, ଶୁତ୍ରବର୍ଦ୍ଧକ, ବଳକାରକ, ଅତ୍ୟନ୍ତ ରୁଚିଜନକ, ମଧୁରରସ, ମଧୁରବିପାକ, ମଳରୋଧକ, ଲଘୁ ଓ ତ୍ରିଦୋଷନାଶକ—ଦ୍ରବ୍ୟଗୁଣ]