ଶ୍ରୀଫଳ

ଉଇକିଅଭିଧାନ‌ରୁ

ଶ୍ରୀଫଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶ୍ରୀଯୁକ୍ତ ଫଳ ଯାହାର; ବହୁବ୍ରୀହି)[ସମ୍ପାଦନା]

୧. ବିଲ୍ୱ; ବେଲ (ଗଛ ଓ ଫଳ) —୧. The Bael (fruit and tree); Aegle Marmelos.

[ଦ୍ରଷ୍ଟବ୍ୟ — ପୁରାଣରେ ଅଛି ଯେ ଲକ୍ଷ୍ମୀ ବିଷ୍ଣୁଙ୍କ ପରାମର୍ଶରେ ଜାଗର ଯାତ୍ର ବା ଶିବଚର୍ତୁଦ୍ଦଶୀ ଦିନ ୧ଟି ପଦ୍ମ ଫୁଲଦ୍ୱାରା ଶିବଙ୍କ ପୂଜା କରିବାକୁ ବସିଲେ ମହାଦେବ ଲକ୍ଷ୍ମୀଙ୍କ ଭକ୍ତି ପରୀକ୍ଷା କରିବାକୁ ସେଥିରୁ ଦୁଇଟି ଫୁଲ ହରଣକରି ନେଲେ ଲକ୍ଷ୍ମୀ ପୂଜାରେ ବସି ଦେଖିଲାବେଳକୁ ୨ଟି ଫୁଲ ନଅଣ୍ଟ ଅଛି ୧ଟି ଫୁଲରେ ପୂଜା ନ କଲେ ସଂକଳ୍ପରେ ବାଧା ପଡ଼ିବ ଓ ପୂଜା ଖଣ୍ଡିତ ହେବ ବୋଲି ଲକ୍ଷ୍ମୀ ଆପଣାର ସ୍ତନ ଯୋଡ଼ିକ କାଟି ୧ ପଦ୍ମ ଭରିଣା କଲେ ଏହା ଦେଖି ମହାଦେବ ଆବିର୍ଭୁତ ହୋଇ ସନ୍ତୋଷରେ ନିଜେ ଫୁଲ ଦୁଇଟି ନେଇ ଯାଇଥିବା କଥା ମାନିଲେ ଏହଂ ଲକ୍ଷ୍ମୀଙ୍କୁ ବର ଦେଲେ; ମୋ ବର ପ୍ରଭାବରୁ ତୁମ୍ଭେ ସ୍ତନ ଦୁଇଟି ତୁମ୍ଭେ ପ୍ରାପ୍ତ ହୁଅ ଏବଂ ଛେଦିତ ସ୍ତନ ମୂର୍ତ୍ତିମତୀ ଭକ୍ତିରୂପରେ ଶ୍ରୀଫଳ ନାମରେ ଅଭିହିତ ହେଉ ଏବଂ ବେଲର ପତ୍ର ମୋର ପ୍ରିୟତମ ପୂଜାସାମଗ୍ରୀ ହେଉ]

୨. ରାଜାଦନୀ; କ୍ଷୀରକୋଳି —୨. Mimusops Hexandra (tree) .
୩. ଅଅଁଳା —୩. Embelic Myrobalan (a berry).
୪. କଞ୍ଚା ଗୁଆ — ୪. Row betel nut fruit.
୫. ନଡ଼ିଆ — ୫. Cocoanut

(M. W ଗରୁଡ଼ପୁରାଣ)