ଶମ୍ୱର

ଉଇକିଅଭିଧାନ‌ରୁ

ଶମ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶମ୍ୱ୍ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

୧. ବୃହତ୍କାୟ ମୃଗ ବିଶେଷ —୧. A species of large deer; the Ṡambar deer (having three-pronged antlers); Curvus Unicolour; Rusa Aristotelis; Rusa Equina.

[ଦ୍ରଷ୍ଟବ୍ୟ —ଏମାନେ ଘୋଡ଼ାଙ୍କ ପରି ବୃହତ୍କାୟ ଓ ପିଙ୍ଗଳବର୍ଣ୍ଣବିଶିଷ୍ଟ ଏମାନଙ୍କ ଶିଙ୍ଗ ମୃଗ ଶିଙ୍ଗଠାରୁ ବଡ଼ ଓ ତ୍ରିଶାଖ; କିନ୍ତୁ ଏଥିରେ ଭିତର ଫମ୍ପା ଏମାନଙ୍କ ଦେହ ଚିତ୍ରବର୍ଣ୍ଣ ନୁହେଁ ଏହି ଜାତୀୟ ମୃଗମାନଙ୍କ ମାଂସକୁ ପାଣିରେ ସିଝାଇଲେ ସିଝାପାଣି ତଳେ ପାତ୍ରରେ କାଦୁଅ ପରି ମୃତ୍ତିକାର ସ୍ତର ବସିଯାଏ ଓଡ଼ିଶାର ଗଡ଼ଜାତମାନଙ୍କର ଏମାନେ ପ୍ରଚୁର ପରିମାଣରେ ଦେଖାଯାଆନ୍ତି]

୨. ବୃହତ୍କାୟ ସାମୁଦ୍ରିକ ମତ୍ସ୍ୟବିଶେଷ — ୨. A species of big sea-fish.
୩. ମେଘ (ଆପ୍ତେ) — ୩. Cloud (Apte).
୪. ପର୍ବତ ବିଶେଷ —୪. Name of a mountain.
୫. ଯୁଦ୍ଧ —୫. Battle.
୬. ଶ୍ରେଷ୍ଠତା —୬. Superiority.
୭. ଚିତ୍ରକ ବୃକ୍ଷ; ଧଳାଚିତା ଗଛ —୭. A tree; plumbago Zeylanica.
୮. ଅର୍ଜୁନ ବୃକ୍ଷ —୮. A tree, Terminalia Arjuna.
୯. ବୌଦ୍ଧ ବିଶେଷ —୯. A class of Buddhists.
୧. ଜଳ; ବାରି —୧୦. Water.
୧୧. ଧନ —୧୧. Wealth; riches.
୧୨. ବୌଦ୍ଧ ବ୍ରତ ବିଶେଷ —୧୨. Name of a Buddhistic vow.
୧୩. ଲୋଧ୍ର ବୃକ୍ଷ —୧୩. A tree; Symplocesw Racemosus.
୧୪. କାମଦେବଙ୍କଦ୍ୱାରା ନିହତ ଅସୁର ବିଶେଷ —୧୪. Name of a demon.

[ଦ୍ରଷ୍ଟବ୍ୟ — ଏ ଅସୁର ପୂର୍ବରୁ ଜାଣିପାରିଥିଲେ ଯେ, ଶ୍ରୀ କୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନଙ୍କ ହାତରେ ତାର ନିଧନ ହେବ ତେଣୁ ପ୍ରଦ୍ୟୁମ୍ନଙ୍କୁ ତାଙ୍କ ଜନ୍ମର ୬ଷ୍ଠରାତ୍ରିରେ ସୂତିକାଗାରରୁ ଚୋରି କରି ଆଣି ସମୁଦ୍ରରେ ପକାଇ ଦେଲା ଓ ତତ୍କ୍ଷଣାତ୍ ଗୋଟିଏ ମାଛ ତାକୁ ଗିଳିଦେଲା ଦୈବଗତ୍ୟା ସେ ମାଛକୁ କେଉଟ ଧରି ଅସୁରର ଘରକୁ ଆଣିଲା କନ୍ଦର୍ପପତ୍ନୀ ରତିଦେବୀ ମାୟାବତୀ ନାମ ଧାରଣ କରି ସେହି ଅସୁର ଘରେ ଥିଲେ ସେମାନଙ୍କୁ କାଟି ତାହା ପେଟଭିତରୁ ଆପଣାର ସ୍ୱାମୀ ପ୍ରଦ୍ୟୁମ୍ନଙ୍କୁ ପାଇ ତାଙ୍କୁ ଯତ୍ନପୂର୍ବକ ଲାଳନପାଳନକରି ଆସୁରୀବିଦ୍ୟା ଶିକ୍ଷା ଦେଲେ କ୍ରମେ ପ୍ରଦ୍ୟୁମ୍ନ ଷୋଡ଼ଶ ବର୍ଷ ବୟସରେ ପଦାର୍ପଣ କରନ୍ତେ ମାୟାବତୀ ତାଙ୍କୁ ପୂର୍ବର ସକଳ ବୃତ୍ତାନ୍ତ ଜଣାଇଲେ ତହୁଁ ପ୍ରଦ୍ୟୁମ୍ନ (ଯେ ପୂର୍ବ ଜନ୍ମରେ କନ୍ଦର୍ପ ଥାଇ ମହାଦେବଙ୍କ କୋପାନଳରେ ଭସ୍ମୀଭୂତ ହୋଇଥିଲେ, ସେ) ଶମ୍ୱରାସୁର ପ୍ରାଣସଂହାର କରି ରତି ଦେବୀଙ୍କୁ ପୁନର୍ବାର ସ୍ତ୍ରରୂପେ ପ୍ରାପ୍ତହେଲେ]

୧୫. ରାଜା ଦିବୋଦାସଙ୍କ ଶତ୍ରୁ ଦୈତ୍ୟବିଶେଷ (ହିନ୍ଦୀ - ଶ) — ୧୫. Name of another demon.

[ଦ୍ରଷ୍ଟବ୍ୟ —ଦିବୋ— ଦାସଙ୍କୁ ରକ୍ଷା କରିବା ପାଇଁ ଇନ୍ଦ୍ର ଏହାକୁ ପାହାଡ଼ରୁ ତଳକୁ ଫିଙ୍ଗି ମାରିପକାଇଥିଲେ—ହିନ୍ଦୀ - ଶ]

୧୬. ମତ୍ସ୍ୟ (ହିନ୍ଦୀ - ଶ) —୧୬. Fish.
୧୭. ତାଳ ବୃକ୍ଷ (ହିନ୍ଦୀ - ଶ) — ୧୭. palmyra tree.
୧୮. ଶବର ଚନ୍ଦନ (ଦ୍ରବ୍ୟ— ଗୁଣ) —୧୮. A kind of sandle.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଶ୍ରେଷ୍ଠ —୧. Excellent.
୨. ଭାଗ୍ୟବାନ୍ (ହିନ୍ଦୀ - ଶ) —୨. Fortunate.
୩. ସୁଖୀ (ହିନ୍ଦୀ - ଶ) — ୩. Happy.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଉତ୍କଳ ଦେଶ ପ୍ରଚଳିତ ର୍ଯ୍ୟପୂଜା ଉତ୍ସବ ବିଶେଷ; ଶମ୍ୱକ ଦଶ —୧. A festival of worshipping the Sun-god.
୨. (ସଂସ୍କୃତ - ଶାମ୍ଭର) ରାଜପୁତନାର ଅନ୍ତର୍ଗତ ଲାବଣୋତ୍ପାଦକ ହ୍ରଦ (ଶାମ୍ଭର ଦେଖ) —୨. Name of a lake in Rajputana; the Sambhar lake (See Ṡāmbhara
୩. ରାଜପୁତନାର ଶାମ୍ଭର ହ୍ରଦର ନିକଟବର୍ତ୍ତୀ ଏକ ନଗର —୩. Name of a town on the Ṡambhara lake.