ଶାହି

ଉଇକିଅଭିଧାନ‌ରୁ

ଶାହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାଖା)[ସମ୍ପାଦନା]

୧. ଏକ ଶ୍ରେଣୀୟ ବା ଜାତୀୟ ବହୁ ପରିବାର ବସତି କରୁଥିବା ଗ୍ରାମର ବା ସହରର ଅଂଶ; ପଡ଼ା —୧. Part of a town or village where families of one caste or profession reside.

(ଯଥା—ପଠାଣ, ଶାହ ଖଟବିନ୍ ଶାହି, ପାଣ ଶାହି, ବ୍ରାହ୍ମଣ ଶାହି ଓ ବାଉରିଶାହି)

୨. ପୁରୀ ସହରର ସାତ ଗୋଟି ବିଭିନ୍ନ ଅଂଶ —୨. Seven divisions or chief streets of the town of Puri.

[ଦ୍ରଷ୍ଟବ୍ୟ —ପୁରୀର ସାତ ଶାହିର ନାମ— ୧ ବାସେଳୀ ଶାହି ହରଚଣ୍ଡି ଶାହି ୩ ମାର୍କଣ୍ଡେଶ୍ୱର ଶାହି ୪ ଦୋଳମଣ୍ଡପ ଶାହି ୫ ବାଲି ଶାହି ୬ କୁଣ୍ଡେଇବେଣ୍ଟ ଶାହି ୭ ଚୂଡ଼ଙ୍ଗ ଶାହି

ପ୍ରବାଦ ଅଛି ଯେ ପୁରୀରେ ସାତ ଶାହି ଓ ୪୨: କନ୍ଦି ଅର୍ଥାତ୍ ଛୋଟ ଗଳି ଅଛି ଏବଂ କଟକରେ ୫୨: ବଜାର ୫୩: ଗଳି ଅଛି କିନ୍ତୁ ପୁରୀରେ ଆଧୁନିକ ଶାହିର ସଂଖ୍ୟା ଅନେକ ଅଧିକ]

୩. ଶ୍ରେଣୀ; ପଂକ୍ତି; ଧାଡ଼ି —୩. Line; row.
୪. ପ୍ରତିବେଶୀମାନଙ୍କର ଗୃହଶ୍ରେଣୀ —୪. Row of houses of neighbours.

[ଦ୍ରଷ୍ଟବ୍ୟ —ସାଧାରଣତଃ ପୁରୀ ସହରରେ ଭିନ୍ନ ଭିନ୍ନ ଅଂଶକୁ ଶାହି, କଟକରେ ବଜାର, ସମ୍ୱଲପରରେ ପଡ଼ା ଓ ବାଲେଶ୍ୱରରେ ଗଞ୍ଜ ବୋଲାଯାଏ କଲିକତାରେ ପାଡ଼ା ବା ଟୋଲା ବୋଲାଯାଏ]

ପ୍ରାଦେଶିକ - (କଟକ ଜିଲ୍ଲା ଓ ତଳହଟୀ ଅଞ୍ଚଳ) ବିଶେଷ୍ୟ -[ସମ୍ପାଦନା]

ଅଗଣା; ପ୍ରାଙ୍ଗଣ — Courtyard.

ବୈ.ଦେଶଜ - ବିଣ—(ଅନ୍ୟସଙ୍ଗେ ଯୁକ୍ତ ହୁଏ ଯଥା—ବାଦଶାହି, କୁତବଶାହି, ନିଜାମଶାହି; —ଫାରାସୀ - ଶାହା+ବିଣ ପ୍ରତ୍ୟୟ ଈ)[ସମ୍ପାଦନା]

ଶାହା ସମ୍ୱନ୍ଧୀୟ — Relating to Ṡāhā or king.