ଶକୁନ୍ତଳା

ଉଇକିଅଭିଧାନ‌ରୁ

ଶକୁନ୍ତଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ— (ଶକୁନ୍ତ=ପକ୍ଷୀ+ଲା ଧାତୁ=ଲାଳନ କରିବା +କର୍ମ. ଅ+ଆ, ସ୍ତ୍ରୀ; ଯେ ଶିଶୁକାଳରେ ପକ୍ଷୀ—ଦ୍ୱାରା ଲାଳିତ ହୋଇଥିଲେ)[ସମ୍ପାଦନା]

ଗାନ୍ଧର୍ବ ବିଧାନାନୁସାରେ ରାଜା ଦୁଷ୍ୟନ୍ତଙ୍କର ପରିଣୀତା ମହିଷୀ, ରାଜା ଭରତଙ୍କ ମାତା — Name of the chosen wife of king Dushyanta and mother of king Bharata of India.

[ଦ୍ରଷ୍ଟବ୍ୟ —ଏ ବିଶ୍ୱାମିତ୍ର ଋଷିଙ୍କ ଔରସରେ ଅପ୍ସରା ମେନକାଙ୍କ ଗର୍ଭରୁ ଜାତ ହୋଇଥିଲେ ଏ ବିଶ୍ୱାମିତ୍ରଙ୍କ ଗୁପ୍ତ ପ୍ରଣୟରୁ ଜାତ ହୋଇଥିବାରୁ ଏହାଙ୍କୁ ଜନ୍ମ କରି ମେନକା ଜଙ୍ଗଲରେ ଫୋପାଡ଼ି ଦେଇଗଲେ ସେତେବେଳେ ଗୋଟିଏ ପକ୍ଷୀ ଏହି ନବପ୍ରସୂତା କନ୍ୟାକୁ ସ୍ୱୀୟ ପକ୍ଷଦ୍ୱାରା ଆଚ୍ଛାଦନ କରି ରକ୍ଷା କରିଥିଲା ମହର୍ଷି କଣ୍ୱ ଏହି ଅବସ୍ଥାରେ କନ୍ୟାଟିକୁ ଦେଖି ଦୟାର୍ଦ୍ର ହୋଇ ସ୍ୱୀୟ ଆଶ୍ରମକୁ ଘେନି ଆସି ନିଜ କନ୍ୟା ପରି ଲାଳନପାଳନ କଲେ ଓ ଏ ଯୁବତୀ ହେଲେ ରାଜା ଦୁଷ୍ୟନ୍ତ ମୃଗୟାକୁ ଯାଇ ତାହାଙ୍କୁ ଦେଖିଲେ ଏବଂ ତାଙ୍କ ରୂପ ମାଧୂରୀରେ ଏକାନ୍ତ ମୁଗ୍ଧ ହୋଇ ଗାନ୍ଧର୍ବ ବିଧି ଅନୁସାରେ ତାହାଙ୍କୁ ବିବାହ କଲେ ଆଶ୍ରମରେ କଣ୍ୱ ମୁନିଙ୍କ ଅନୁପସ୍ଥିତିରେ ଏ ଦୁହିଁଙ୍କର ମିଳନ ହେଲା ଏବଂ ଶକୁନ୍ତଳା ଅନ୍ତଃସତ୍ତ୍ୱା ହେଲେ ଏହା ପରେ ଦୈବଗତ୍ୟା ଦିନେ ମହର୍ଷି ଦୁର୍ବାସା କଣ୍ୱଙ୍କ ଆଶ୍ରମରେ ଉପସ୍ଥିତ ହେଲେ ଦୁଷ୍ୟନ୍ତଗତପ୍ରାଣା ଶକୁନ୍ତଳା ପ୍ରିୟଙ୍କ ଚିନ୍ତାରେ ସେତେ— ବେଳେ ଏପରି ଅଭିଭୂତା ହୋଇଥିଲେ ଯେ, ସେ ମହର୍ଷିଙ୍କ ସତ୍କାର ପ୍ରତି ଦୃଷ୍ଟି ଦେଇ ପାରିଲେ ନାହିଁ ଏଥିରେ ଦୁର୍ବାସା କୂପିତ ହୋଇ ପୂଜ୍ୟ ପୂଜା ବ୍ୟତିକ୍ରମ ପାଇଁ ତାହାଙ୍କୁ ଅଭିଶାପ ଦେଇ କହିଲେ—"ଯାହାର ଚିନ୍ତାରେ ତୁ ମଗ୍ନ, ସେ ତୋତେ ଚିହ୍ନିବ ନାହିଁ" ସଖୀମାନେ ଏ ଅଭିଶାପ ଶ୍ରବଣ କରି ମହର୍ଷିଙ୍କ ନିକଟରେ ବହୁ ଅନୁନୟ ବିନୟ କଲେ ଫଳରେ ଦୁର୍ବାସାଙ୍କ ନିକଟରେ କ୍ରୋଧ ଶାନ୍ତ ହେଲା ଏବଂ ସେ କହିଲେ—"ପ୍ରଣୟର କୌଣସି ଅଭିଜ୍ଞାନ ବା ଚିହ୍ନ ଦେଖାଇ ପାରିଲେ ଦୂଷ୍ୟନ୍ତ ଶକୁନ୍ତଳାଙ୍କୁ ଚିହ୍ନି ପାରିବେ" ଏଥିରେ ସଖୀମାନେ ଚିକିଏ ଆଶ୍ୱସ୍ତ ହେଲେ କାରଣ, ଦୂଷ୍ୟନ୍ତ ନିଜ ପ୍ରଣୟର ଓ ବିବାହର ଭାବୀ ପରିଚାପକ ରୂପେ ସ୍ୱନାମାଙ୍କିତ ଗୋଟିଏ ମୂଦ୍ରିକା ଶକୁନ୍ତାଳାଙ୍କୁ ପ୍ରଦାନ କରିଥିଲେ ଏହାପରେ ଦୁଷ୍ୟନ୍ତ ସ୍ୱରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ତେଣେ ଶକୁନ୍ତଳା ପ୍ରିୟ ବିରହରେ ମ୍ରିୟମାଣା ହୋଇ ଆଶ୍ରମରେ ରହିଲେ ସଖୀମାନେ ଦୁର୍ବାସାଙ୍କ ଅଭିଶାପ ବୃତ୍ତାନ୍ତ ତାହାଙ୍କୁ ନ ଶୁଣାଇ ଗୋପନରେ ରଖିଥାଆନ୍ତି ମହର୍ଷି କଣ ଯେତେବେଳେ ଆଶ୍ରମକକୁ ଫେରି ଆସିଲେ, ସେତେବେଳେ ଏ ସକଳ ବୃତ୍ତାନ୍ତ ଅବଗତ ହେବା ପାଇଁ ତାଙ୍କୁ ବେଶି ସମୟ ଲାଗିଲା ନାହିଁ ଧ୍ୟାନ ବଳରେ ସେ ସମସ୍ତ କଥା ଜାଣି ପାରି ଅତ୍ୟନ୍ତ ସୁଖୀ ହେଲେ ଏବଂ ବିଶାଳଯଶା ବୀର ତନୟର ଜନନୀ ହେବା ନିମିତ୍ତ କନ୍ୟାକୁ ଆଶୀର୍ବାଦ କଲେ ଏହା ପରେ ଶକନ୍ତଳାଙ୍କଠାରେ ଗର୍ଭଲକ୍ଷଣମାନ କ୍ରମେ ପ୍ରକାଶିତ ହେଲା କଣ୍ୱ ତାଙ୍କୁ ଆଶ୍ରମର ଜଣେ ବୃଦ୍ଧା ତପସ୍ୱିନୀ ଏବଂ ଦୁଇଜଣ ମୁନି କୁମାରଙ୍କ ସହିତ ସ୍ୱାମିଗୃହକୁ ପ୍ରେରଣ କଲେ ସଖୀମାନେ ଦର୍ବାସାଙ୍କ ଅଭିଶାପ କଥା ସ୍ମଣ କରି ବିଦାୟ ସମୟରେ ଦୁଷ୍ୟନ୍ତଙ୍କ ପ୍ରଦତ୍ତ ମୂଦ୍ରିକାଟି ଶକୁନ୍ତଳାଙ୍କ କାନିରେ ବାନ୍ଧି ଦେଇଥିଲେ ପଥ ମଧ୍ୟରେ ଶତୀତୀର୍ଥ ଘାଟରେ ସ୍ନାନ କରିବା ସମୟରେ ସେହି ମୁଦିଟି ତାଙ୍କ ଅଜାଣତରେ ପଣତ କାନିରୁ ନଦୀରେ ଖସି ପଡ଼ିଲା ଏବଂ ଗୋଟିଏ ମାଛ ତାହାକୁ ପାଇ ଖାଦ୍ୟ ଜ୍ଞାନରେ ଗିଳି ଦେଲା ଏଣେ ଶକୁନ୍ତଳା ଯେତେବେଳେ ଦୁଷ୍ୟନ୍ତଙ୍କ ନିକଟରେ ଉପସ୍ଥିତ ହେଲେ ସେତେବେଳେ ଦୁର୍ବାସାଙ୍କ ଅଭିଶାପ ଫଳରେ ରାଜା ତାହାଙ୍କ କଥା ଭୁଲି ଯାଇଥିଲେ ଅଭିଜ୍ଞାନମୁଦ୍ରିକାଟି ହଜି ଯାଇଥିବାରୁ ଶକୁନ୍ତଳା ତାହା ମଧ୍ୟ ଦେଖାଇ ପାରିଲେ ନାହିଁ ଫଳରେ ଦୁଷ୍ୟନ୍ତଙ୍କର ଶକୁନ୍ତଳାଙ୍କ ସହିତ ପ୍ରଣୟ ଏବଂ ଗାନ୍ଧର୍ବ ବିଧାନ ଅନୁସାରେ ବିବାଦ ଆଦି କୌଣସି କଥା ମନେ ପଡ଼ିଲା ନାହିଁ ତେଣୁ ଅନ୍ତଃସତ୍ୱ ଶକୁନ୍ତଳାଙ୍କୁ ସେ କୌଣସି ମତେ ଗ୍ରହଣ କରିବାକୁ ରାଜି ହେଲେ ନାହିଁ ଶକୁନ୍ତଳା ଏହିରୂପେ ଦୁଷ୍ୟନ୍ତଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତା ହୋଇ ଶୋକାକୁଳଚିତ୍ତରେ ରାଜାଙ୍କ ସମୀପରୁ ଫେରି ଆସୁଥିଲା ବେଳେ ତାଙ୍କ ମାତା ମେନକା ଆକାଶ ମାର୍ଗରେ ଆସି ପହଞ୍ଚି ତାଙ୍କୁ ଉଡ଼ାଇ ଘେନି ଗଲେ ଏହା ପରେ ମାତାଙ୍କ ସହିତ ଶକୁନ୍ତଳା ଇନ୍ଦ୍ରଙ୍କ ରାଜଧାନୀରେ ରହିଲେ ଏବଂ ଏହିଠାରେ ଯଥାସମୟରେ ଗୋଟିଏ ପୁତ୍ର ସନ୍ତାନ ପ୍ରସବ କଲେ

ଏଣେ ଦୈବକ୍ରମେ ସେ ଅଭିଜ୍ଞାନ ମୁଦ୍ରିକାଟି ଯେଉଁ ମାଛ ଗିଳି ଦେଇଥିଲା, ତାକୁ ଜଣେ କେଉଟ ଧରି ଆଣି କାଟିଲା ବେଳକୁ ମାଛ ପେଟରୁ ମୁଦିଟି ପାଇଲା ଉକ୍ତ କେଉଟଠାରେ ରାଜାଙ୍କ ନାମାଙ୍କିତ ମୁଦିଟି ଦେଖି ନଗରର ରକ୍ଷିଗଣ ତାକୁ ଚୋର ବୋଲି ମନେ କରି ରାଜାଙ୍କ ଛାମୁକୁ ମୁଦି ସିହତ ଧରି ଆଣିଲେ ଏବେ ଏ ମୁଦିକୁ ଦେଖିଲା ମାତ୍ରେ ରାଜାଙ୍କର ସବୁ କଥା ମନେ ପଡ଼ିଗଲା ଶକୁନ୍ତଳାଙ୍କ ପ୍ରତି ନିଜର ରୂଢ଼ ବ୍ୟବହାର କଥା ମନେ ପକାଇ ସେ ଏକାନ୍ତ ଅନୁତପ୍ତ ହେଲେ ଏବଂ ତାଙ୍କ ଅନ୍ୱେଷଣପାଇଁ ବହୁ ଯତ୍ନ କଲେ; କିନ୍ତୁ କୌଣସିଠାରେ ତାଙ୍କର ସନ୍ଧାନ ପାଇ ପାରିଲେ ନାହିଁ ଏହି ଭଳି ଅବସ୍ଥାରେ ତେଣେ ସ୍ୱର୍ଗରେ ଦେବାସୁର ଯୁଦ୍ଧ ଲାଗିଲା ସେହି ଯୁଦ୍ଧରେ ଦେବତାମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଦୁଷ୍ୟନ୍ତ ଇନ୍ଦ୍ରଙ୍କଦ୍ୱାରା ଆହୂତ ହୋଇ ସ୍ୱର୍ଗକୁ ଗଲେ ଏବଂ ଅସୁରମାନଙ୍କୁ ପରାଜିତ କରି ସ୍ୱରାଜ୍ୟକୁ ଫେରି ଆସୁଥିଲା ବେଳେ ବାଟରେ ଗୋଟିଏ ବାଳକକୁ ଦେଖିଲେ ସେ ବାଳକଟି ଏପରି ନିର୍ଭୀକ ଯେ, ଗୋଟିଏ ସିଂହ ଛୁଆକୁ ଅତି ନିଃଶଙ୍କ ଭାବରେ ତା ମାତା ନିକଟରୁ ଆକର୍ଷଣ କରୁଥାଏ ଏବଂ ତାହା ସଙ୍ଗେ ମନଇଚ୍ଛା କ୍ରୀଡ଼ା କୌତୁକ କରୁଥାଏ ବାଳକଟିକୁ ଦେଖି, କେଜାଣି କାହିଁକି, ଦୂଷ୍ୟନ୍ତଙ୍କ ହୃଦୟରେ ଅପାର ପୁଲକ ଜାତ ହେଲା ଏହା ପରେ ସେ ସେଠାରେ ଶକୁନ୍ତଳାଙ୍କୁ ଦେଖି ଚିହ୍ନି ପାରିଲେ ଏବଂ ଉକ୍ତ ବାଳକଟିକୁ ନିଜର ପୁତ୍ର ବୋଲି ଜାଣିଲେ; ସଙ୍ଗେ ସଙ୍ଗେ ମାତା ଓ ପୁତ୍ର ଉଭୟଙ୍କୁ ସଙ୍ଗଲେ ଆଣି ରାଜଧାନୀକୁ ଆସିଲେ ଏବଂ ଜୀବନର ଅବଶିଷ୍ଟ ସମୟ ସୁଖରେ ସେମାନଙ୍କ ସହିତ କଟାଇଲେ ସେହି ରାଜକୁମାର ପରେ ଭରତ ନାମରେ ଖ୍ୟାତ ହୋଇ ପିତୃ ସିଂହାସନର ଅଧିକାରୀ ହେଲେ ଏବଂ ତାଙ୍କରି ନାମ ଅନୁସାରେ ଏ ଦେଶର ନାମ ଭାରତବର୍ଷ ହେଲା

ଶକୁନ୍ତଳାଙ୍କ ବୃତ୍ତାନ୍ତକୁ ଅବଲମ୍ୱନ କରି ମହାକବି କାଳିଦାସ ସଂସ୍କୃତ ଭାଷାରେ ଅଭିଜ୍ଞାନଶକୁନ୍ତଳମ୍ ନାମକ ଏକ ନାଟକ ରଚନା କରିଅଛନ୍ତି]

ଦେଶଜ - ବି—(ସଂସ୍କୃତ -ଅଭିଜ୍ଞାନ ଶକୁନ୍ତଳମ୍)[ସମ୍ପାଦନା]

୧. ମହାକବି କାଳିଦାସଙ୍କ ବିରଚିତ ନାଟକ ବିଶେଷ —୧. Name of a Sanskrit drama by the great Sanskrit poet Kāḻidāsa.