Jump to content

ଶୁଖୁଆ

ଉଇକିଅଭିଧାନ‌ରୁ

ଶୁଖୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୁଷ୍କ ମତ୍ସ୍ୟ)[ସମ୍ପାଦନା]

୧. ମାଛକୁ ଖରାରେ ଶୁଖାଇ ଓ ସ୍ଥଳ ବିଶେଷରେ ସେଥିରେ ଲୁଣ ମଡ଼ାଇ ଖାଦ୍ୟ ରୂପେ ବ୍ୟବହାର କରାଯିବା ପାଇଁ ରଖା ଯିବା ମାଛ —୧. Fish dried and preserved with salt; salted and dried fish.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ଅନୁସାରେ ଏହା ବଳକର, ଦୁଷ୍କାଚ୍ୟ ଓ ମଳ— ବଦ୍ଧତାଜନକ ଆମ ଦେଶରେ ନାନାପ୍ରକାରରେ ମାଛକୁ ଶୁଖଆଇ ବଡ଼ ମାଛକୁ ଚିରି ତହିଁ ମଧ୍ୟରେ ଲୁଣ ଦେଇ ଶୁଖାଇ ତିଆରି କରାଯାଏ ଏହାକୁ ତିଅଣ କରି ବା ପୋଡ଼ି କରି ଖାଆନ୍ତି ବଡ଼ ମାଛର ମଞ୍ଜିକୁ ମଧ୍ୟ ଶୁଖାଇ ମଞ୍ଜି ଶୁଖୁଆ କରନ୍ତି କାଞ୍ଜିଅଅଁଳା (ମାର୍ଗଶିର ମାସ କୃଷ୍ଣ ନବମୀ) ଦିନ ସନ୍ଧ୍ୟାବେଳେ କାଞ୍ଜି ଓ ଶୁଖୁଆ ତିଅଣ ସ୍ତ୍ରୀଲୋକମାନେ ଦେବତା ବିଶେଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରନ୍ତି ଓଡ଼ିଶାରେ ଶୁଖୁଆକୁ ବ୍ରାହ୍ମଣ ଓ ବିଧବାମାନେ ଖାଆନ୍ତି ନାହିଁ କିନ୍ତୁ ଅହ୍ୟ ବ୍ରାହ୍ମଣୀ ଓ ଅବତୁଆ ପିଲା ମାନେ ଖାଆନ୍ତି ଚୂନା ମାଛର ଓ ଚିଙ୍ଗୁଡ଼ିକୁ କେବଳ ଖରାରେ ଶୁଖାଇ ଶୁଖୁଆ କରାଯାଏ ବଡ଼ମାଛର ପିଠି ୨ ଫାଳ କରି ଚିରି ତା ମଧ୍ୟରୁ ଅନ୍ତ ଆଦି କାଢ଼ି ସେଥିରେ ଲୁଣ ଦେଇ ଶୁଖାଇ ଶୁଖୁଆ କରାଯାଏ ଅନେକ ପ୍ରକାର ଶୁଖୁଆ ଅଛି—ଯଥା—କୋକିଲି ଶୁଖୁଆ, ଚୁଙ୍ଗୁଡ଼ି ଶୁଖୁଆ, ତାମ୍ପଡ଼ା ଶୁଖୁଆ, ବଡ଼ ଶୁଖୁଆ, ପିତା ଶୁଖୁଆ, କେରାଣ୍ଡ ଶୁଖୁଆ,]

୨. ବିଶେଷଭାବରେ ଶୁଷ୍କ କିମ୍ୱା ଶୀର୍ଣ୍ଣ ହୋଇଥିବା ପଦାର୍ଥ —୨ Any shrivelled or dried up things.

[ଉ—ଆମ୍ୱୁଲଗୁଡ଼ାକ ଖରାରେ ପଡ଼ି ପଡ଼ି ଶୁଖୁଆ ହୋଇଗଲାଣି]