ଶାସନ ପଦ୍ଧତି

ଉଇକିଅଭିଧାନ‌ରୁ

ଶାସନ ପଦ୍ଧତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶାସନ ପ୍ରଣାଳୀ; ଶାସନ ରୀତି—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ରାଜ୍ୟର ଶାସନ କରିବାର ରୀତି —The form of goverment of a country.

[ଦ୍ରଷ୍ଟବ୍ୟ — କାଳଭେଦରେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନରୂପେ ଶାସନ ପ୍ରଣାଳୀ ପ୍ରଚଳିତ ହୁଏ ଅନେକ ପ୍ରକାର ଶାସନ ପଦ୍ଧତି (ଶାସନତନ୍ତ୍ର) ଦେଖାଯାଏ ଯଥା ===

ଇଚ୍ଛା ତନ୍ତ୍ର ବା ଯଥେଚ୍ଛାଚାର ତନ୍ତ୍ର—ରାଜାଙ୍କ ଅବାରିତ ଇଚ୍ଛା ଅନୁସାରେ ରାଜ୍ୟ ଚାଳନ —Absolute monarchy (ପୂର୍ବକାଳର ରୂଷିୟା, ଆଧୁନିକ କାବୁଲ, ପାରସ୍ୟ) ନିୟମ ତନ୍ତ୍ର ନିର୍ଦ୍ଧାରିତ ନିୟମ ଅନୁସାରେ ରାଜାଙ୍କଦ୍ୱାରା ରାଜ୍ୟଚାଳନ —Limited monarchy (ଯଥା, ମିଶଇ, ଗ୍ରୀସ୍ ଇଟାଲୀ) ପ୍ରଜାତନ୍ତ୍ର—ପ୍ରଜାମାନଙ୍କ ନିର୍ବାଚିତ ସଭାର ପରାମର୍ଶରେ ରାଜାଙ୍କଦ୍ୱାରା ରାଜ୍ୟଚାଳନ —Constitutional monarchy (ଯଥା—ଆଧୁନିକ ଇଂଲଣ୍ଡ)

ସାଧାରଣ ତନ୍ତ୍ର—ପ୍ରଜାଙ୍କ ନିର୍ବାଚିତ ବ୍ୟକ୍ତିଙ୍କଦ୍ୱାରା ରାଜ୍ୟ ଶାସନ —Democracy; republican form of Government.(ଯଥା—ଆମେରିକା, ଫ୍ରାନ୍ସ, ଆଧୁନିକ ତୁରସ୍କ]

ଆମଲା ତନ୍ତ୍ର—ରାଜନିଯୁକ୍ତ କର୍ମଚାରୀ ବା ରାଜପ୍ରତିନିଧିଙ୍କଦ୍ୱାରା ରାଜ୍ୟ ଶାସନ —Bureaucracy (ଯଥା— ଭାରତବର୍ଷ)

ସମ୍ଭ୍ରାନ୍ତ ତନ୍ତ୍ର—ରାଜ୍ୟର ଉଚ୍ଚକୁଳୋଦ୍ଭବ ବା ଭୂସ୍ୱାମୀ ବା ବଡ଼ଲୋକଙ୍କଦ୍ୱାରା ପରିଚାଳିତ ଶାସନ ପ୍ରଣାଳୀ — Oligarchy.]