ଶାନ୍ତି

ଉଇକିଅଭିଧାନ‌ରୁ

ଶାନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି)[ସମ୍ପାଦନା]

୧. ସଂସାରର ଅନିତ୍ୟତା ଓ ଜାଗତିକ ସମସ୍ତ ବସ୍ତୁର ବିନଶ୍ୱରତାର ଜ୍ଞାନ ହେଲେ ଚିତ୍ତର ଯେଉଁ ନିଶ୍ଚେଷ୍ଟାବସ୍ଥା ହୁଏ, ସେହି ଅବ— ସ୍ଥାରେ ଅନୁଭୂତି ଅତ୍ମଭୂତ ଅତ୍ମବିଶ୍ରାମ; ଉଦ୍ଦେଗର ବା କ୍ଷୋଭର ବା କ୍ରିୟାର ଅଭାବ —୧. The serene calmness of mind attained by total abstracrtion from wordly affairs after due knowledge of their evanescence.
୨. ଚିତ୍ତସ୍ଥୈର୍ଯ୍ୟ; ମନର ସ୍ଥିରତା —୨. Composure; tranquility or calmness of mind.
୩. ସ୍ଥିରତା; ଅଚଞ୍ଚଳତା — ୩. Stillness; serenity.
୪. ନିରୁପଦ୍ରବ — ୪. Quietness.
୫. ବିଶ୍ରାମ —୫. Rest; repose.
୬. ମୁକ୍ତି —୬. Liberation; salvation; deliverance.
୭. ମଙ୍ଗଳ; ସୌଭାଗ୍ୟ —୭. Prosperity; bliss.
୮. ନିବୃତ୍ତ (ଯଥା—ରୋଗ ଶାନ୍ତି, କ୍ରୋଧ ଶାନ୍ତି) —୮. Cessation; stoppage; appeasement.
୯. ବିଷୟାଦିରୁ ଇନ୍ଦ୍ରିୟର ନିବୃତ୍ତି — ୯. Relinquishment of things perceivable by the senses.
୧. ବିଘ୍ନନାଶ; ବିଘ୍ନରୁ ମୁକ୍ତି — ୧୦. Averting of misfortune.
୧୧. ବିନାଶ; ଧ୍ୱଂସ —୧୧. Destruction.
୧୨. ତୃଷ୍ଣାକ୍ଷୟ — ୧୨. Satiation of thirst.
୧୩. ନିଷ୍ପୃହତା; ବାସନାର ନିବୃତ୍ତି —୧୩. Relinquishment of or withdrawal from desire.
୧୪. ଯୁଦ୍ଧ ପରେ ସନ୍ଧି —୧୪. Treaty; peace (after war).
୧୫. ଯୁଦ୍ଧର ବିରାମ ବା ନିବୃତ୍ତ — ୧୫. Cessation of hostilities; truce.
୧୬. ବିପଦ, ବିଘ୍ନବା ପାପ, ଗ୍ରହଦୋଷ, ଅନିଷ୍ଟ ଆଦିର ଦୂରୀ— କରଣାର୍ଥ ପ୍ରାୟଶ୍ଚିତ୍ତାଦି ଉପଚାର —୧୬. Expiatory rites to avert misfortune.

[ଉ— ଆପଦ ଭୟେ ନନ୍ଦ ରାୟେ, ଶାନ୍ତି ଯେ କରନ୍ତି ଥୋକାଏ ଜଗନ୍ନାଥ. ଭାଗବତ ]

୧୭. ନୀରବତା; ସ୍ତବ୍ଧତା [ହିନ୍ଦୀ - ଶ] —୧୭. Stillness; silence.
୧୮. ମରଣ (ହିନ୍ଦୀ - ଶ.) —୧୮. Death.
୧୯. (ନାମ)— ଏକ ଗୋପୀଙ୍କ ନାମ (ହିନ୍ଦୀ - ଶ) —୧୯. Name of a Gopī.
୨. ଦୁର୍ଗା (ହିନ୍ଦୀ - ଶ) —୨୦. Durgā

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ସ୍ତ୍ରୀଲୋକଙ୍କ ନାମ — A name given to females.