ଶିଙ୍ଗ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ପଶୁଆଦିଙ୍କ ଶୃଙ୍ଗ; ବିଷାଣ
  • ଗହମ, ଯବ ଓ ବାଳୁଙ୍ଗା ଧାନ ଆଦିର ଅଗରେ ବାହାରି ଥିବା ଛୁଞ୍ଚି ପରି ଶିଖାଶିଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶୃଙ୍ଗ)[ସମ୍ପାଦନା]

୧. ପଶୁଆଦିଙ୍କ ଶୃଙ୍ଗ; ବିଷାଣ — ୧. Horn.

[ଉ—ଗୋରୁଙ୍କ ଶିଙ୍ଗ ଧରି ନାଚେ; ବୁଲନ୍ତି ଅଗ୍ନି କାଛେ କାଛେ—ପ୍ରାଚୀଗ୍ରନ୍ଥ ମାଳା]

୨. (ସଂସ୍କୃତ - ଶୃଙ୍ଗ)—ଗହମ, ଯବ ଓ ବାଳୁଙ୍ଗା ଧାନ ଆଦିର ଅଗରେ ବାହାରି ଥିବା ଛୁଞ୍ଚି ପରି ଶିଖା —୨. The awn or the beard or needle-like flaments at the end of a grain of wheat, padddy or barley.

[ଦ୍ରଷ୍ଟବ୍ୟ —ସଂସ୍କୃତ - "ଶୃଙ୍ଗ"ର ଅପଭ୍ରଂଶ 'ଶିଙ୍ଗ; ଏହିପରି ଅନ୍ୟ କେତେଗୁଡ଼ିଏ ଅପଭ୍ରଷ୍ଟ ଶବ୍ଦ (ଯଥା—ଘୃତରୁ ଘିଅ, ମୃଗରୁ ମିରିଗ, ପୃଷ୍ଠରୁ ପିଠି)ରୁ ଅନୁମୃତ ହୁଏ ଯେ ଏକ ସମୟରେ ସ୍ୱର 'ର' ରୂପେ ବର୍ତ୍ତମାନ ଓଡ଼ିଆ ଉଚ୍ଚାରଣ 'ରୁ' ପରି ନ ହୋଇ 'ରି' ରୂପେ ଉଚ୍ଚାରିତ ହେଉଥିଲା ପୁଣି କେତେକ ସଂସ୍କୃତ ଋ—ଯୁକ୍ତ ଶବ୍ଦର 'ଉ' ଉଚ୍ଚାରଣ ବିଶିଷ୍ଟ ଓଡ଼ିଆ ଅପଭ୍ରଂଶ ମଧ୍ୟ ଅଛି:—ଗୃହସ୍ଥ=ଗୁରସ୍ତ; କୃଷ୍ଣ=କୁଷ୍ଟ]

[ଦ୍ରଷ୍ଟବ୍ୟ ===

ଶିଂଗ (ଘ) ଇତ୍ୟାଦି (ଦେଖ) - — Singa (gha) etc (See)