ଶ୍ରୀକାଳୋଳ

ଉଇକିଅଭିଧାନ‌ରୁ

ଶ୍ରୀକାଳୋଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଆଧୁନିକ ଚିକାକୋଲର ପ୍ରାଚୀନ ନାମ — The ancient name of Chicacole in Madras.

(ଦ୍ର—ଏହି ନଗର ଗଞ୍ଜାମ ଜିଲ୍ଲାର କୋଣରେ ଲଙ୍ଗୁଳିଆ ନଦୀ ଉପରେ ଅବସ୍ଥିତ ଏହା ପୂର୍ବେ କଳିଙ୍ଗ ରାଜାମାନଙ୍କ ରାଜଧାନୀ ଥିଲା ଓ ଏଠାରୁ ବଂଶଧାରା ନଦୀର ତଟବର୍ତ୍ତୀ କଳିଙ୍ଗ ପଟଣକୁ ରାଜଧାନୀ କେବେ ଉଠି ଆସିଲା ତହିଁର ପ୍ରମାଣ ମିଳୁ ନାହିଁ ଏଠାର ଶ୍ରୀକୂର୍ମ ମନ୍ଦିର ଗୋଟିଏ ପ୍ରସିଦ୍ଧି ତୀର୍ଥ ଏଠାରେ ଜଣେ ଗୃହସ୍ଥର କଅ ଖୋଳାଯିବାବେଳେ ଭୁଗର୍ଭରୁ ୬ ଖଣ୍ଡି ତାମ, ଫଳ, ଫଳକ ମିଳିଥିଲା ସେଥିରୁ ଖଣ୍ଡିଏ ହଜିଛି ଓ ୫ ଖଣ୍ଡି ବର୍ତ୍ତମାନ ମାନ୍ଦ୍ରାଜର ଯାଦୁଘରେ ରଖା ଯାଇଅଛି ସେଥିରେ କଳିଙ୍ଗରାଜ ବଙ୍ଗବଂଶୀୟ ଇନ୍ଦ୍ର ବର୍ମା, ଅନନ୍ତକର୍ମଙ୍କୁ ପୁତ୍ର ଦେବେନ୍ଦ୍ରବର୍ମା, ଦେବନ୍ଦ୍ରଙ୍କ ପୁତ୍ର ସତ୍ୟକର୍ମ ଓ ଅନ୍ୟ ଜଣେ ନନ୍ଦପ୍ରଭଞ୍ଜନ ରାଜାଙ୍କର ଉଲ୍ଲେଖ ଅଛି ଇନ୍ଦ୍ରବର୍ମାଙ୍କ ବଂଶଧର ଏହି ରାଜାମାନେ ସମ୍ଭବତଃ ଖ୍ରୀ ୭ମ ଶତାଦ୍ଦୀର ପଳାତଳ ବେଙ୍ଗୀ ବଂଶର ଗୋଟିଏ ଶାଖା ଅନୁମିତ ହୁଏ ଯେ ଖ୍ରୀ ୯୭୭:ରୁ ୧୪:ରେ ପୂର୍ବ ଚାଲୁକ୍ୟ ରାଜ୍ୟରେ ଅରାଜକତା ଉପସ୍ଥିତ ହେଲାରୁ ଏହି ରାଜ ବଂଶ ମସ୍ତକ ଉତ୍ତୋଳନ କରିଥିଲେ ପରବର୍ତ୍ତୀକାଳରେ (ଖ୍ରୀଷ୍ଟୀୟ ସପ୍ରଦଶ ଶତାଦ୍ଦୀରେ) ଏ ସ୍ଥାନ ମୁସଲମାନଙ୍କ ଅଥିକାରରେ ଆସିଥିଲା ଓ ସେ ସମୟରେ ନିର୍ମିତ ଗୁଡ଼ିଏ ମସଜିତ ଓ ସମାଧି ଏଠାରେ ଅଛି; ଖ୍ରୀଷ୍ଟୀୟ ଅଷ୍ଟାଦ୍ଦଶ ଶତାଦ୍ଦୀରେ ଏହା ବିଜୟ ନଗରର ହିନ୍ଦୁରାଜାଙ୍କ ଅଧିକାରରେ ଆସିଲା ଏଠାରେ କେତେ ଗୁଡ଼ିଏ ପ୍ରାଚୀନ ବିଜୟ ସ୍ତମ୍ଭ ମଧ୍ୟ ମଧ୍ୟ ଅଛି, ତହିଁରେ ସମୟ ନିର୍ଣ୍ଣୟ କରିବା କଠିନ—ବିଶ୍ୱକୋଷ)