ଶ୍ରୀକର୍ମ

ଉଇକିଅଭିଧାନ‌ରୁ

ଶ୍ରୀକର୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗଞ୍ଜାମର ଦକ୍ଷିଣ ଚିକାକୋଳ ତାଳ୍କକର ଅନ୍ତର୍ଗତ ଓ ଚିଲିକୋଲ ନଗରଠାରୁ ୮ ମାଇଲ୍ ପୂର୍ବରେ ଅବସ୍ଥିତ ପ୍ରାଚୀନ ତୀର୍ଥ —Name of a Hindu sacred place near Chicacole

[ଦ୍ରଷ୍ଟବ୍ୟ — ଏଠାରେ ନାରାୟଣଙ୍କ କୁର୍ମ ମର୍ତ୍ତିସ୍ଥାପିତ ଗୋଟିଏ ପ୍ରାଚୀନ ମନ୍ଦିର ଅଛି ମନ୍ଦିରର କାନ୍ଥରେ ଓ ସ୍ତମ୍ଭ ଗାତ୍ରରେ ଅନେକଗୁଡ଼ିଏ ଶିଳାଲିପି ଅଛି ତନ୍ତ୍ରମଧ୍ୟରେ (୧) ୧୨୫୨: ଖ୍ରୀଷ୍ଟାଦ୍ଦରେ ରାଜା ଅନଙ୍ଗଭୀମଦେବଙ୍କ ଉତ୍କୀର୍ଣ୍ଣ ଭୁମିଦାନପ୍ର ଶସ୍ତି, (୨) ୧୨୨୩: ଭାନୁ ଦେବ ରାଜାଙ୍କ ମନ୍ତ୍ରୀ କର୍ତ୍ତୃକ ଗ୍ରାମଦାନ ଉପଲକ୍ଷରେ ଉତ୍କୀର୍ଣ୍ଣ])

ପ୍ରଶସ୍ତି, (୩): ରାଜା ରାଜରାଜ ଦେବଙ୍କ ଆତ୍ମୀୟ ବିଜୟାଦିତ୍ୟ ଚକ୍ରବର୍ତ୍ତୀଙ୍କର ୧୨୭୩: ଖ୍ରୀଷ୍ଟାଦ୍ଦର, (୪): ବୀର ଭାନୁ, ଦେବ ରାଜାଙ୍କ ମନ୍ତ୍ରୀବଂଶୀୟ ରାମଦେବଙ୍କର ୧୨୩୫: ଖ୍ରୀଷ୍ଟାଦ୍ଦର, (୫): ରାଜା ପ୍ରତାପ ବୀରଶ୍ରୀନୃସିଂହଦେବଙ୍କ ରାଜ୍ୟକାଳରେ (୧୨୬୩: ଖ୍ରୀ) ଦେବପୂଜାର୍ଥ ଉଦ୍ୟାନଦାନ (ଏ ନୃସିଂହ ଦେବ ସମ୍ଭବତଃ ଲାଙ୍ଗୁଳା ନରସିଂହଦେବ), (୬): ଉକ୍ତ ଓଡ଼ିଶା ରାଜା ପ୍ରତାପ ଶ୍ରୀ ବୀର ନୃସିଂହ ଦେବଙ୍କ ରାଜତ୍ୱ କାଳରେ ଉଦ୍ୟାନଦାନରେ ବ୍ୟୟ ବିବରଣ, (୭): ରାଜରଜ ଦେବଙ୍କ ପୁତ୍ର ପୁରୁଷୋତ୍ତମ ଦେବଙ୍କର ଏହା ଛଡ଼ା ଆଉ ୯ଟି ଶିଳାଫଳକ ମନ୍ଦିରଗାତ୍ରରେ ରହିଅଛି ଏହା ଛଡ଼ା ସ୍ତମ୍ଭର ଉପରିଭାଗରେ ପ୍ରାଚୀନ ଅକ୍ଷରରେ ଲିଖିତ ଶିଳା ଲିପି ଅଛି ତହିଁର ପାଠୋଦ୍ଧାର ଅବଧି ହୋଇ ନାହିଁ ପୂର୍ବେ ଏହା ଶିବମନ୍ଦିର ଥିଲା ରାମାନୁଜଙ୍କ ସମୟରୁ ଏଠାରେ କୂର୍ମମୁର୍ତ୍ତି ପ୍ରତିଷ୍ଠିତ ହୋଇ ଏହାବୈଷ୍କବ— ତୀର୍ଥରୂପେ ଗଣ୍ୟ ହୋଇଅଛି (ବିଶ୍ୱକୋଷ)