ଶାଙ୍କୁଳା

ଉଇକିଅଭିଧାନ‌ରୁ

ଶାଙ୍କୁଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୃଙ୍ଖଳ)[ସମ୍ପାଦନା]

୧. ଧାତୁ ଆଦିର ମୁଦ୍ରିକା ଯୁକ୍ତ ଶୃଙ୍ଖଳ —୧. Chain.

[ଉ—ବ୍ରତ ଯାର ଅଧୀନତା— ଶାଙ୍କୁଳି ସର୍ଜନା—ରାଧାନାଥ ମହାଯାତ୍ରା଼]

[ଦ୍ରଷ୍ଟବ୍ୟ — ଶାଙ୍କୁଳିର ମୁଦ୍ରିକାମାନଙ୍କୁ କଡ଼ି (ଢ଼ି) ବୋଲାଯାଏ ]

୨. କଇଦିଙ୍କ ହାତ ଗୋଡ଼ରେ ପଡ଼ିବା ବେଡ଼ି —୨. Fetters.

(ଉ—ଶାଙ୍କୁଳି ଦେଲା ବନ୍ଦୀ ଘରେ, ଅନେକ ଯାଦବ ସଙ୍ଗରେ—ଜଗନ୍ନାଥ ଭାଗବତ)

୩. ସଧବା ସ୍ତ୍ରୀଙ୍କ ହାତରେ ପିନ୍ଧାଯିବା ଖଡ଼ୁ ବା ବଳୟ (ସଧବାର ଚିହ୍ନ) — ୩. Wristlets worn by women having their husbands living.

(ବଙ୍ଗଳାରେ ଏହି ଅର୍ଥରେ 'ଲୋହା' [ଲୌହବଳୟ] ବ୍ୟବହୃତ ହୁଏ)

୪. ରୋଗ ବା ବାତ ବା ଅଚେତନ ଅବସ୍ଥା ଯୋଗୁଁ ହାତର ମୁଠା ଓ ଦାନ୍ତପାଟିର ଦୃଢବଦ୍ଧ ହେବା ଅବସ୍ଥା; ଜାବ —୪. The state of the hold of the fist or of the jaws being locked up (due to fits or disease).