ଶ୍ରୀମତ୍ୟା

ଉଇକିଅଭିଧାନ‌ରୁ

ଶ୍ରୀମତ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ -(ସଂସ୍କୃତ - ଶ୍ରୀମତ୍ୟାଃ=ଶ୍ରମତୀଙ୍କର)[ସମ୍ପାଦନା]

ବିଧବା ସ୍ତ୍ରୀଲୋକ— ମାନଙ୍କ ନାମ ପୂର୍ବରେ ଶ୍ରୀମତୀ ସ୍ଥାନରେ ଭ୍ରମରେ ଯୋଗ କରାଯିବା ଶବ୍ଦ —A word wrongly prefixed to teh names of widows.

[ଦ୍ରଷ୍ଟବ୍ୟ —ଶ୍ରୀମତୀ ଶ୍ରୀମାନ୍ର ସ୍ତ୍ରୀଲିଙ୍ଗ ସାଧାରଣତଃ ପୁରୁଷ— ମାନଙ୍କ ନାମ ପୂର୍ବରେ 'ଶ୍ରୀ' ଶବ୍ଦ ସଂସ୍କୃତରେ ଓ ଭାଷାରେ ମଧ୍ୟ ଲେଖା ଯାଏ

ସଂସ୍କୃତରେ ସମ୍ମାନାର୍ଥକରୁପେ ଦେବତା ଓ ମହାପୁରୁଷ ଓ ରାଜା ଆଦିଙ୍କ ନାମ ପୂର୍ବରେ ସମାସାନ୍ତ ଶ୍ରୀମତ୍ ଶବ୍ଦ ବା ଶ୍ରୀମାନ୍ ଯୁକ୍ତ ହୁଏ (ଯଥା—ଶ୍ରୀମଚ୍ଛଙ୍କରାଚାର୍ଯ୍ୟ, ଶ୍ରାମଦ୍ଗୋବିନ୍ଦ, ଶ୍ରୀମନ୍ନାରାୟଣ, ଶ୍ରୀମନ୍ନମହାରାଜ; ଶ୍ରୀମନ୍ନୁକୁନ୍ଦ ଇତ୍ୟାଦି) କିନ୍ତୁ ଭାଷାରେ କେବଳ ଶ୍ରୀମତ୍ ଶବ୍ଦ ନାରାୟଣ, ମହାରାଜ ଆଦି ଶବ୍ଦ ସଙ୍ଗେ ସମାସାନ୍ତ ସନ୍ଧି ନିଷ୍ପନ୍ନ ସଂସ୍କୃତ ପଦରେ ଦୃଷ୍ଟ ହୁଏ

ଅନ୍ୟଥା ଭାଷାରେ ଗୁରୁଜନ ଓ ବୟୋବୃଦ୍ଧମାନେ ଶିଷ୍ୟ ଓ ଶିଷ୍ୟସ୍ଥାନୀୟ ବ୍ୟକ୍ତିମାନଙ୍କ ନାମ ପୂର୍ବରେ 'ଶ୍ରୀମାନ୍' ବ୍ୟବହାର କରନ୍ତି ପତ୍ରରେ ପିତାଙ୍କ ନିକଟକୁ ପୁତ୍ର 'ଶ୍ରୀ ପିତୃଦେବ' ଓ ପିତା ପୁତ୍ର ନିକଟକକୁ 'କଲ୍ୟାଣୀୟ ଶ୍ରୀମାନ୍ ଅମୁକ' ବୋଲି ଲେଖନ୍ତି ସମ୍ମାନାର୍ଥରେ 'ଶ୍ରୀଳ ଶ୍ରୀଯୁକ୍ତ' ବା 'ଶ୍ରୀଯୁକ୍ତ' ନାମ ପୂର୍ବରେ ଲେଖାଯାଏ ଶ୍ରୀମାନ୍ର ସ୍ତ୍ରୀଲିଙ୍ଗ 'ଶ୍ରୀମତୀ' ଶବ୍ଦ ସବୁ ସ୍ତ୍ରୀଲୋକମାନଙ୍କ ନାମ ପୂର୍ବେ ଲେଖା ହେବା ବ୍ୟାକରଣସଙ୍ଗତ, କିନ୍ତୁ ତାହା ନ ହୋଇ ଦଲିଲ ଆଦିରେ କେବଳ ସଧବା ସ୍ତ୍ରୀଲୋକମାନଙ୍କ ନାମ ପୂର୍ବରେ 'ଶ୍ରୀମତୀ' ଲେଖା ହେବାର ଦେଖାଯାଏ ବିଧିବା— ମାନେ 'ଶ୍ରାହୀନା' ହେବ ଯୋଗୁଁ ସଧବାମାନଙ୍କ ପରି ମାନ୍ୟାର୍ଥରେ ସେମାନଙ୍କ ନାମ ପୂର୍ବରେ 'ଶ୍ରୀମତୀ' ଲଗିବାଟା ଠିକ୍ ହେବ ନାହିଁ ବୋଧହୁଏ ଏହିଭଳି ଯୁକ୍ତିରେ ବିଧବା ସ୍ତ୍ରୀଲୋକମାନଙ୍କ ନାମ ପୂର୍ବରେ ଆଉ ଗୋଟିଏ କିଛି ବିଶିଷ୍ଟ ଶବ୍ଦ ଦିଆଯିବା ଉଚିତ ବୋଲି ଭାବି କେହି କେହି 'ଶ୍ରୀମତ୍ୟା' ଶବ୍ଦଟିକୁ ବିଧବାମାନଙ୍କ ନାମ ପୂର୍ବରେ ପ୍ରୟୋଗ କରିବା ଦେଖାଯାଏ ଧନବତୀ ଜମିଦାରିଆଣୀ ବିଧବାମାନଙ୍କ ନାମ ପୂର୍ବରେ ଏହିପରି ଗୋଟାଏ ବିଶେଷଣ ଲଗାଇ ସେମାନଙ୍କ ତୁଷ୍ଟି ବିଧାନ କରିବା ବୋଧ ହୁଏ ଏହାର ଅନ୍ୟତର ହେତୁ ବର୍ତ୍ତମାନ୍ ଏ ଶବ୍ଦର ମୂଳ ଦେଖିବାକୁ ଗଲେ ଅନୁମାନ କରାଯାଏ ଯେ ପୂର୍ବର ପୁରୁଷଙ୍କର ପତ୍ର ଲେଖାଲେଖି ରୀତି ଅନୁସାରେ— "ଶ୍ରୀ ଅମୁକସ୍ୟ ଚରଣକମଳେଷୁ ନିବେଦନ— ମିଦଂ:— (ଏହିଠାରେ ପତ୍ରଗତ ବିଷୟ ଲେଖି ସାରି ଶେଷରେ) ନିବେଦନମିତ ଅମୁକସ୍ୟ" (ଅର୍ଥାତ୍ ଶ୍ରୀ ଅମୁକଙ୍କ ଚରଣକମଳରେ ନିବେଦନ ଏହି— ଏହାହିଁ ନିବେଦନ ଅମୁକଙ୍କର) ଲେଖିବାକୁ ହୁଏ ଏହିପରି ସ୍ତ୍ରୀଲୋକମାନେ ପତ୍ର ଲେଖିଲା ବେଳେ ପତ୍ର ଶେଷରେ ନିବେଦନ ମିତି 'ଶ୍ରୀମତ୍ୟାଃ ଅମୁକସ୍ୟାଃ' (ଅର୍ଥାତ୍ ଶ୍ରୀମତୀ ଅମୁକାଙ୍କର) ଲେଖୁଥିଲେ

(ଶ୍ରୀମତ୍ୟାଃ ଶବ୍ଦ ଶ୍ରୀମତ୍ ଶବ୍ଦର ସ୍ତ୍ରୀଲିଙ୍ଗରେ ୬ଷ୍ଠୀ— ବିଭକ୍ତି=ଶ୍ରୀମତୀଙ୍କର) ଏହି 'ଶ୍ରୀମତ୍ୟାଃ' ଶବ୍ଦ ପ୍ରୟୋଗରୁ ଅଧୁନା ବ୍ୟବହୃତ ବିଧବାଙ୍କ ନାମ ପୂର୍ବରେ ଯୁକ୍ତ 'ଶ୍ରୀମତ୍ୟା'ର ଉତ୍ପତ୍ତି ହୋଇଥିବା ଅନୁମାନ ହୁଏ; କାରଣ କଚିରିର ଓ ସଂସ୍କୃତାନଭିଜ୍ଞ ଲେଖାଳିମାନେ 'ଶ୍ରୀମତ୍ୟାର ମୌଳିକ ଅର୍ଥ ଓ ପ୍ରୟୋଗ ଭୁଲିଯାଇ ଏହି ଶ୍ରୀମତ୍ୟାକୁ ଆଣି ବିଧବାମାନଙ୍କ ମୁଣ୍ଡରେ ବାଟିଆ ଲଗାଇ ଦେଇ ଅଛନ୍ତି ଏତିକିରେ କୃତିତ୍ୱ ଶେଷ ନ ହୋଇ ବିଧବାଙ୍କୁ 'ଶ୍ରୀମତ୍ୟା ଅମୂକ ଦେବ୍ୟା' ବୋଲି ମଧ୍ୟ ଲେଖନ୍ତି ଓ କେହି କେହି ଶ୍ରୀମତୀ ଅମୁକ ଦିବ୍ୟା ବୋଲି ଲେଖନ୍ତି ସାଧାରଣତଃ ଦେଖାଯାଏ ଯେ କଚିରି କାଗଜ ପତ୍ରରେ ଲେଖକମାନେ ବ୍ରାହ୍ମଣ, କ୍ଷତ୍ରିୟ ପ୍ରଭୃତି ଜାତିର ସ୍ତ୍ରୀମାନଙ୍କ ନାମ ପୂର୍ବେ 'ଶ୍ରୀମତୀ ଅମୁକ ଦେବୀ' କରଣ ପ୍ରଭୃତି ସ୍ତ୍ରୀଙ୍କ ନାମ ପୂର୍ବେ 'ଶ୍ରୀମତି ଅମୁକ ଦେଈ' ଓ ଅନ୍ୟାନ୍ୟ ଶୂଦ୍ର ଜାତିରସ୍ତ୍ରୀଙ୍କ ନାମ ପୂର୍ବେ 'ଶ୍ରୀମତୀ ଅମୁକା ଦାସୀ' ବୋଲି ଲେଖନ୍ତି କିନ୍ତୁ ବିଧବାଙ୍କୁ ନାମ ପୂର୍ବେ 'ଶ୍ରୀମତୀ' ଲେଖିବା ବ୍ୟାକରଣବିରୁଦ୍ଧ ବା ଶିଷ୍ଟାଚାରବିରୁଦ୍ଧ ନୁହେ ]