Jump to content

ଶୁଆ

ଉଇକିଅଭିଧାନ‌ରୁ

ଶୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଶୁକ)—ଶୁକ ପକ୍ଷୀ — ୧. Parrot.

[ଦ୍ରଷ୍ଟବ୍ୟ —ଶୁଆ ଗ୍ରୀଷ୍ମ ପ୍ରଧାନ ଦେଶରେ ନାନା ବର୍ଣ୍ଣର ଓ ନାନା ଜାତିର ଅଛନ୍ତି ଖୁବ୍ ଛୋଟ ଶୁଆ ୬ ଇଞ୍ଚ ଲମ୍ୱ ବଡ଼ ଶୁଆ ୨ ହାତ ପର୍ଯ୍ୟନ୍ତ ଲମ୍ୱ ହୁଅନ୍ତି କାହାର ସମସ୍ତ ଦେହର ବର୍ଣ୍ଣ ଶାଗୁଆ, କାହାର ଦେହ ଶାଗୁଆ ଓ ମୁଣ୍ଡ ନାଲି କାହାର ଦେହ ନାଲି, କାହାର ଦେହ ଧଳା ଶୁଆମାନେ ନାନା ଜାତୀୟ ଯଥା—ପାଟଭାଲିଆ, ନାହାକା, ଟିୟା ବା ତୋତା, କାକାତୁଆ, ପାରାକୀଟ ଏମାନଙ୍କ ଥଣ୍ଟର ଅଗ ବଙ୍କା ଓ ଥଣ୍ଟ ଦାଢୁଆ ଓ ଏମାନେ ଫଳ ମୂଳ ଖାଇ ପ୍ରାଣ— ଧାରଣ କରନ୍ତି ସାଧାରଣ ଶୁଆମାନେ ବଢ଼ି ଗଲେ ସେମାନଙ୍କ ବେକ ଚାରି ପାଖରେ ଗୋଟିଏ ଗୋଲାପି, କଳା ଓ ନାଲି ଲୋମ ବିଶିଷ୍ଟ ଗାର ବୁଲି ଯାଏ ଓ ବୁଢ଼ା ହୋଇ ଗଲେ କଣ୍ଠ ତଳେ ଗୋଟିଏ ଟାଣୁଆ ମାଂସ ପିଣ୍ଡୁଳା (କଣ୍ଠା) ବାହାରି ପଡ଼େ ଏହି ନାଲି ଗାର ଓ କଣ୍ଠା ଦେଖି ଶୁଆମାନଙ୍କ ବୟସ ନିର୍ଣ୍ଣୟ କରା ଯାଏ ଆମ ଦେଶର ନେଳିଆ ଶୁଆମାନଙ୍କୁ ଲୋକେ ପାଳି କରି ହରି ନାମ ଓ ଗୀତ ଆଦି ପଦ ଆବୃତ୍ତି କରିବାକୁ ଶିଖାନ୍ତି ଶୁଆମାନଙ୍କୁ ଶିଖାଇବା କେତେକ ପଦ—କ "ରାଧା ! କୃଷ୍ଣ ରାଧା ! କୃଷ୍ଣରାଧା ! କୃଷ୍ଣ କୃଷ୍ଣ! ରାମ୍ ରାମ୍, ପଢ଼ ବାବା ଆତ୍ମା ରାମ୍"

ଖ "ପତିତପାବନ ଗତି କର କୃଷ୍ଣ! ଶ୍ରୀ ରାଧାକାନ୍ତ କୃଷ୍ଣ "

ଗ "କୃଷ୍ଣ ବଳପତରୁ, କୃଷ୍ଣ ଜଗତଗୁରୁ, କୃଷ୍ଣ ଗୋପରେ ରାଜା, କୃଷ୍ଣ ମୁରଲି ବଜା"

ଘ "କୃଷ୍ଣ କଳପତରୁ, କୃଷ୍ଣ ଜଗତ ଗୁରୁ, କର କୃଷ୍ଣ, ପରିତ୍ରାଣ, କହ କୃଷ୍ଣ, ବୋଲ କୃଷ୍ଣ, କୃଷ୍ଣ କୃଷ୍ଣ ରାମ୍ ରାମ୍"

ଙ "ଚକ୍ରଧର ! ପକ୍ଷୀ ଜନ୍ମରୁ ଉଦ୍ଧାର କର"]

୨. (ସଂସ୍କୃତ - 'ଶୀ' ଧାତୁ)—ଶୋଇବା କ୍ରିୟା —୨. Act. of sleeping.

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]
୧. ନିଦ୍ରାଳୁ (ବ୍ୟକ୍ତି) — ୧. A person given to much sleeping.
୨. ଯେ ଶୁଏ —୨. Sleeping.