ଶୂଦ୍ର

ଉଇକିଅଭିଧାନ‌ରୁ

ଶୂଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶୂଦ୍ରାଣୀ; ଶୂଦ୍ରା, ଶୂଦ୍ରା, ଶୂଦ୍ରୀ—ସ୍ତ୍ରୀ] 

=== ସଂସ୍କୃତ - ବିପୁଲିଙ୍ଗ - (ଶୁଚ୍ ଧାତୁ=ପବିତ୍ର ହେବା+କର୍ତ୍ତୃ ର, ନିପାତନ)

ହିନ୍ଦୁମାନଙ୍କ ମଧ୍ୟରେ ନୀଚତମ ବା ୪ର୍ଥ ବର୍ଣ୍ଣ — The Ṡūdras or the lowest of the castes amongst the Hindus.

[ଦ୍ରଷ୍ଟବ୍ୟ —ହିନ୍ଦୁଧର୍ମଶାସ୍ତ୍ର ମତରେ ଏମାନଙ୍କର କାର୍ଯ୍ୟ ଅନ୍ୟ ୩ ଜାତିର ଅର୍ଥାତ୍ ବ୍ରାହ୍ମଣ ଶାସ୍ତ୍ର ଓ ବେଦାଧ୍ୟୟନରେ ଅଧିକାରୀ ନୁହନ୍ତି ଏମାନେ ବ୍ରହ୍ମାଙ୍କର ପାଦରୁ ଜାତ ଭଗବତ୍ ଗୀତାରେ ଅଛି "ପରିଚର୍ଯ୍ୟାତ୍ମକଂ କର୍ମ ଶୂଦ୍ରାସ୍ୟାପି ସ୍ୱଭାବଜମ୍" ଅର୍ଥାତ୍ ଏମାନେ ଉଚ୍ଚ ବର୍ଣ୍ଣର ସେବା କରିବେ ବେଦାଧ୍ୟୟନ ତପସ୍ୟା, ଯୁଦ୍ଧ, ବାଣିଜ୍ୟ ଓ କୃଷି କରିବାରେ ଏମାନେ ଅଧିକାରୀ ନୁହନ୍ତି ଅନ୍ୟ ୩ ଉଚ୍ଚତର ବର୍ଣ୍ଣର ଲୋକ ଶୂଦ୍ରାକୁ ବିବାହ କରିପାରିବେ, ମାତ୍ର ଶୂଦ ଉଚ୍ଚବର୍ଣ୍ଣରସ୍ତ୍ରୀକୁ ବିବାହ କରି ପାରିବେ ନାହିଁ ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନଙ୍କ ମତରେ ବ୍ରାହ୍ମଣ, କ୍ଷତ୍ରିୟ ବୈଶ୍ୟ ଏ ତିନି ଜାତି ବୈଦିକଯୁଗରେ ଉତ୍ତରଦିଗରୁ ଭାରତକୁ ଆସ ଉପନିବେଶ ସ୍ଥାପନ କରିଥିବା ଆର୍ଯ୍ୟମାନଙ୍କ ବଂଶଧର ଓ ଶୁଦ୍ରମାନେ ଭାରତର ଆଦିମନିବାସୀ ଅନାର୍ଯ୍ୟ ମାନଙ୍କ ବଂଶଧର ଆର୍ଯ୍ୟମାନେ ଏମାନଙ୍କୁ ଆର୍ଯ୍ୟାବର୍ତ୍ତରୁ ଦାକ୍ଷିଣାତ୍ୟକୁ ତଡ଼ିଦେଲେ ଓ ଏମାନଙ୍କ ମଧ୍ୟରୁ କେତେକଙ୍କୁ

ହିନ୍ଦୁସମାଜରେ ନିମ୍ନତମ ସ୍ତରରେ ଗ୍ରହଣ କରି ଭୃତ୍ୟ ସେବକ ଓ ଦାସରୁପେ ନିଯୋଜିତ କଲେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନଙ୍କ ଛଡ଼ା ଆଧୁନିକ ଭାରତର ପ୍ରାୟ ଅନ୍ୟ ସମସ୍ତ ଜାତିର ପୂର୍ବପୁରୁଷମାନେ ଦ୍ୱିଜାତି ପିତା ଓ ଶୂଦ୍ରା ମାତାଙ୍କ ଔରସରୁ ଜାତ ହୋଇଥିଲେ ପୂର୍ବେ ହିନ୍ଦୁସମାଜରେ ୪ ବର୍ଣ୍ଣଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ଗୁଣ ଓ କର୍ମବିଭାଗ ନିର୍ଦ୍ଦିଷ୍ଟ ହୋଇଥିଲା କିନ୍ତୁତ ପାଶ୍ଚାତ୍ୟ ସଭ୍ୟତାର ପ୍ରବେଶ ସଙ୍ଗ ସଙ୍ଗେ ତାହା ଲୋପ ପାଇଅଛି]
  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚଷାମାନଙ୍କର ଶ୍ରେଣୀଭେଦ; ଶୁଦ ଚଷା — A class of cultivator caste.