ଶିକା

ଉଇକିଅଭିଧାନ‌ରୁ

ଶିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଶିକ୍ୟା)[ସମ୍ପାଦନା]

୧. ହାଣ୍ଡି, ଘଡ଼ି ଆଦି ଝୁଲାଇ ରଖିବା ନିମନ୍ତେ ବ୍ୟବହୃତ ରଜ୍ଜମୟ ଆଧାର —୧. A net-work hanging basket of ropes used for suspending articles and pots; a hanging shelf made of ropes woven like a cage.

[ଦ୍ରଷ୍ଟବ୍ୟ —ଏହାକୁ ଘରର ଚାଳରୁ ଓ ବାଉଁଶରୁ ଝୁଲାଇ ତହିଁରେ ଖାଦ୍ୟ ପାତ୍ରାଦି ରଖାଯାଏ]

[ଉ— ବିରାଡ଼ି କପାଳକୁ ଶିକା ଛିଡ଼ିବା ନ୍ୟାୟ — ଶିକାରେ ରଖାଯାଇ ମଥାନରୁ ଝୁଲା ହୋଇଥିବା ଖାଦ୍ୟ ପଦାର୍ଥ (ଦୁଧ, ମାଛଆଦି)କୁ ବିରାଡ଼ି ଖାଇପାରେ ନାହିଁ ଏଥିପାଇଁ ଭୂଇଁରେ ବସି ସତୃଷ୍ଣ ନୟନରେ ସେହି ଶିକାରେ ଥିବା ଦ୍ରବ୍ୟ ଆଡ଼କୁ ଅନାଇ ରହିଥାଏ ଦୈବଗତ୍ୟା ଶିକାର ଦଉଡ଼ି ଛିଣ୍ଡିଗଲେ ଶିକାରେ ଥିବା ପାତ୍ର ଓ ଖାଦ୍ୟ ଭୂମିରେ ପ଼ଡ଼ିଯାଏ ଓ ବିରାଡ଼ି ତାହା ଖାଇବାକୁ ସମର୍ଥ ହୁଏ କୌଣସି ଅସାଧ୍ୟ ବା ଅପ୍ରାପ୍ୟ ବସ୍ତୁ ତତ୍ପ୍ରତ୍ୟାଶୀ ବ୍ୟକ୍ତିକୁ ଦୈବଗତ୍ୟା ମିଳିଗଲେ ଏ ନ୍ୟୟର ଉଦାହରଣ ଦିଆଯାଏ]

୨. ବାହୁଙ୍ଗିରେ ଦୁଇ ପାଖରେ ବୋଝ (ଅଙ୍ଗା) ଝୁଲାଇ ଦ୍ରବ୍ୟ ବହିବା ନିମନ୍ତେ ବ୍ୟବହୃତ ରଜ୍ଜୁମୟ ଅଧାର — ୨. A sling or cage of ropes attached to either end of a pole which is carried across the shouldders and is used for carrying things in it.

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

ସିକ୍କା (ଦେଖ) - —Sikkā (See)