ଶାକ

ଉଇକିଅଭିଧାନ‌ରୁ

ଶାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଶକ୍ ଧାତୁ=ସମର୍ଥହେବା+କରଣ ଅ; ଏହା ସାହାଯ୍ୟରେ ମନୁଷ୍ୟ ଅନ୍ନ ଭୋଜନ କରିବାକୁ ସମର୍ଥ ହୁଏ)[ସମ୍ପାଦନା]

୧. ଶାଗ; ଅନ୍ନ ସଙ୍ଗେ ବ୍ୟଞ୍ଜନରୂପେ ବ୍ୟବହୃତ ବୃକ୍ଷାଦିର ଫଳ, ଫୁଲ, ବୃନ୍ତ, ମୂଳ, ପତ୍ରାଦି; ଶାକସବଜି — ୧. Vegetable used as food or curry; greens.
୨. ନିରାମିଷ ତିଅଣ; ତରକାରୀ — ୨. Vegetable curry.
୩. ତରକାରୀସ୍ୱରୂପ ବ୍ୟବହୃତ କେତେକ ବୃକ୍ଷର ପତ୍ର ଓ କ୍ଷୁଦ୍ର ଶାଖା; ପାତ୍ରଶାକ — ୩. Potherb.
୪. ଭାରତର ରାଜବଂଶବିଶେଷ— (ବୁନ୍ଦଦେବ ଏହି ବଂଶରେ ଜନ୍ମିଥିଲେ) —୪. Name of a royal family of India.
୫. (ଶକ +ଅ)—ଶକଦ୍ୱୀପ; ଆର୍ଯ୍ୟାବର୍ତ୍ତର ଅନ୍ତର୍ଗତ ଷଷ୍ଠ ଦ୍ୱୀପ — ୫. One of the six islands of the ancient N. India of the Hindus.
୬. ଶାକ ବୃକ୍ଷ; ଶାଗୁଆନ ଗଛ —୬. The teak wood (tree); Tectona Grandis.
୭. କୌଣସି ପ୍ରସିଦ୍ଧ ରାଜାଙ୍କ ରାଜତ୍ୱବାଳରୁ ଅଥବା ପ୍ରଧାନ ଘଟନାକୁ ଅବଲମ୍ୱନ କରି ଗଣାହେବା ସମ୍ୱତ୍ସର —୭. An era dating from the reign of a celebrated king or from the date of some important event.
୮. ଶକାବ୍ଦ; ଶାଳୀବାହନାବ୍ଦ—(ଏହା ଖ୍ରୀଷ୍ଟଜନ୍ମର ୭୬: ଅବ୍ଦରୁ ଆରବ୍ଧ ବର୍ଷ) —୮. The era beginning from ୭୬ A. D,
୯. ଭୂର୍ଜ୍ଜ ବୃକ୍ଷ (ହିନ୍ଦୀ - ଶ) —୮. Birch tree.
୧. ଶିରୀଷଗଛ (ଦେଖ) - (ହିନ୍ଦୀ - ଶ) —୧୦. Accacia Lebbec (tree).
୧୧. ଶକ୍ତି; ବଳ (ହିନ୍ଦୀ - ଶ) — ୧୧. Strength; power.

[ଦ୍ରଷ୍ଟବ୍ୟ —ଭାଷାରେ ଶାକ ବା ଶାଗ କେବଳ କେତେକ ବୃକ୍ଷର ପତ୍ର (ଯାହା ଖାଦ୍ୟରୂପେ ବ୍ୟବହୃତ ତାହା)କୁ ବୁଝାଏ; କିନ୍ତୁ ସଂସ୍କୃତ ଶାକର ଅର୍ଥ ଆହାର୍ଯ୍ୟ ସକଳପ୍ରକାର ଉଦ୍ଭିଦ ଓ ଉଦ୍ଭିଦର ସକଳ ପ୍ରକାର ଅଂଶ ଓଡ଼ିଆରେ ଶାଗର ଅର୍ଥ ହେଉଛି ଶାକସବଜି ବା ନିରାମିଶ ତରକାରୀର ଉପକରଣ ରୂପେ ବ୍ୟବହୃତ ପତ୍ର, ପୁଷ୍ପ, ଶାଖା ଆଦି ହିନ୍ଦୀରେ ଶାକର ଅର୍ଥ ପରିବା ତିଅଣ ଭାବପ୍ରକାଶ ଗ୍ରନ୍ଥରେ ବର୍ଣ୍ଣିତ ଅଛି, ଶାକ ଷଡ଼ବିଧ—ପତ୍ର, ପୁଷ୍ପ, ଫଳ, ନାଳ, କନ୍ଦ (ମୂଳ) ଓ ସ୍ୱେଦଜ (ଛତୁ)

ଅମରଟୀକାରେ ଶାକ ଦଶବିଧ—ମୂଳ, ପତ୍ର, କରୀର (ବାଉଁଶ ଆଦିର କଉଡ଼ି ବା ଗଜା), ଅଗ୍ର (ବେତ ଆଦିର ଅଗ) ଫଳ, କାଣ୍ଡ (କନ୍ଦା), ଅଧିରୂଢ଼କ [ତାଳ, ନଡ଼ିଆ ଆଦିର ଖୁଙ୍କୁ), ତ୍ୱକ୍ (ଛାଲ), ପୁଷ୍ପ, ଛତ୍ରିକା (ଛତୁ) ବୈଦ୍ୟଶାସ୍ତ୍ର ଅନୁସାରେ ପ୍ରାୟ ସମସ୍ତ ଶାକ ବିଷ୍ଟମ୍ଭୀ, ଗୁରୁ, ରୁକ୍ଷ, ଅତିଶୟ ମଳଜନକ ଓ ମଳମୁତ୍ରନିଃସାରକ ଶାକ

ଶରୀର ଓ ଅସ୍ଥିନାଶକ; ଏହା ନେତ୍ର, ବର୍ଣ୍ଣ, ରକ୍ତ, ଶୁତ୍ର, ପ୍ରଜ୍ଞା, ସ୍ମୃତି ଓ ଗତି ବିନଷ୍ଟ କରେ ଏବଂ ଅକାଳରେ ବାର୍ଦ୍ଧକ୍ୟ ଜନ୍ମାଏ ଏଥିରେ ରୋଗମାନେ ବାସ କରନ୍ତି ସୁତରାଂ ସୁବୁଦ୍ଧି ବ୍ୟକ୍ତି ଶାକ ଭୋଜନ ପରିତ୍ୟାଗ କରିବେ ନିମ୍ନରେ କେତେଗୁଡୢଏ ଶାକର ଓଡ଼ିଆ ନାମ ସେମାନଙ୍କ ସଂସ୍କୃତ ନାମ ସହିତ ପ୍ରଦତ୍ତ ହେଉଅଛି ===

ସଂସ୍କୃତ ଓଡ଼ିଆ ତାସ୍ତୁକ—  ବଥୁଆ ଗ୍ରୀଷ୍ମସୁନ୍ଦରକ— ପିତାଶାଗ ଶାଳିଞ୍ଚ— ମଦରଙ୍ଗା ପୋତକୀ— ପୋଇ ରୋଚନୀ— ପୋଦିନା ତଣ୍ଡୁଳୀ ଲେଉଟିଆ ପାଲଙ୍କ୍ୟା— ପାଳଙ୍ଗ ପଟଶାକ— ନଳିତାଶାଗ କଳମ୍ୱୀ— କମଳ ଲୋଣା— ଲୁଣୁଲୁଣିଆ ଚାଙ୍ଗେରୀ— ଆମିଳିତି ଚୁକ୍ର; ଚୁକ୍ରିକା— ଖଟାପାଳଙ୍ଗ ହିଳମୋଚିକା— ହିଡ଼ିମିଚା ସୁନିସନ୍ନକ— ସୁନୁସୁନିଆ ଚଣକଶାକ— ବୁଟଶାଗ

ଏହା ଛଡ଼ା କେତେଗୁଡୢଏ ଗଛର ଓ ଲତାର ପତ୍ର ମଧ୍ୟ ଶାକରୂପେ ବ୍ୟବହୃତ ହୁଏ ଯଥା— ଶୋଭା଼ଞ୍ଜନ (ଶଜନା), ସାରୁ (କଚୁ), ପଟୋଳ (ପୋଟଳ), ସର୍ଷପ (ସୋରିଷ), ଯବାନୀ (ଯୁଆଣୀ), ମୂଳକ (ମୂଳା), କାରବେଲ୍ଲ [କଲରା] କୁଷ୍ମାଣ୍ଡ [କଖାରୁ] ]

ସଂସ୍କୃତ - ବିଶେଷଣ - [ଶକ+ଅ][ସମ୍ପାଦନା]

ଶକ ସମ୍ୱନ୍ଧୀୟ —Relating to Saka.