ଶୁଣିବା

ଉଇକିଅଭିଧାନ‌ରୁ

ଶୁଣିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି.—(ସଂସ୍କୃତ - ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ)[ସମ୍ପାଦନା]

୧. ଶ୍ରବଣ କରିବା; କର୍ଣ୍ଣପାତ କରିବା —୧. To hear; to listen.
୨. ଜନଶ୍ରୁତିରୁ ଅବଗତ ହେବା —୨. To come to know from rumour; to learn from verbal report.
୩. (ଲକ୍ଷଣାର୍ଥ) କୌଣସି ବିଷୟ ମନୋପୋଗପୂର୍ବକ ଶ୍ରବଣ କରିବା; ମନୋଯୋଗ
ଦେବା —୩. To hear a matter attentively; to attend to a mattre; to pay attention to.

୪. (ଲକ୍ଷଣାର୍ଥ) ଆଦେଶ ମାନିବା; ଆଜ୍ଞା ପାଳିବା —୪. To obey an order.
୫. (ଲକ୍ଷଣାର୍ଥ) ଉପଦେଶକୁ ଲଙ୍ଘନ ନ କରିବା ବା ମାନିବା —୫. To hear an advice; to have regard for one's advice; to listen to another's words.
୬. (ଲକ୍ଷଣାର୍ଥ) ଜାଣିବା ଶବ୍ଦର ସହଚର; କୌଣସି ବିଷୟ ଜ୍ଞାତ ହେବା; ଅଭିଜ୍ଞତା ଲାଭ କରିବା —୬. To experience.

[ଉ—ତୁ ଜାଣିବା ଶୁଣିବା ଲୋକ ହୋଇ ମୂର୍ଖ ପରି କାମ କଲୁ]

୭. (ନିଦ୍ରିତ; ରୋଗୀ, ମୂର୍ମୂର୍ଷୂ ବା ମୂର୍ଛିତ ବ୍ୟକ୍ତି) ଅନ୍ୟ ବ୍ୟକ୍ତିର ଡାକକୁ ବାରି ଉତ୍ତର ଦେବା —୭. To respond to a call (said of a sleeping, sick or dying person)

[ଉ—କାଲିଠାରୁ ସନ୍ନିପାତ ମଳୁ ଅଉ ଡାକ ଶୁଣୁ ନାହିଁ]