ଶୁଖିବା

ଉଇକିଅଭିଧାନ‌ରୁ

ଶୁଖିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଶୁଖିଯିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ଅକର୍ମକ; ସଂସ୍କୃତ - ଶୁଷ୍ ଧାତୁଜ ଶୁଷ୍କରୁ)[ସମ୍ପାଦନା]

୧. ଅର୍ଦ୍ର ବା ଜଳୀୟବସ୍ତୁ) ଶୁଷ୍କ ହେବା; ନିର୍ଜ୍ଜଳ ହେବା — ୧. (a wet thing) o become dry or water-less.
୨. (ଜଳପୂର୍ଣ୍ଣ ପୁଷ୍କରିଣୀ ଆଦି)ରୌଦ୍ର ଯୋଗୁଁ ବା ଜଳ ନିଃଶେଷିତ ହେବା ଯୋଗୁଁ ଶୁଷ୍କ ହେବା —୨. To dry up (said of a river or tank from which water has been drained up or has evaporated.

(ଉ—ନଈ ଶୁଖିଲେ କି କରଇ ନାଆ— ଢ଼ଗ)

୩. (ଓଦା ଲୁଗା ଓ ଧାନ ଆଦିରୁ ପାଣି ଶୁଖିଯିବ ପାଇଁ ତାହା) ଖରାରେ ବା ପବନରେ ମେଲା ହୋଇ ସ୍ଥାପିତ
ହେବା —୩. To be spread in air or sun to be dried (said of wet cloth etc).

(ଉ— ଆଘଟଣ କଥା ଶୁଣି ମାଇପେ, ଧାନ ଶୁଖୁଥିଲା ବିଞ୍ଛଣା ଟାକେ ଢ଼ଗ)

୪. (ଲକ୍ଷଣାର୍ଥ) (ମୁଖ) ବିଷଣ୍ଣ ବା ବିମର୍ଷ ହେବା; ମ୍ଳାନ ହେବା —୪. (figurative) To look sad or dejected.

(ଉ—ରାଜନ କିସ କର ଧ୍ୟାନ ଶୁଖୁଛି ତୁମ୍ଭର ବଦନ ଜଗନ୍ନାଥ. ଭାଗବତ)

୫. (ଘାଆ ଆଦିରୁ) ପୁଜ ପାଣିର ସ୍ରାବ ବନ୍ଦ ହେବା —୫. To dry up (said of healding sores which had been running)
୬. (ମାତୃ ସ୍ତନରୁ) ସ୍ତନ୍ୟ ଶେଷ ପାଇବା —୬. To dry up (said of the mother's breast when a child is weaned.)

[ଉ— ଦୁଧ ଶୁଖିଲେ କି କରିବ ମାଆ ଢ଼ଗ]

[ଦ୍ରଷ୍ଟବ୍ୟ — ଯେଉଁଠାରେ ଯେଉଁ ପ୍ରକାର ଜଳୀୟ ବସ୍ତୁ ଥାଏ; ଯଥା— ପାଟିରେ ଛେପ, ଦେହରେ ରକ୍ତ, ତହିଁର ଜଳୀୟାଂଶ ଶୁଷ୍କ ହେଲେ ବା କମିଗଲେ 'ଶୁଖିବା' ଶବ୍ଦ ବ୍ୟବହାର କରାଯାଏ ଯଥା—ମୋତଣ୍ଟି ଶୁଖି ଯାଉଛି, ତା ଦେହରୁ ରକ୍ତ ଶୁଖି ଯାଉଛି]

୭. (ଲକ୍ଷଣାର୍ଥ) (ଦେହ) ଶୀର୍ଣ୍ଣ ହେବା —୭. (figurative) To become lean or emaciated (said of the body)
୮. ଗଛ ଆଦି ଜଳାଭାବରୁ ବା ଖରା ତେଜରେ ଶୁଖିଯିବା ବା ଝାଉଁଳି ପଡ଼ିବା —୮. To wither (said of plants),