ଶକୂଳୀ

ଉଇକିଅଭିଧାନ‌ରୁ

ଶକୂଳୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକୁଳ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶକ୍ ଧାତୁ+କର୍ତ୍ତୃ. ଉଳ. ଊଳ)[ସମ୍ପାଦନା]

ଶେଉଳ ମାଛ —A species of scaly fish; Ophicephalus Striatus.

[ଦ୍ରଷ୍ଟବ୍ୟ — ଏହା କର୍ଦ୍ଦମଚର ସର୍ପବତ୍ ମୁଣ୍ଡବିଶିଷ୍ଟ, ଶକଳୀ ମାଛ ଏହା ଦୁଇ ହାତ ପର୍ଯ୍ୟନ୍ତ ଲମ୍ୱ ହୁଏ ଓ ଏହାର ଦେହ ଗୋଲ, ପିଠି ଫକା କଳା ଓ ପେଟ ହଳଦିଆ ମିଶା ଧଳା ଏମାନଙ୍କ ପଙ୍କ ଓ ଦ ମଧ୍ୟରେ ରହନ୍ତି ଓ ସ୍ଥିର— ଜଳଶୟରେ ବାସ କରନ୍ତି ଏମାନଙ୍କର ଜାଆଁଳମାନେ ସିନ୍ଦୁରପରି ନାଲିଆ

ଶାଳମାଛ ଏହି ଜାତୀୟ; କିନ୍ତୁ ଏମାନଙ୍କଠାରୁ ବଡ଼ ଓ ଗାଢ଼ତର କୃଷ୍ଣବର୍ଣ୍ଣ ଶାଳମାଛଙ୍କ ଲାଙ୍ଗୁଡ଼ ପାଖରେ କୃଷ୍ଣ ବର୍ଣ୍ଣ ଚତ୍ରଚିହ୍ନ ଥାଏ ଶକୁଳକୁ ଭାଷାରେ ଶଉଳ, ଶେଉଳ, ସଉଳ, ସେଉଳ ବୋଲାଯାଏ ଓ ଛୋଟ ଶେଉଳମାଛଙ୍କ ଶେଉଳକଢ଼ା (ଖଡ଼ିଆ) ବୋଲାଯାଏ ଗଡ଼ିଶାମାନେ ଏହି ଜାତୀୟ; କିନ୍ତୁ ଏମାନଙ୍କଠାରୁ ଛୋଟ ଓ ବର୍ଣ୍ଣରେ ଫକା ଏହି ଜାତୀୟ; କିନ୍ତୁ ଏମାନଙ୍କଠାରୁ ଛୋଟ ଓ ବର୍ଣ୍ଣରେ ଫକା


ଏମାନଙ୍କର ଦେହ ଭାରି ଲାଳଲାଳୁଆ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ମଧୁରରସ, ମଳସଂଗ୍ରାହକ, ରୂକ୍ଷ, ରକ୍ତ— ପିତ୍ତନାଶକ ଓ ଗୁରୁପାକ

ଏମାନଙ୍କର ଜୀବନୀଶକ୍ତି ଅନ୍ୟ ମାଛଙ୍କ ଅପେକ୍ଷା ବେଶୀ; ଏମନ୍ତ କି, ଏମାନଙ୍କୁ ଧରି ଆଣି ଦେହରୁ କାତି ଛଡ଼ାଇ, ଲାଞ୍ଜ ଓ ଗାଲିସି କାଟି ପାଣିରେ ଧୋଇବାକୁ ନେବା ସମୟରେ ଏମାନେ ଧୋଇବା ବ୍ୟକ୍ତିର ହାତରୁ ଖସିଯାଇ ପାଣିରେ ବଞ୍ଚି ରହିବାର ଶୁଣା ଅଛି ଶେଉଳର ଜୀବନ କିପରି ଟାଣ, ଏ ସମ୍ୱନ୍ଧରେ ମଧ୍ୟ ଗୋଟିଏ ଢ଼ଗ ଅଛି—'ସାତ ଚକଟା, ପୋଳୁହଘଣ୍ଟା, ବିଭୂତିଭୂଷଣ, ଗାଲିସି କଟା, ଚିଲ ପ୍ରାସାଦରୁ ସରଗ ଦେଖିଲି, ମତେ ଡରଉଛି ବନସି କଣ୍ଟା—ଅର୍ଥାତ୍ ମୁଁ ଯେଉଁ କର୍ଦ୍ଦମାକ୍ତ ଜଳାଶୟରେ ଥିଲି, ତାକୁ ଲୋକେ ମାଛ ଧରିବା ପାଇଁ ସାତଥର ଚକଟିଲେ; ତା ପରେ ପୋଳୁହରେ ଘାଣ୍ଟି 'ମୋତେ ଧରିଲେ ଓ ତା ପରେ ମୋ ଦେହରେ ପାଉଁଶ ବୋଳି କାତି ଛଡ଼ାଇ ମୋର ଗାଲିସିକି କାଟି ପୋଖରୀକି ଧୋଇବା ପାଇଁ ନେଲେ ସେଠାରୁ ଗୋଟାଏ ଚିଲ ଧୋଇଲାବାଲା ହାତରୁ ମୋତେ ଝାମ୍ପି ନେଲା ତା ଫଳରେ ମୁଁ ସ୍ୱର୍ଗ (ଆକାଶ) ଦେଖିଲି ଏବଂ ଶେଷରେ ଚିଲର ମୁଠାରୁ ଖସି ପଡ଼ି ପୁଣି ପାଣିରେ ପଡ଼ି ବଞ୍ଚିଛି ଏପରି ଅବସ୍ଥାରେ ତୁ ଏବେ ମୋତେ ବନିସି ପକାଇ ଧରିବାକୁ ବସିଛୁ ତୋର ବାଞ୍ଚା କିନ୍ତୁ ପୂର୍ଣ୍ଣ ହେବ ନାହିଁ

ଲୋକେ ବଡ଼ ଶେଉଳ ମାଛଙ୍କୁ ଧରିବା ପାଇଁ ବନିସି କଣ୍ଟାରେ କେରାଣ୍ଡି ମାଛ ଗୁନ୍ଥି ପାଣିରେ ପକାନ୍ତି ଓ ଶେଉଳ ମାଛ ବନିସି କଣ୍ଟା ଶେଉଳର ତଣ୍ଟିରେ ଲାଗି ଶେଉଳ ଧରା ପଡ଼େ ଏଥିପାଇଁ ବେଶୀ ଲାଉର ଆଶା ପ୍ରଥମେ ସାମାନ୍ୟ ବ୍ୟୟ କରିବା ସମ୍ୱନ୍ଦେ 'କେରାଣ୍ଡି ଗୁନ୍ଥୁଛି ଶେଉଳ ପାଇଁ' ପ୍ରବଚନ ଲୋକେ ବୋଲାନ୍ତି]