ଶଂଙ୍ଖା

ଉଇକିଅଭିଧାନ‌ରୁ

ଶଂଙ୍ଖା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶଙ୍ଖକ)[ସମ୍ପାଦନା]

୧. ଶଙ୍ଖନିର୍ମିତ ଭୂଜର ବଳୟ — ୧. Bracelets made of conch shell.
୨. ଜଉରେ ତିଆରି ଏକପ୍ରକାର କାଚ ବଳୟ (ଏହାର ମଧ୍ୟରେ କାଚ ଥାଏ ଓ ଉପରେ ଜଉ ଦିଆଯାଇଥାଏ ଏବଂ ସେହି ଜଉ ଉପରେ ଖଣ୍ଡ ଖଣ୍ଡ ଦର୍ପଣ ଓ ଶଙ୍ଖ ମଧ୍ୟ ମରାଯାଇଥାଏ) ୨. Bracelet made of glass bangles covered with shell lac to which bits of looking glass and conch-shell are stuck.
୩. ସୁନା କିମ୍ୱା ରୁପାରେ ନିର୍ମିତ ବଳୟ — ୩. Bracelet made of gold or silver.

[ଦ୍ରଷ୍ଟବ୍ୟ —ବଙ୍ଗ ଦେଶରେ ହାତରେ ଲୌହ ବଳୟ ବା ଶଙ୍ଖ ନିର୍ମିତ ବଳୟ ଓ ସିନ୍ଥିରେ ସିନ୍ଦୁର କଲୀ ପେପରି ଅହ୍ୟ ସ୍ତ୍ରୀମାନଙ୍କର ସଧବା ଚିହ୍ନି, ଆମ ଦେଶରେ ସେହିପରି ହାତରେ ଶଙ୍ଖା ଓ କପାଳରେ ସିନ୍ଦୁର ଟୋପି ଅହ୍ୟମାନଙ୍କର ଚିହ୍ନ ଅବିବାହିତା କନ୍ୟାମାନେ ମଧ୍ୟ ଏହା ପରିଧାନ କରନ୍ତି, କିନ୍ତୁ ସଧବା ସ୍ତ୍ରୀର ଏହା ପ୍ରଧାନ ଚିହ୍ନ ବିବାହ କାଳରେ ପ୍ରତ୍ୟକ ବାଳିକା ଏହା ପରିଧାନ କରନ୍ତି ବଡ଼ ଲୋକ ଘରର କକନ୍ୟା ଓ ବଧୂମାନେ ହାତରେ ସୁନା ରୂପାର ଖଡ଼ୁ ଓ ଚୁଡ଼ି ପିନ୍ଧିଲେ ମଧ୍ୟ ବିବାହ କାଳରେ ହାତରେ ଦୁଇପଟ ଶଙ୍ଖା ପିନ୍ଧିବାର ବିଧିଅଛି ଶୂଦ୍ର ଓ ହଟୁଆ ଜାତୀୟ ସ୍ତ୍ରୀମାନଙ୍କ ମଧ୍ୟରେ ଶଙ୍ଖାରେ ବିଶେଷ ପ୍ରଚଳନ ଅଛି ଏକ ହାତରେ ପିନ୍ଧିବା ପାଇଁ କେତେଗୁଡ଼ିଏ ଶଙ୍ଖାକୁ ମୁଠାଏ ସଙ୍ଖା ବୋଲାଯାଏ ଓ ଦୁଇହାତର ଶଙ୍ଖାକୁ ଦିମୁଠା ଶଙ୍ଖା ବୋଲାଯାଏ ବିବାହ ସମୟରେ ବର କନ୍ୟାହାତରେ ଶଙ୍ଖା ପିନ୍ଧାଇଦେବାର ବିଧି ଅଛି ଶୂଦ୍ରମାନେ (ଯେଉଁମାନଙ୍କ ସମାଜରେ ବିଧବା ବା 'ଦୁତିଆ' ପ୍ରଥାଚଳେ) ଯେଉଁ ଦୁତିଆ— ସ୍ତ୍ରୀକୁ ବିବାହ କରନ୍ତି, ତାକୁ ଶଙ୍ଖା ଦୁଇମୁଠା ପିନ୍ଧାଇ ଦେଲେ ଦୁତିଅ ବିବାହ ବିଧି ସମାପିତ ହୁଏ 'ତୋ ଶଙ୍ଖା ବଜ୍ର ହେଉ' (ତୋ ହାତର ଶଙ୍ଖା ବଜ୍ର ପରି ଦୃଢ଼ ବ ଚିରସ୍ଥାୟୀ ହେଉ, ଅର୍ଥାତ୍, ତୁ ଚିରକାଳ ସଧବା ହୋଇ ଥିବୁ) ଏହା ସଧବା ସ୍ତ୍ରୀ ଓ ବାଳିକାମାନଙ୍କ ପକ୍ଷରେ ଗୋଟିଏ ଆଶୀର୍ବାଦ ଆମ ଦେଶରେ ଶଙ୍ଖା ନାମରେ ଜଉମଡ଼ା କାଚ ପ୍ରଚଳିତ, କିନ୍ତୁ ମେଦିନୁପୁର ଆଦି ଅଞ୍ଚଳରେ ସ୍ତ୍ରୀମାନେ ଶଙ୍ଖରୁ ତିଆରି ବଳୟ (ପ୍ରକୃତ ଶଙ୍ଖା) ପିନ୍ଧନ୍ତି]

୪. (ଅନାଦରାର୍ଥକ) ଶଙ୍ଖାସୁର —୪. Name of Ṡaṅkhāsura.

[ଦ୍ରଷ୍ଟବ୍ୟ —ବେଦ ଚୋରିକରି ସମୁଦ୍ରରେ ଲୁଚିଥିବା ଶଙ୍ଖାସୁରକୁ ଭଗବାନ ମୀନାରୁପରେ ମାରିଥିଲେ ଓ ବେଦ ଉଦ୍ଧାର କରିଥିଲେ]

(ଉ—ପ୍ରଥମେ ମୀନାରୂପ ଧରି, ବେଦ ଆଣିଲୁ ଶଙ୍ଖା ମାରି—ଭୂପତି ପ୍ରେମପଞ୍ଚାମୃତ)

ଅନୁବାଦ[ସମ୍ପାଦନା]

(ଶଙ୍ଖୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଶଙ୍ଖ ପରି ଶୁକ୍ଳ —White as conch.

(ଯଥା—ଶଙ୍ଖା କୁମ୍ଭୀର; ଶଙ୍ଖୀ ବିରାଡ଼ି)