ଶ୍ରୀ

ଉଇକିଅଭିଧାନ‌ରୁ

ଶ୍ରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶିରୀ—ଅପଭ୍ରଂଶ ଶବ୍ଦ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ— (ଶ୍ରି ଧାତୁ= ସେବା କରିବା + କର୍ମ. କ୍ୱିପ୍ ଇ ସ୍ଥାନରେ ଈ ଆଗମ; ଯାହାଙ୍କୁ ସମସ୍ତେ ସେବା କରନ୍ତି)[ସମ୍ପାଦନା]

୧. ଲକ୍ଷ୍ମୀ ; ଧନ ସମ୍ପତ୍ତିର ଅଧିଷ୍ଠାତ୍ରୀ ଦେବୀ; ବିଷ୍ଣୁଙ୍କ ସ୍ତ୍ରୀ —୧. The Goddess prasiding over riches or prosperity
୨. ବିଭୁତି;ଐଶ୍ୱର୍ଯ୍ୟ — ୨. Supernatural majestly; divine glory; dignity
୩. ସମ୍ପଦ; ସମ୍ପତ୍ତି; ସୌଭାଗ୍ୟ; ବିଭବ —୩. Fortune; wealth; plenty; affluence; prosperity
୪. ଶୋଭା; ଲାବଣ୍ୟ;ସୌନ୍ଦର୍ଯ୍ୟ — ୪. Beauty; grace;elegance.
୫. ଆଲୋକ —୫. Light; radiance.
୬. ଔଜ୍ଜଲ୍ୟ; ଦୀପ୍ତି; ଉଜ୍ଜ୍ୱଳତା —୬. Lustre; brightness;splebdour; brilliance
୭. ଯଶଃ; କୀର୍ତ୍ତି — ୮. Increase; growth
୯. ସିଦ୍ଧି —୯. Accomplishment; sucess.
୧. ବେଶ ବିନ୍ୟାସ — ୧୦. Toilet; harmonious putting one's dress.
୧୧. ସରସ୍ୱତୀ; ବିଦ୍ୟାର ଅଧିଷ୍ଠାତ୍ରୀଦେବୀ (ଲକ୍ଷ୍ମୀଙ୍କ ସପତ୍ନୀ) —୧୧. The Goddess of learning (a wife of Bishṇu)
୧୨. ବୃଦ୍ଧି —୧୨. The understanding; intelligence; intellectl
୧୩. ତ୍ରିବର୍ଗ; ଧର୍ମ, ଅର୍ଥ ଓ କାମ —୧୩. The three objects of human pursuit (vix, piety; wealth and fulfilm ent of desire)
୧୪. ଉପକରଣ —୧୪. Materials; any material added to a thing to perfect it.

[ଦ୍ରଷ୍ଟବ୍ୟ — ଏହା ଯେଉଁ ବସ୍ତୁ ସଙ୍ଗେ ଯୁକ୍ତ ହୁଏ ତାହାକୁ ସର୍ବାଙ୍ଗ ସୁନ୍ଦର କରିଦିଏ]

୧୫. (ବୈଦ୍ୟକ) ବିଲ୍ୱ ବୃକ୍ଷ —୧୫. The marmalus tree; Aegle Marmalus.
୧୬. ଲବଙ୍ଗ (ଫୁଲ ଓ ଗଛ) — ୧୬. Cloves; cloves tree; Eugenia Caryophyllata
୧୭. ଲବଙ୍ଗ ଲତା ନାମକ କଣ୍ଟା


ଗଛ —୧୭. Luvunga Scandens (creeper)

୧୮. ପଦ୍ମ —୧୮. Lotus
୧୯. ଋଦ୍ଧି ନାମକ ଔଷଧ —୧୯. A rare medicininal plant
୨. ସରଳ ବୃକ୍ଷ; ଦେବଦାରୁ ଗଛ —୨୦. The pine tree; Pinus Longifolia.
୨୧. ସଙ୍ଗୀତରୁ ୬ ରାଗ ମଧ୍ୟରୁ ଗୋଟିଏ ରାଗ —୨୧. Name of one of the six musical tones in Hindu music.

[ଦ୍ରଷ୍ଟବ୍ୟ — ରାଗ ତଳେ ନୋଟ ଦେଖ ]

୨୨. ବିଷ — ୨୨. Poison; venom

[ଉ—ବୃଷାଞ୍ଜନ କହି ବାସୁକି ଶ୍ରୀ ଯେହି,ତୁମ୍ଭେ ମୋହ ପରି ଭୋଗରେ —ଭଞ୍ଜ ବୈଦେହୀଶବୀଳାସ]

୨୩. ରାଜଶ୍ରୀ —୨୩. Royalty; royal dignity (Apte)
୨୪. ବସ୍ତୁର ବର୍ଣ୍ଣ — ୨୪. Colour; aspect (Apte)
୨୫. କୌଣସି ଗୁଣ ବା ଉତ୍କର୍ଷ —୨୫. Any virtue or excellence (Apte)
୨୬. ଅତିମାନୁଷ ଶକ୍ତି —୨୬. Super human power (Apte)
୨୭. ଚନ୍ଦ୍ରଙ୍କର ୧୨ଶ କଳା —୨୭. The twelvth digit of the moon (Apte).
୨୮. ବାକ —୨୮. Speech (Apte)
୨୯. ଅଳଙ୍କାର —୨୯. Decoration (Apte)
୩. ବିଦ୍ୟାରମ୍ଭ କରିବାବେଳେ କିମ୍ୱା ଦୈନିକ ପାଠାରମ୍ଭ କରିବା ସମଯୟରେ ଭୁମିରେ ବା କାଗଜରେ ବିଦ୍ୟାର୍ଥୀ ପ୍ରଥମରେ ଲେଖିବା 'ଶ୍ରୀ' ଅକ୍ଷର (ଲକ୍ଷ୍ମୀ); ଲକ୍ଷ୍ମୀଙ୍କ ନାମ ଲେଖିବା ଶୂଭସୂଚକ ଥିବାରୁ) —୩୦ The letter 'ṡrī' written by a student while beginning his day's work or formally celebrating the ceremony of Bidyārambha

[ଦ୍ରଷ୍ଟବ୍ୟ — ଶ୍ରୀ ଅକ୍ଷରକୁ ଶୋଭାଯୁକ୍ତ କରିବା ପାଇଁ କେହି କେହି 'ଶ୍ରୀ' ଲେଖନ୍ତି ଓ କରଣି ଲେଖିବା ଲୋକେ ବେଳେ 'ଭୀ' ଲେଖନ୍ତି ଓ ଶିଶୁମାନେ ବିଦ୍ୟାରମ୍ଭ କରିବା ବେଳେ ଯେଉଁ ମୁଣ୍ଡଳା ଠ ବୁଲାନ୍ତି ତାହା ଶ୍ରୀଅକ୍ଷରର ରୂପାନ୍ତର ଅଟେ]

ଅନୁବାଦ[ସମ୍ପାଦନା]

ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. (ଦେବତା ଓ ଜୀବିତ ପୁରୁଷ, ଗୁରୁଜନ ମାନ୍ୟବ୍ୟକ୍ତି ଓ ପୂଜ୍ୟ ଗ୍ରନ୍ଥାଦିର ନାମ ପୂର୍ବରେ ଯୁକ୍ତି ହେବା ଶବ୍ଦ) ଶ୍ରୀଳ; ଶ୍ରୀଯୁକ୍ତ —୧. A word prefixed to the name of Deities, living males and adored books , corresponding tp 'Mr' in English. Monsier in french, meaning glorious,lucky.

(ଯଥା— ଦେବତା—ଶ୍ରୀହରି, ଶ୍ରୀକୃଷ୍ଣ ଜୀବିତ ବ୍ୟକ୍ତି—ଶ୍ରୀ— ବିଶ୍ୱନାଥ କର; ଗୁରୁଜନ ଓ ସମ୍ମାନନୀୟ ବ୍ୟକ୍ତି—ଶ୍ରୀଗୁରୁ , ଶ୍ରୀ ପିତୃଦେବ; ପୂଜ୍ୟଗ୍ରନ୍ଥ—ଶ୍ରୀଭାଗବତ୍]

[ଦ୍ରଷ୍ଟବ୍ୟ — ସଧବା ସ୍ତ୍ରୀଲୋକଙ୍କ ନାମ ପୂର୍ବରେ ଶ୍ରୀମତୀ ଓ ଶ୍ରୀମତ୍ୟା ଲେଖା ହୁଏ, କିନ୍ତୁ ସ୍ତ୍ରୀ— ଦେବତାଙ୍କ ନାମ ପୂର୍ବରେ ମଧ୍ୟ ଶ୍ରୀ ଯୋଗ ହୁଏ; ଯଥା—ଶ୍ରୀଦୁର୍ଗା , ଶ୍ରୀରାଧା, ଶ୍ରୀମହାଲକ୍ଷ୍ମୀ; 'ଶ୍ରୀ' ଶବ୍ଦ ମଙ୍ଗଳ ସୂଚକ ଥିବାରୁ କେହି କେହି ସମ୍ମାନାର୍ଥ ରାଜା ଆଦିଙ୍କ ନାମ ପୂର୍ବରେ ୩ ଥର ବା ୫ ଥର ବା ୧୨: ଥର ଶ୍ରୀ ଶବ୍ଦ ଲଗାନ୍ତି ଓ କେହି ଶତମଷ୍ଟୋତ୍ତର (୧୮): ଶ୍ରୀ ପ୍ରୟୋଗ ସୂଚକ 'ଶ୍ରୀ ୧୮: ' ଲେଖନ୍ତି ଯଥା—ଶ୍ରୀ ୧୮: ଶ୍ରୀ ସଚ୍ଚିଦାନନ୍ଦ ସରସ୍ୱତୀ ସ୍ୱାମୀ]

୨. ରାଜା, ଦେବତା ଓ ଗୁରୁଜନଙ୍କ ଅଙ୍ଗାଦି ପୂର୍ବରେ ଲାଗିବା ମାନ୍ୟସୂଚକ ଶବ୍ଦ — ୨. An euphemistic word prefixed to the body and limbs of Deities kings and elders

(ଯଥା— ଶ୍ରୀଅଙ୍ଗ, ଶ୍ରୀମୁଖ, ଶ୍ରୀହସ୍ତ, ଶ୍ରୀଚରଣ,)

ଅନୁବାଦ[ସମ୍ପାଦନା]

ବିଶେଷ୍ୟ -[ସମ୍ପାଦନା]

ପତ୍ରାଦି ଲେଖିବାକୁ ଆରମ୍ଭ କରିବା ପୂର୍ବର ମଙ୍ଗଳା— ଚରଣ ଉଦ୍ଦେଶ୍ୟରେ ପତ୍ରର ଶିରୋଭାଗରେ ଲେଖାଯିବା ଶବ୍ଦ —The Word written on the heading or beginning of any letter or writting.

[ଦ୍ରଷ୍ଟବ୍ୟ — କେହି କେହି ମଧ୍ୟ ପତ୍ରର ଶିରୋନାମାରେ ଶ୍ରୀଗୁରୁ, ଶ୍ରୀଗୁରୁ, ଶରଣଂ, ଶ୍ରୀଗୁରୁ, ଦେବ, ଶରଣଂ, ଶ୍ରୀଇଷ୍ଟଦେବ ଶରଣଂ , ଶ୍ରୀରାମ ଶରଣଂ; ଶ୍ରୀହରି ଶରଣ ଇତ୍ୟାଦି ଲେଖନ୍ତି]



ଶ୍ରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଓଡ଼ିଶାର ଆଶାକାର ମତଲମ୍ୱୀମାନଙ୍କର ୩ ବୀଜ ମନ୍ତ୍ରରୁ ୨ୟ; ରମା. ବିଷ୍ଣୁ, ଶିଷ୍ୟ; ରାଧା ଓ ବଳରାମଙ୍କ ଧ୍ୟାନ ମନ୍ତ୍ର —A mystic syllable uttered by the Aṇākāra worshippers of Orissa.