ଶାନ୍ତନୁ

ଉଇକିଅଭିଧାନ ରୁ
Jump to navigation Jump to search

ଶାନ୍ତନୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - (ଶଂ=ମଙ୍ଗଳ+ତନ ଧାତୁ=ବିସ୍ତାର କରିବା+ କର୍ତ୍ତୃ. ଉ; ନିପାତନ)[ସମ୍ପାଦନା]

୧. ଦ୍ୱାପର ଯୁଗର ଚନ୍ଦ୍ର— ବଂଶୀୟପ୍ରତୀପ ନୃପତିଙ୍କ ପୁତ୍ର ଓ ଭୀଷ୍ମଙ୍କ ପିତା — ୧. Name of a king of the Lunar dynasty of ancient India; father of Bhīshma the Great.

[ଦ୍ରଷ୍ଟବ୍ୟ —ଏ ଚନ୍ଦ୍ର ବଂଶର ଏକବିଂଶ ରାଜା ଥିଲେ ଏ ଜକାଜୀର୍ଣ୍ଣ ବା ବ୍ୟାଧିଗ୍ରସ୍ତ କ୍ୟକ୍ତିକୁ ସ୍ପର୍ଶ କରିବା ମାତ୍ରେ ଉକ୍ତ ବ୍ୟକ୍ତି ତତ୍କ୍ଷଣାତ୍ ସବଳ ହୋଇ ଉଠୁଥିଲା ଏଥି ପାଇଁ ତାଙ୍କର ଏପରି ନାମକରଣ ହୋଇଅଛି ଅଷ୍ଟାବସୁଙ୍କ ଅନୁରୋଧରେ ଗଙ୍ଗାଦେବୀ ସେମାନଙ୍କୁ ଗର୍ଭରେ ଧାରଣ କରିବା ପାଇଁ ସମ୍ମତା ହୋଇ ଶାନ୍ତନୁଙ୍କର ପତ୍ନୀତ୍ୱ ସ୍ୱୀକାର କଲେ; କିନ୍ତୁ ବିବାହ ସମୟରେ ସ୍ୱାମୀଙ୍କ ସଙ୍ଗେ ଗଙ୍ଗାଙ୍କର ଏହିପରି ଚୂକ୍ତି ହୋଇଥିଲା ଯେ, ମୋତେ ଗଙ୍ଗା ବୋଲି ଡାକିବା ଯାକେ (ଆଦର ସହିତ ସମ୍ୱୋଧନ କରୁଥିବା ପର୍ଯ୍ୟନ୍ତ) ମୁଁ ତୁମ ପାଖେ ଥିବି, ଗାଙ୍ଗୀ ବୋଇଲେ (ଅର୍ଥାତ୍ କଟୁଭାଷା କହିଲେ) ମୁଁ ତୁମ ପାଖରୁ କାହରି ଯିବି 'ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି' ଏହି ପଦଟି ଆମ ଦେଶରେ ପ୍ରବଚନରୂପେ ଏବେ ମଧ୍ୟ ଚଳୁଅଛି ଶାନ୍ତନୁଙ୍କ ଔରସରେ ଯାଥାକ୍ରମେ ଗଙ୍ଗାଦେବୀ ୭ ଗୋଟି ସନ୍ତାନ ପ୍ରସବ କଲାକ୍ଷଣି ଗଙ୍ଗା ସେମାନଙ୍କୁ ନେଇ ନଈରେ ଭସାଇ ଦେଉଥିଲେ; କିନ୍ତୁ ଶାନ୍ତନୁ ପୂର୍ବ ଅଙ୍ଗୀକାର ଅନୁସାରେ ତାଙ୍କୁ କିଛି କହୁ ନ ଥାନ୍ତି ଯଥାସମୟରେ ଗଙ୍ଗାଙ୍କ ଗର୍ଭରୁ ଅଷ୍ଟମ ସନ୍ତାନ 'ଦେବବ୍ରତ' ଜନ୍ମ ହେଲେ ଓ ଗଙ୍ଗା ତାଙ୍କୁ ନେଇ ଜଳରେ ଭସାଇବାକୁ ଯାଉଥିବା ଦେଖି ଶାନ୍ତନୁ ଆଉ ସମ୍ଭାଳି ହୋଇ ନ ପାରି ପୂର୍ବର ଅଙ୍ଗୀକାର ଭୂଳିଯାଇ ଗଙ୍ଗାଙ୍କୁ ବାରଣ କରି କହିଲେ 'ହା ପାପିଷ୍ଠୀ ଗାଙ୍ଗୀ ତୁ

କଅଣ କରୁଛୁ?' ଏହା ଶୁଣି ଗଙ୍ଗାଦେବୀ ନବଜାତ ଶିଶୁକୁ ସେଠାରେ ପକାଇ ଦେଇ ଅନ୍ତର୍ହିତା ହେଲେ ମାତୃତ୍ୟକ୍ତ ଉକ୍ତ ସନ୍ତାନ 'ଦେବବ୍ରତ'କୁ ଶାନ୍ତନୁ ଲାଳନପାଳନ କରି ବଢ଼ାଇଲେ ଦେବବ୍ରତ ବଢ଼ିଗଲାରୁ ବସୁରାଜ ନାମକ ଧୀବରରାଜଙ୍କ କନ୍ୟା ମତ୍ସ୍ୟଗନ୍ଧା ବା ସତ୍ୟବତୀଙ୍କ ରୂପରେ ଶାନ୍ତନୁ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ କରନ୍ତେ କନ୍ୟା ପିତା ଧୀବରରାଜ କହିଲେ ଯେ, ଭୀଷ୍ମ ଓ ଭୀଷ୍ମଙ୍କ ବିଂଶଧରମାନେ ଶାନ୍ତନୁଙ୍କ ଅନ୍ତେ ଭବିଷ୍ୟତରେ ରାଜା ହେବାର ସମ୍ଭାବନା ଥିବାରୁ ଓ ଶାନ୍ତନୁଙ୍କ ଔରସରେ ମସ୍ତ୍ୟଗନ୍ଧାଙ୍କ ଗର୍ଭଜାତ ସନ୍ତାନମାନେ ରାଜପଣ କରିବାର ସମ୍ଭାବନା ନ ଥିବାରୁ ଧୀବରରାଜ ଶାନ୍ତନୁଙ୍କ ହସ୍ତରେ ତାଙ୍କ କନ୍ୟାଙ୍କୁ ପ୍ରଦାନ କରିବେ ନାହିଁ ଭୀଷ୍ମ ତାଙ୍କର ପୁତ୍ର ଥାଉ ଥାଉ ଶାନ୍ତନୁ ଏ ପ୍ରସ୍ତ ବରେ ସମ୍ମତ ହୋଇ ପାରିଲେ ନାହିଁ; କିନ୍ତୁ ସତ୍ୟବତୀଙ୍କୁ ପତ୍ନ— ରୂପେ ନ ପାଇ ଅତ୍ୟନ୍ତ କ୍ଷୁଣ୍ଣ ହେଲେ ଓ ରାଜାଧାନୀକୁ ଫେରି ଆସିଲେ କୁମାର ଦେବବ୍ରତ ପିତାଙ୍କ ବିଷଣ୍ଣତାର କାରଣ ଓ ମତ୍ସ୍ୟଗନ୍ଧାଙ୍କୁ ବିବାହ କରିବା ସଂପର୍କରେ ନିଜକୁ ଅନ୍ତରାୟ ବୋଲି ବୁଝିପାରି ପିତାଙ୍କ ଅଜ୍ଞାତରେ ଧୀବର— ରାଜଙ୍କ ସମୀପରେ ସ୍ୱୟଂ ଉପସ୍ଥିତ ହେଲେ ଏବଂ ପ୍ରତିଜ୍ଞା କଲେ ଯେ, ଶାନ୍ତନୁଙ୍କ ଅନ୍ତେ ସେ ପିତୃସିଂବହାସନରେ ଦାବୀ ଉପସ୍ଥାପିତ କରିବେ ନାହିଁ ଭବିଷ୍ୟତରେ କାଳେ ତାଙ୍କ ବଂଶଧରମାନେ ସିଂହାସନ ଦାବୀ କରିବେ, ଏହି ଆଶଙ୍କା ଧୀବରରାଜଙ୍କ ମନରୁ ଦୂରୀଭୂତ କରିବ ନିମତ୍ତ ଦେବବ୍ରତ ଆହୁରି ମଧ୍ୟ ପ୍ରତିଜ୍ଞା କଲେ ଯେ, ଆଜୀବନ ସେ ଚିରକୁମାରବ୍ରତ ଅବଲମ୍ୱନ କରିବେ ଅଥାଢ୍, ନିଜେ ବିବାହ କରିବେ ନାହିଁ ଧୀବରରାଜ ଦେବବ୍ରତଙ୍କର ଏହି କଠୋର ପ୍ରତିଜ୍ଞା ଶୁଣି ଚକିତ ହୋଇ ଶାନ୍ତନୁଙ୍କୁ ଆପଣା କନ୍ୟାଙ୍କୁ ଦେବାପାଇଁ ସ୍ୱୀକାର କଲେ ଓ ଦେବବ୍ରତ ଉକ୍ତ କନ୍ୟାଙ୍କୁ ମାତା ବୋଲି ସମ୍ୱୋଧନ କରି ସଙ୍ଗରେ ଆଣି ପିତାଙ୍କ ହସ୍ତରେ ଅର୍ପଣପୂର୍ବକ ତାଙ୍କ ମନୋମାଳିନ୍ୟ ଦୂର କଲେ ଦେବବ୍ରତ ଏହି 'ଭୀଷ୍ମ'ପ୍ରତିଜ୍ଞା କରି ତାହା ଅକ୍ଷରେ ଅକ୍ଷରେ ପାଳନ କରିବାରୁ ତାଙ୍କ ନାମ 'ଭୀଷ୍ମ' ହେଲା ପରେ ଶାନ୍ତନୁଙ୍କ ଔରସରୁ ମତ୍ସ୍ୟଗନ୍ଧାଙ୍କ ଗର୍ଭରେ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମକ ଦୁଇଟି ପୁତ୍ର ଜାତ ହୋଇଥିଲେ ଏବଂ ଶାନ୍ତନୁଙ୍କ ଅନ୍ତେ ଚିତ୍ରାଙ୍ଗଦ ସିଂହାସନରେ ଆରୋହଣ କଲେ ଏହିମାମେହି ମହାଭାରତରେ ପାଣ୍ଡବ କୌରବମାନଙ୍କର ପୂର୍ବପୁରୁଶ ] 

୨. କାକୁଡ଼ି (ହିନ୍ଦୀ - ଶ) — ୨. Cucumber.