ଶକ୍ୟ
ଦେଖଣା
ଶକ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଶକ୍ ଧାତୁ=ପାରିବା+କର୍ମ. ଯ)
[ସମ୍ପାଦନା]- ୧. ସମ୍ଭବପର; ଯାହା ହୋଇପାରେ ବା ଘଟିପାରେ; ଘଟିବାଯୋଗ୍ୟ — ୧. Feasible; possible; probable.
- ୨. ସାଧ୍ୟ; ଯାହା ସାଧିତ ହୋଇ ପାରେ —୨. Performable, accomplishable; capable of being
performed; practicable.
- ୩. ଶକ୍ତିଦ୍ୱାରା ବୋଧ୍ୟ — ୩. Capable of being understood by one's ability.
- ୪. ବାଚ୍ୟ; ବଚନଦ୍ୱାରା ପ୍ରକାଶିତ ହେବା ଯୋଗ୍ୟ —୪. Expressible.
- ୫. ଅଭିଧାବୃତ୍ତିଦ୍ୱାରା ବୋଧ୍ୟ (ଶବ୍ଦ); ବାଚ୍ୟ (ଶବ୍ଦ) —୫. Predicable (word); (a word) Which can be understood from its derivation or import.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶବ୍ଦଶକ୍ତିଦ୍ୱାରା ପ୍ରକଟିତ ଅର୍ଥ (ହିନ୍ଦୀ - ଶ) —The connotative meaning of a word.
(ଯଥା—'ଅଗ୍ନି' ଶବ୍ଦରୁ ଅଭିଧା ବୃତ୍ତିଦ୍ୱାରା 'ଅଙ୍ଗାର'ର ବୋଧ ହୁଏ ଅତଏବ 'ଅଗ୍ନି' ଶବ୍ଦର 'ଅଙ୍ଗାର' ଶବ୍ଦ 'ଶକ୍ୟ' ବା ବାଚ୍ୟ ଅଟେ—ହିନ୍ଦୀ - ଶ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି କାର୍ଯ୍ୟ ସାଧିବାର ଶକ୍ତି; କ୍ଷମତା; ଶକ୍ୟତା; ସାମର୍ଥ୍ୟ — Powder or ability to do a thing; strength.
[ଯଥା—ଏ ବୁଢ଼ା ବୟସରେ ମୋର ବିଛଣାରୁ ଉଠିବାର ଶକ୍ୟ ନାହିଁ ଉ—ଅହି ପରି ରହିଛି ଯିବା ଶକ୍ୟ ନାହିଁ—କୃଷ୍ଣସିଂହ. ମହାଭାରତ ବନ ]
ଦେଶଜ - ବିଶେଷଣ -
[ସମ୍ପାଦନା]କ୍ଷମ; ସମର୍ଥ —Compentent; able.
[ଉ—ସ୍ତୁତି କରଣେ ଶକ୍ୟ ନୋହେ; କଣ୍ଠ ଗଦ୍ଗଦେ ବାକ୍ୟ କହେ— ଜଗନ୍ନାଥ. ଭାଗବତ]