ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବ୍ୟଞ୍ଜନବର୍ଣ୍ଣମାଳାର ତ୍ରିଂଶ ବର୍ଣ୍ଣ ଏହାର ଉଚ୍ଚାରଣ ସ୍ଥାନ ତାଳୁ (କଣ୍ଠ ଓ ମୂର୍ଦ୍ଦାର ମଧ୍ୟସ୍ଥଳ), ଏଥିପାଇଁ ଏହାକୁ 'ତାଲବ୍ୟ ଶ' ବୋଲାଯାଏ ଏହା ମହାପ୍ରାଣ ବର୍ଣ୍ଣ, ଏଥିର ଉଚ୍ଚାରଣପାଇଁ ପାଟି ବାଟେ ଉଷ୍ୱା ବା ଶ୍ୱାସ ବାୟୁର ଆଧିକ୍ୟ ଆବଶ୍ୟକ ହୁଏ, ତେଣୁ ଏହାକୁ ଉଷ୍ମବର୍ଣ୍ଣ ବୋଲାଯାଏ ଭାଷାରେ ତାଲବ୍ୟ ଶ, ମୂର୍ଦ୍ଧନ୍ୟ ଷ ଓ ଦନ୍ତ୍ୟ ସର ଉଚ୍ଚାରଣରେ ପ୍ରଭେଦ ଦେଖାଯାଏ ନାହିଁ ଅଭ୍ୟନ୍ତର ପ୍ରଯନ୍ତଦୃଷ୍ଟିରେ ଏହା ଈଷତ୍ ସ୍ପଷ୍ଟବର୍ଣ୍ଣ ସଂସ୍କୃତାଜ୍ଞ ଲେଖକମାନେ ଶ, ଷ, ସ ମଧ୍ୟରେ ପ୍ରଭେଦ ନ ରଖି ସଂସ୍କତ ଓ ସଂସ୍କୃତମୂଳକ ଶ, ଷ, ସ ବିଶିଷ୍ଟଶବ୍ଦମାନଙ୍କୁ ଯଥୋଚ୍ଛାଭାବରେ ଲେଖନ୍ତି ଓ ଅଧିକାଂଶ ସ୍ଥଳରେ 'ଶ' 'ଷ' ସ୍ଥଳରେ 'ସ' ଲେଖିଦିଅନ୍ତି ମରହଟ୍ଟିଆ ପଣିତମାନେ 'ଶ'କୁ 'ଶ୍ୟ' ରୂପେ ଉଚ୍ଚାରଣ କରିବା ଦେଖାଯାଏ ଯଥା— ଶକ୍ତି ସ୍ଥାନରେ—'ଶକ୍ତି' ଶବ୍ଦ ସ୍ଥାନରେ—'ଶ୍ୟଦ୍ଦ' ଶମ୍ଭୁ ସ୍ଥାନରେ—'ଶ୍ୟମ୍ଭୁ' ଶକଟ ସ୍ଥାନରେ 'ଶ୍ୟକଟ' ଶାକାନ୍ନ ସ୍ଥାନରେ 'ଶ୍ୟାକାନ୍ନ' କେହି କେହି ମଧ୍ୟ 'ଶେ' ଉଚ୍ଚାରଣ କରନ୍ତି ଯଥା— ଶକ୍ତି ସ୍ଥଳରେ ଶେକ୍ତି, ଶଙ୍କା ସ୍ଥଳରେ 'ଶେଙ୍କା'

ପ୍ରକୃତରେ 'ଶ' ଉଚ୍ଚାରଣ ଇଂରାଜିରେ 'c'ବା 's'ପରି ଖୁବ୍ ଲଘୁ (ଯଥା— Nice), ଷର ଉଚ୍ଚାରଣ ଇଂରାଜୀ sh (ଯଥା— cash) ଓ ସର ଉଚ୍ଚାଣ ଇଂରାଜୀ ssପରି (ଯଥା— Hiss) ପ୍ରାକୃତ ଭାଷାରେ କକେବଳ ଗୋଟିଏ 'ସ'ର ବ୍ୟବହାର ଦେଖାଯାଏ ସାଧାରଣତଃ ଓଡ଼ିଆ ଭାଷା— ଲେଖାରେ ଏ ତିନି 'ଶ, ଷ, ସ,'ର ପ୍ରଭେଦ ନ ମାନି ଅଧିକାଂଶ ଲୋକ ଦେଶଜ ସଂସ୍କୃତକ ମୂଳକ ଓ ଅନ୍ୟ ଭାଷାରୁ ଆଗତ ଶବ୍ଦମାନଙ୍କୁ 'ସ' ଲେଖନ୍ତି ଯଥା— ସନ (ଫା), ସନନ୍ଦ, (ଫା), ସାଦ (ଫା—ସାଦାହ୍), ସରକାର (ଫା), ସାଗ (ସଂ—ଶାକ), ସାଇକଲ (ଇଂ— ଶାଇକ୍ଲ୍) (cycle), ସାହାଡ଼ା (ସଂ—ଶାଖୋଟ)

ଏଥିପାଇଁ କେବଳ ସଂସ୍କୃତ ଓ ସଂସ୍କୃତମୂଳକ ଦେଶଜ ଶବ୍ଦମାନ ଏ ଭାଷାକୋଷରେ 'ଶ' ତଳେ ଦିଆଗଲା ପାଠକ— ମାନେ କୌଣସି ଦେଶଜ, ସଂସ୍କୃତମୂଳକ ଓ ଅନ୍ୟଭାଷାଗତ 'ଷ', 'ଶ' ଯୁକ୍ତ ଶବ୍ଦ କୌଣସିଠାରେ ଲେଖାରେ ଦେଖିଲେ ଓ ତାହା ଏ ଶବ୍ଦକୋଷର ତତ୍ତତ୍ ଷ ଓ ଶ ତଳେ ନ ପାଇଲେ 'ସ' ତଳେ ମଧ୍ୟ ଦେଖିବେ 'ସ' ତଳେ ଯେଉଁ ଦେଶଜ ସଂସ୍କୃତମୂଳକ ଓ ବିଦେଶାଗତ ଶବ୍ଦମାନ ଦିଆଗଲା, ସେଗୁଡ଼ିକୁ 'ସ' ସ୍ଥଳରେ 'ଶ' ଓ 'ଷ' ଯୁକ୍ତ କରି ମଧ୍ୟ ଲୋକେ ଲେଖିଥାଆନ୍ତି)

ଉଚ୍ଚାରଣ[ସମ୍ପାଦନା]

$1

  • (file)
  • (file)
  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ)[ସମ୍ପାଦନା]

୧. ବିଷ୍ଣୁ — ୧. Bishṇu.
୨. ଶିବ; ମହାଦେବ —୨. Siba
୩. (+ ଭାବ. ଅ) ସୁଖ —୩. Happiness.
୪. (+ କର୍ତ୍ତୃ. ଅ) ଶାସିତା; ଶାସକ ବ୍ୟକ୍ତି —୪. Ruler; contrrolle; regulator.
୫. (+ ଅଧିକରଣ. ଅ) ମଙ୍ଗଳ; କଲ୍ୟାଣ; ଶୁଭ —୫. Good; weal.

(ଉ— 'ବିରଥି ରଥିର ମନ ମନ କପି କପୀଶ ଶ—କଶବର—ଭଞ୍ଜ ବୈଦେହୀଶବିଳାସ')

୬. (+ ଅଧି. ଅ) ସୀମା — ୬. Boundary.
୭. (+ଭାବ. ଅ) ଶୟନ — ୭. Sleeping.
୮. (ଅଧିକରଣ. ଅ) ଧର୍ମ — ୮. Righteousness.
୯. (ଶୋ ଧାତୁ=ଶାଣ ଦେବା+କର୍ମ. ଅ)— ଶସ୍ତ୍ର —୯. Weapon.

ଶଅ, ଶହ ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶତ)[ସମ୍ପାଦନା]

୧. ଶତ ସଂଖ୍ୟା —୧. Hundred.
୨. ୨୮୮: ଗୋଟି ନଡ଼ିଆ, ଅର୍ଥାତ୍, ୩ପଣ ୧୨: ଗଣ୍ଡା (ପୁରୀ ଜିଲ୍ଲା) —୨. ୨୮୮ cocoanuts (Puri district).

ଦେଶଜ - ବିଶେଷଣ -[ସମ୍ପାଦନା]

ଶତସଂଖ୍ୟକ — Numbering one hundred.

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି— (ଶୋ ଧାତୁ= ଶୟନ କରିବା+ମନୁ; ନିପାତନ; ଶୂନ୍ ଶବ୍ଦ ୧ମା. ୧ବ)[ସମ୍ପାଦନା]

୧. ଶବ; ମୁର୍ଦ୍ଦାର —୧. Dead body; corpse.
୨. ମୁଖ —୨. Face.