ଶ୍ରୀମଦ୍ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ

ଉଇକିଅଭିଧାନ‌ରୁ

ଶ୍ରୀମଦ୍ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — Ṡrīmadbhakti siddhānta saraswatī goswāmī
  • ଆଇ.ପି.ଏ. — ʃɾˌimʌdbʰˈʌkti ʃiddʰˈanto dˌonteʃʃˈɔ ɾˈɔ dˌonteʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo tˈɔ dˈiːɾɡʰikˌaɾ ɡˈɔ ˈokaɾ dˌonteʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ mˈɔ dˈiːɾɡʰikˌaɾ

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ବଙ୍ଗର ପ୍ରସିଦ୍ଧ ଗୌଡ଼ୀୟ ମଠର ସ୍ୱର୍ଗୀୟ ଅଧ୍ୟକ୍ଷ —Name of a late celebrated head of the G&aline;&uline;ṟḍ̠īya maṭha.

[ ଦ୍ର—ଏହି ମହାପୁରୁଷ ଶୁଦ୍ଧ ଭାଗବତ ଧର୍ମର ବିଶ୍ୱବ୍ୟାପୀ ପ୍ରଚାରଦ୍ୱାରା ଧର୍ମଜଗତରେ ଏକ ଯୁଗାନ୍ତର ଆନୟନ କରିଥିଲେ ଏହି ମହାପୁରୁଷ ୧୮୭୮: ଖ୍ରୀଷ୍ଟାବ୍ଦରେ ଫେବୃୟାରୀ ୬ ତାରିଖରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର

ନିକଟରେ "ନାରାୟଣ ଛତାର" ସଂଲଗ୍ନ ବୈଷ୍ଣବଶ୍ରେଷ୍ଠ ଶ୍ରୀମଦ୍ଭକ୍ତିବିନୋଦ ଠାକୁରଙ୍କ ଗୃହରେ ଶ୍ରୀ ଭଗବତୀ ଦେବୀଙ୍କର କ୍ରୋଡ଼ରେ ଆବିର୍ଭୂତ ହୋଇଥିଲେ ଠାକୁର ଭକ୍ତିବିନୋଦ ଶ୍ରୀ ଜଗନ୍ନାଥଙ୍କ ପରାଶକ୍ତି ଶ୍ରୀ ବିମଳାଦେବୀଙ୍କ ନାମାନୁସାରେ ଶିଶୁର ନାମ ରଖିଥିଲେ 'ଶ୍ରୀ ବିମଳାପ୍ରସାଦ' ମାତୃକ୍ରୋଡ଼ଶାୟିତ ଛଅ ମାସକ ଶିଶୁ ରଥସ୍ଥ ଶ୍ରୀ ଜଗନ୍ନାଥ— ଦେବଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ହସ୍ତପ୍ରସାରଣପୂର୍ବ୍ୱକ ଶ୍ରୀ ଜଗନ୍ନାଥଙ୍କର ଚରଣ ଆଲିଙ୍ଗନ ଓ ପ୍ରସାଦୀମାଳା ଗ୍ରହଣ କରିଥିଲେ ଭକ୍ତିବିନୋଦ ଠାକୁର ମହାପ୍ରସାଦଦ୍ୱାରା ଶିଶୁର ଅନ୍ନପ୍ରାଶନ ସମ୍ପନ୍ନ କରାଇଥିଲେ 

ବାଳକ ଯେତେବେଳେ ବଙ୍ଗଦେଶସ୍ଥ ଶ୍ରୀରାମପୁର ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ସେତେବେଳେ ଭକ୍ତି— ବିନୋଦ ଠାକୁର ପୁରୀରୁ ତୁଳସୀ ମାଳିକା ଅଣାଇ ବାଳକକୁ ହରିନାମ ଓ ନୃସିଂହ ମନ୍ତ୍ର ପ୍ରଦାନ କଲେ ଓ ଚୈତନ୍ୟ— ଶିକ୍ଷାମୃତ ଗ୍ରନ୍ଥ ପାଠ କରାଇଲେ ୧୮୮୧: ସାଲରେ ଠାକୁର ଭକ୍ତିବିନୋଦ ଯେତେବେଳେ କଲିକତା ରାମବାଗାନରେ 'ଭକ୍ତି ଭବନ' ନିର୍ମାଣ କରାଉଥିଲେ ସେତେବେଳେ ଗୃହର ଭିତ୍ତି ଖନନ ସମୟରେ କୂର୍ମମୂର୍ତ୍ତି ଆବିଷ୍କୃତ ହୋଇଥିଲେ ଠାକୁର ଭକ୍ତିବିନୋଦ ବାଳକକୁ କୂର୍ମଦେବଙ୍କ ପୂଜା ଶିକ୍ଷା ଦେଲେ ଏବଂ ବାଳକ ସେହି ଦିନଠାରୁ ନିୟମିତରୂପେ ତିଳକାଦି ଗ୍ରହଣ ଓ ସଦାଚାର ପାଳନ କରିଥିଲେ ବାଲ୍ୟ— କାଳରେ ଭକ୍ତିବିନୋଦ ଠାକୁରଙ୍କ ସଙ୍ଗରେ ନାନା ତୀର୍ଥ ଭ୍ରମଣ, ଭକ୍ତିଗ୍ରନ୍ଥପ୍ରକାଶ କାର୍ଯ୍ୟରେ ସହାୟତା ଓ ବୈଷ୍ଣବ— ଧର୍ମର ନାନାପ୍ରକାର ଚିତ୍ର ଓ ଚିରିତ୍ର ଶ୍ରବଣ ଓ ଦର୍ଶନରେ ଅତିବାହିତ ହୋଇଥିଲା ଅତି ବାଲ୍ୟକାଳରେ ଗଣିତ ଜ୍ୟୋତିଷ ଶାସ୍ତ୍ରରେ ଏହାଙ୍କର ଅତ୍ୟଦ୍ଭୂତ ପ୍ରତିଭା ଲକ୍ଷିତ ହୋଇଥିଲା ଏ ନିଜର ବିଦ୍ୟାଳୟରେ ୧୮୯୮: ଖ୍ରୀଷ୍ଟାବ୍ଦରେ ମହେଶଚନ୍ଦ୍ର ଚୂଡ଼ାମଣିଙ୍କର ଟୋଲରୁ 'ସିନ୍ଧାନ୍ତ ସରସ୍ୱତୀ' ଉପାଧି, ୧୯: ସାଲରେ ଶ୍ରୀଧାମ ପ୍ରଚାରିଣୀ ସଭାରୁ 'ଭକ୍ତି— ସିଦ୍ଧାନ୍ତ ସରସ୍ୱତୀ" ଉପାଧି ପ୍ରାପ୍ତ ହେଲେ ଏବଂ ତ୍ରିଦଣ୍ଡ ସନ୍ୟାସ ଗ୍ରହଣ କରି ପରିବ୍ରାଜକାଚାର୍ଯ୍ୟ "ତ୍ରିଦଣ୍ଡସ୍ୱାମୀ ଶ୍ରୀମଦ୍ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ" ନାମରେ ଅଭିହିତ ଦେଲେ ୧୯୧: ସାଲରେ ଶ୍ରୀଳ ଗୌରକିଶୋର ଦାସ ଗୋସ୍ୱାମୀ ମହାରାଜ ନାମକ ଅବଧୂତ ଭାଗବତ ପରମହଂସଙ୍କ ନିକଟରୁ ଦୀକ୍ଷା ଲାଭ କଲେ ଏ ୧୯: ସାଲରେ ଭକ୍ତ ବିନୋଦ ଠାକୁରଙ୍କ ସହିତ ଓଡ଼ିଶାର ସମସ୍ତ ତୀର୍ଥ ଭ୍ରମଣ କଲେ ଏବଂ ପୁରୀରର ତଦାନୀନ୍ତନ ସଜ୍ଜନବୃନ୍ଦଙ୍କ ଆଗ୍ରହରେ ସୁପ୍ରାଚୀନ ସାତଆସନ ମଠର ଅନ୍ୟତମ ଗିରିଧାରୀ ଆସନର ସେବା ଭାର ଗ୍ରହଣ କରି ପୁରୀରେ ହରି କଥା ପ୍ରଚାର ଏବଂ "ବୈଷ୍ଣବ ମଞ୍ଜୁଷା" ନାମକ ବୈଷ୍ଣବ ବିଶ୍ୱ— କୋଷ ସଙ୍କଳନ ସାକାଶେ ପୁରୀର ଓ ବିଭନ୍ନ ୨ମ ଠାରୁ ତଥ୍ୟାଦି ସଂଗ୍ରହ କରିଥିଲେ ୧୯୨: ସାଲରେ ପୁରୀର ସମୁଦ୍ରୋପ— କୂଳରେ ଭକ୍ତିବିନୋଦ ଠାକୁରଙ୍କର ଭକ୍ତି ଭବନ କୁଟୀରରେ ଠାକୁରଙ୍କର ସମ୍ମୁଖରେ ଶ୍ରୀ ଚୈତନ୍ୟଚରିତାମୃତ ବ୍ୟାଖ୍ୟା କାଳରେ ପୁରୀର ବହୁ ବିଶିଷ୍ଟ ଶ୍ରୋତା ଆସି ସେହି ବ୍ୟାଖ୍ୟା ଶ୍ରବଣ କରୁଥିଲେ ପୁରୀରେ ଥିବା ସମୟରେ ସରସ୍ୱତୀ ଠାକୁରଙ୍କ ସହିତ ପୁରୀ ଗୋବର୍ଦ୍ଧନ (ଶଙ୍କରାଚାର୍ଯ୍ୟ) ମଠର ମଠାଧୀଶ ମଧୁସୂଦନ ତୀର୍ଥଙ୍କର ଶାସ୍ତ୍ରୀୟ ବିଚାର ହେଉ— ଥିଲା ଏବଂ ସମାଧି ମଠର ଶ୍ରୀ ବାସୁଦେବ ରାମାନୁଜ ଦାସ, ଶ୍ରୀ ଦାମୋଦର ରାମାନୁଜ ଦାସ, ଏମାର ମଠର ଶ୍ରୀ ରଘୁ— ଚନ୍ଦନ ରାମାନୁଜ ଦାସ, ଜମାୟେତ୍ ସମ୍ପ୍ରଦାୟର ପାପଡ଼ିୟା ମଠର ଶ୍ରୀ ଜଗନ୍ନାଥ ଦାସ, ସ୍ୱର୍ଗଦ୍ୱାର ଛତାର ଓଁ କାର ଜୀ ବୃଦ୍ଧତାପସ, ଗଙ୍ଗାମାତା ମଠର ଶ୍ରୀ ବିହାରୀ ଦାସ ପୁଜାରୀ, ରାଧାକାନ୍ତ ମଠର ଅଧିକାରୀ ଶ୍ରୀ ନରୋତ୍ତମ ଦାସ, ମହା— ମହୋପାଧ୍ୟାୟ ପଣ୍ଡିତ ସଦାଶିବ ମିଶ୍ର, ପ୍ରଭୃତି ସଜ୍ଜନମାନଙ୍କ ସହିତ ସରସ୍ୱତୀ ଠାକୁରଙ୍କ ଧର୍ମ୍ମ ପ୍ରସଙ୍ଗ ହେଉଥିଲା ୧୯୪: ସାଲରେ ସରସ୍ୱତୀ ଠାକୁର ସୀତାକୁଣ୍ଡ ଓ ଚନ୍ଦ୍ରନାଥ ପ୍ରଭୃତି ସ୍ଥାନ ଭ୍ରମଣ କଲେ ତତ୍ପରେ ପୁରୀରୁ ଯାଇ ୧୯୫: ସାଲର ଫେବୃୟାରୀ ୨୩: ତାରିଖରେ ଦକ୍ଷିଣ ଭାରତର ତୀର୍ଥ ସମୂହ ପର୍ଯ୍ୟଟନାର୍ଥ ବହିର୍ଗତ ହେଲେ

ଗୋସ୍ୱାମୀ ମହୋଦୟ ନବଦ୍ୱୀପସ୍ଥ—ଶ୍ରୀ ମାୟାପୁରରେ ଅବସ୍ଥାନ କରି ୧୯୫: ସାଲରୁ ଶ୍ରୀମନୁମହାପ୍ରଭୁ ଚୈତନ୍ୟଙ୍କ ବାଣୀ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ ଏବଂ ସ୍ୱର୍ଗୀୟ ଭକ୍ତ— ଚୂଡ଼ାମଣି ହରିଦାସ ଠାକୁରଙ୍କ ପରି ପ୍ରତ୍ୟହ ତିନି ଲକ୍ଷ ମହାମନ୍ତ୍ର କୀର୍ତ୍ତନ କରି ଶତ କୋଟି ମହାମନ୍ତ୍ର କୀର୍ତ୍ତନ ବତ ଉଦ୍ଯାପନ କଲେ ୧୯୯: ସାଲ ଫେବୃୟାରୀ ମାସରୁ ଶ୍ରୀ ମାୟାପୁରରେ ଭଜନଭବନ ନିର୍ମାଣ କରି ସେଠାରେ ଭଜନ କଲେ ୧୯୧୧: ସାଲରେ ମେଦିନୀପୁର ବାଲିଘାଇ ନାମକ ସ୍ଥାନରେ ବୈଷ୍ଣବବିରୋଧୀ ସ୍ମାର୍ତ୍ତି ସମ୍ପ୍ରଦାୟର ମତବାଦ ଗୋଟିଏ ମହତୀ ସଭାରେ ଖଣ୍ଡନ କରି ବ୍ରାହ୍ମଣ ଓ ବୈଷ୍ଣବ ମଧ୍ୟରେ ତାରତମ୍ୟ ନିର୍ଦ୍ଦେଶ କଲେ, ୧୯୧୩: ସାଲରୁ କଲିକତା, ଶ୍ରୀ ମାୟାପୁର ଓ କୃଷ୍ଣ ନଗରେ ଆଶ୍ରମମାନ କରି ସେଠାରେ ଭାଗବତ ଯନ୍ତ୍ର ସ୍ଥାପନ କରି ବିବିଧ ଭକ୍ତି— ଗ୍ରନ୍ଥ ପ୍ରକାଶ ଓ ଶ୍ରୀଚୈତନ୍ୟଚରିତାମୃତର ଅନୁଭାଷ୍ୟ ପ୍ରଚାର କଲେ ୧୯୧୪: ସାଲରେ ଭକ୍ତିବିନୋଦ ଠାକୁରଙ୍କର ନିତ୍ୟ ଲୀଳା ପ୍ରବେଶ ପରେ ତାହାଙ୍କର ପ୍ରତିଷ୍ଠିତ "ସଜ୍ଜନ ତୋଷଣୀ" ମାସିକ ପତ୍ରିକା ସରସ୍ୱତୀ ଠାକୁରଙ୍କର ସମ୍ପାଦକତାରେ ପୁନର୍ବାର ପ୍ରକାଶିତ ହୋଇଥିଲା

ଏ ମହାପୁରୁଷ୧୯୧୮: ସାଲର ମାର୍ଚ୍ଚ ୭ ତାରିଖରେ ବୈଦିକ ତ୍ରିଦଣ୍ଡସନ୍ନ୍ୟାସ ଗ୍ରହଣ ପୂର୍ବକ ଚନ୍ଦ୍ରଶେଖର ଆଚାର୍ଯ୍ୟଙ୍କ ଭବନରେ ଶ୍ରୀଚୈତନ୍ୟମଠ ପ୍ରତିଷ୍ଠା କଲେ ଏବଂ କୃଷ୍ଣ ନଗରର ସାହିତ୍ୟ ସଭାରେ ବୈଷ୍ଣବ ଦର୍ଶନ ସମ୍ୱନ୍ଧେ ବକ୍ତୃତା ଓ ଦୌଲତପୁର ପ୍ରଭୃତି ସ୍ଥାନରେ ହରିକଥା ପ୍ରଚାର କରି ବହୁ ଭକ୍ତଙ୍କ ସହିତ ଓଡ଼ିଶାଭିମୁଖରେ ଯାତ୍ରା କଲେ ଏବଂ ଉତ୍କଳର ବିଭିନ୍ନ ୨ ସ୍ଥାନରେ ବିଶେଷ ଭାବରେ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ କଲିକତାରେ

ବିପୁଳଭାବରେ ପ୍ରଚାର କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ୧୯୧୮: ସାଳ ନଭେମ୍ୱର ମାସରେ କଲିକତାରେ 'ଭକ୍ତିବିନୋଦ' ଆଶ୍ରମ ସ୍ଥାପନ ଓ ପରେ ସେଠାରେ ବିଶ୍ୱବୈଷ୍ଣବ ରାଜ— ସଭାରେ ପୁନରୁଦୋଧନ କଲେ ୧୯୨: ସାଲର ସେପ୍ଟେମ୍ୱର ମାସର ୬ ତାରିଖରେ ଭକ୍ତିବିନୋଦ ଠାକୁରଙ୍କ ଆସନରେ ଗୌଡ଼ୀୟ ମଠ ପ୍ରତିଷ୍ଠା କରି ଗୌଡ଼ ମଣ୍ଡଳ ଓ କ୍ଷେତ୍ରମଣ୍ଡଳର ସବୁ ସ୍ଥାନରେ ପ୍ରଚାର କାର୍ଯ୍ୟ ବିସ୍ତାର କଲେ ୧୯୨୧: ସାଲରେ ଶ୍ରୀ ନବଦ୍ୱୀପଧାମ ପରିକ୍ରମାର ପୁନଃ ପ୍ରବର୍ତ୍ତନ ଏବଂ ପୂର୍ବ ବଙ୍ଗରେ 'ଶ୍ରୀ ମାଧ୍ୱ' ଗୌଡ଼ୀୟ ମଠ ପ୍ରତିଷ୍ଠା କଲେ "ଉତ୍କଳରୁ ସମସ୍ତ ପୃଥିବୀରେ ଶୁଦ୍ଧ ବୈଷ୍ଣବ ଧର୍ମ ପ୍ରଚାରିତ ହେବ" ଏହି ବ୍ୟାସ ବାଣୀର ମର୍ଯ୍ୟାଦା ସ୍ଥାପନ ସକାଶେ ୧୯୨୨: ସାଲ ଜୁନ ମାସର ୯ ତାରିଖରେ ପୁରୀରେ ଭକ୍ତିକୁଟୀରରେ 'ଶ୍ରୀପୁରୁଷୋତ୍ତମ' ମଠ ସ୍ଥାପନ କଲେ ୧୯୨୨: ସାଲର ଅଗଷ୍ଟ ମାସ ୧୯: ତାରିଖରେ ଶ୍ରୀ ଗୌଡ଼ୀୟ ମଠର ପ୍ରଚାରର ମୁଖପତ୍ର ସାପ୍ତାହିକ 'ଗୌଡ଼ୀୟ' ପ୍ରଥମରେ ପ୍ରଚାର କଲେ ଏବଂ ସେପ୍ଟେମ୍ୱର ମାସରେ ବ୍ରଜମଣ୍ଡଳରେ ବିଭିନ୍ନ ୨ ସ୍ଥାନ ଭ୍ରମଣ କରି ବୈଷ୍ଣବ ଧର୍ମ ସମ୍ୱନ୍ଧରେ ବକ୍ତୃତାଦି ପ୍ରଦାନ କଲେ; ୧୯୨୪: ସାଲ ଜୁଲାଇ ମାସ ୭ ତାରିଖରେ ଭୁବନେଶ୍ୱରରେ 'ତ୍ରିଦଣ୍ଡି ମଠ' ପ୍ରତିଷ୍ଠା ଓ ମାନ୍ଦ୍ରାଜ ପ୍ରେସିଡ଼େନ୍ସିରେ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ ୧୯୨୪: ସାଲର ଡିସେମ୍ୱର ମାସ ୧୬: ତାରିଖରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ବିଦ୍ୱନ୍ମଣ୍ଡଳୀମଣ୍ଡିତ ସଭାରେ ଧର୍ମ ଜଗତରେ ବୈଷ୍ଣବ ଦର୍ଶନର ସ୍ଥାନ ସମ୍ୱନ୍ଧରେ ଅଭିଭାଷଣ ପ୍ରଦାନ କଲେ ଓ ପ୍ରୟାଗରେ ଦଶାଶ୍ୱମେଧ ଘାଟରେ ଶ୍ରୀରୂପ ଶିକ୍ଷାର ସ୍ଥାନ ନିର୍ଦେଶ ଓ ଗୌରପଦାଙ୍କିତ ଅଡ଼ାଇଲୋ ଗ୍ରାମ ପରିଦର୍ଶନ କଲେ ୧୯୨୫: ସାଲରେ ଗୌଡ଼ମଣ୍ଡଳ ପରିକ୍ରମା ପ୍ରବର୍ତ୍ତନ କରି ବହୁଭକ୍ତଙ୍କ ସହିତ ଗୌରପାର୍ଷଦମାନଙ୍କର ଆବିର୍ଭାବ ଲୀଳା ସ୍ଥାନସମୂହ ପରିଭ୍ରମଣ ଓ ସେଠାରେ ପୁନବୟ ଶୁଦ୍ଧ ଭକ୍ତି କଥା ପ୍ରଚାର କଲେ ନବଦ୍ୱୀପ ପରିକ୍ରମା ସମୟରେ କୋଲ ଦ୍ୱୀପରେ ଧର୍ମବ୍ୟବସାୟୀ ସମ୍ପ୍ରଦାୟର ପ୍ରତିନିଧି ସ୍ୱରୂପ ଦୃବୃତ୍ତିଗଣ ଶ୍ରୀ ବିଗ୍ରହ, ଆଚାର୍ଯ୍ୟ ଓ ବୈଷ୍ଣବମାନଙ୍କ ଉପରେ ଇଷ୍ଟକ ବୃଷ୍ଟି କରିବାରୁ ସରସ୍ୱତୀ ଠାକୁର ଅବଧୂତ ନିତ୍ୟାନନ୍ଦଙ୍କ ପରି ଧୈର୍ଯ୍ୟ ପ୍ରକାଶ କରି ସମସ୍ତଙ୍କୁ ରକ୍ଷା ଓ ବିଦ୍ୱେଷୀମାନଙ୍କୁ କ୍ଷମା କଲେ ପଣ୍ଡିତ ମଦନମୋହନ ମାଲବ୍ୟ ଗୌଡ଼ୀୟ ମଠକୁ ଆସି ସରସ୍ୱତୀ ଠାକୁରଙ୍କ ନିକଟରୁ ଭାଗବତ ବାଣୀ ଓ ଆଗମପ୍ରାମାଣ୍ୟରୁ ଦୈବ— ବର୍ଣ୍ଣାଶ୍ରମ ଧର୍ମର ବିଚାର ଶ୍ରବଣ କଲେ ୧୯୨୬: ସାଲରେ ସରସ୍ୱତୀ ଠାକୁର ଶ୍ରୀ ମାୟାପୁରରେ ନିତ୍ୟାନନ୍ଦ ପ୍ରଭୁଙ୍କର ଜନ୍ମୋତ୍ସବ ଓ ନାମଯଜ୍ଞର ପ୍ରବର୍ତ୍ତନ କଲେ ଉକ୍ତ ସାଲର ନଭେମ୍ୱର ମାସର ପ୍ରଥମ ଭାଗରେ ସମଗ୍ର ଭାରତ ପର୍ଯ୍ୟଟନ କରି ଶ୍ରୀ ଚୈତନ୍ୟବାଣୀର ପ୍ରଚାର ଏବଂ ପଣ୍ଡିତମଣ୍ଡଳୀଙ୍କ ସହିତ ଆଲୋଚନା, ବିଚାର ଓ ତଥ୍ୟାଦି ସଂଗ୍ରହ କଲେ ଶ୍ରୀନାଥଦ୍ୱାରର ମହନ୍ତ ମହାରାଜ, ବୋମ୍ୱାଇର ଗୋକୁଳନାଥ ଗୋସ୍ୱାମୀ ମହାରାଜ, ଉଡ଼ୁପୀର ଧର୍ମାଚାର୍ଯ୍ୟ ମଠର ମଠାଧୀଶ, ସାଲିମାବାଦ ଗାଦିର ମଠାଧୀଶ ପ୍ରମୁଖ ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟର ଶ୍ରେଷ୍ଠ ବ୍ୟକ୍ତିଗଣ ସରସ୍ୱତୀ ଠାକୁରଙ୍କୁ ବୈଷ୍ଣବାଚାର୍ଯ୍ୟୋଚିତ ଅଭିନନ୍ଦନ ପ୍ରଦାନ କଲେ ଏହି ସମୟରେ ସରସ୍ୱତୀ ଠାକୁର ନୈମିଷାରଣ୍ୟରେ 'ପରମହଂସ ମଠ, ପ୍ରତିଷ୍ଠା, ଶ୍ରୀ ମାୟାପୁରରେ 'ପରବିଦ୍ୟା ପୀଠ' ସ୍ଥାପନ ଏବଂ ଶ୍ରୀଚୈତନ୍ୟ ମଠର ନବନିର୍ମିତ ଊନତ୍ରିଂଶ ଚୂଡ଼ା— ବିଶିଷ୍ଟ ମନ୍ଦିରରେ ଆଚାର୍ଯ୍ୟମାନଙ୍କର ଶ୍ରୀମୂର୍ତ୍ତି ଓ ବିଗ୍ରହ ଓ ରାଧାଗୋବିନ୍ଦ ବିଗ୍ରହ ପ୍ରତିଷ୍ଠିତ କଲେ 

ଏ ମହାପୁରୁଷ ୧୯୨୭: ସାଲର ଜୁନ୍ ମାସରୁ ସଂସ୍କୃତ ହିନ୍ଦି ଓ ଇଂରାଜି ଏହି ତିନି ଭାଷାରେ "ସଜ୍ଜନତୋଷଣୀ" ବା "The Harmonist" ପତ୍ରିକା ପ୍ରକାଶ କଲେ ଏବଂ ମାନଭୂମି ଜିଲାରେ 'ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ' ପ୍ରତିଷ୍ଠା ଓ ସେପ୍ଟେମ୍ୱର ମାସର ଶେଷ ଭାଗରେ କାଶ କାନପୁର, ଲକ୍ଷ୍ଣୌ, ଜୟପୁର, ଗଳତାପର୍ବତ, ସାଲିମାବାଦ, ପୁଷ୍କର, ଆଜମୀର, ଦ୍ୱାରକା, ସ୍କଦାମପୁରୀ, ଗୀର୍ନାରପର୍ବତ, ପ୍ରଭାସ, ଅବନ୍ତି, ମଥୁରାମଣ୍ଡଳ, ଇନ୍ଦ୍ରପ୍ରସ୍ଥ, କୁରୁକ୍ଷେତ୍ର ଓ ନୈମିଷାରଣ୍ୟ ପ୍ରଭୃତି ସ୍ଥାନରେ ଶ୍ରୀଚୈତନ୍ୟବାଣୀ ପ୍ରଚାର କଲେ

୧୯୨୮: ସାଲର ସେପ୍ଟେମ୍ୱର ୨୬: ତାରିଖରେ କଲିକତା ବାଗ ବଜାର ଗଙ୍ଗାତୀରରେ 'ଶ୍ରୀଗୋଡ଼ୀୟ ମଠ'ର ଭିତ୍ତି ସ୍ଥାପନ ଏବଂ ଏହି ବର୍ଷ କଟକରେ ଶ୍ରୀ ସଚ୍ଚିଦାନନ୍ଦ ମଠ ସ୍ଥାପନ, ନଭେମ୍ୱର ମାସରେ କୁରୁକ୍ଷେତ୍ରରେ ସୂର୍ଯୋପରାଗ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ଶ୍ରୀଚୈତନ୍ୟବାଣୀ, କୀର୍ତ୍ତନ, ଶ୍ରୀ ବ୍ୟାସଗୌଡ଼ୀୟ ମଠ ପ୍ରତିଷ୍ଠା ଓ ଭାଗବତ ପ୍ରଦର୍ଶନୀ ଉନ୍ମୋଚନ କଲେ

୧୯୨୯: ସାଲର ଜାନୁୟାରୀ ମାସରେ କୃଷ୍ଣ ନଗରରେ 'ଏକାୟନ ମଠ' ପ୍ରତିଷ୍ଠା ଓ ଆମେରିକାର ଯୁକ୍ତ ପ୍ରଦେଶର ଓହିଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମିଃ. ଆଲବର୍ଟ, ଇ. ସଜାର୍ସ ନାମକ ମନୀଷୀଙ୍କ ନିକଟରେ ଖ୍ରୀଷ୍ଟଧର୍ମଠାରୁ ଗୌଡୀୟ ଧର୍ମର ବୈଶିଷ୍ଟ କଥା କୀର୍ତ୍ତନ କଲେ ନୂତନ ଦିଲ୍ଲୀରେ 'ଦିଲ୍ଲୀଗୌଡ଼ୀୟ ମଠ' ସ୍ଥାପନ, ନୀଳାଚଳରେ ଗୌରସୁନ୍ଦରଙ୍କର ଚନ୍ଦନଯାତ୍ରା ପ୍ରବର୍ତ୍ତନ ଏବଂ ଆଲାଲନାଥ ମନ୍ଦିରର ସଂସ୍କାର କାର୍ଯ୍ୟ ଆରମ୍ଭ କଲେ କଲିକତା ଆଲବର୍ଟ ହଲରେ ଗୌଡ଼ୀୟ ଦର୍ଶନ ସମ୍ୱନ୍ଧରେ ଅଭିଭାଷଣ, ଶ୍ରୀଚୈତନ୍ୟରଦାଙ୍କିତ କାନାଇନାଟଶାଳା ଓ ମନ୍ଦର ପର୍ବତରେ ଚୈତନ୍ୟପାଦପୀଠ ସ୍ଥାପନ କରି, ରାଜମହଲ, ଭାଗଲପୁର, ନାଲନ୍ଦା, ରାଜଗିରି, କାଶୀ, ଫୈଜାବାଦ, ଅଯୋଧ୍ୟା, ନୈମିଷାରଣ୍ୟ—ସୀତାପୁର, ଲକ୍ଷ୍ଣୌ ପ୍ରଭୃତି ସ୍ଥାନରେ ବହୁ ସମ୍ଭ୍ରାନ୍ତ ଓ ଶିକ୍ଷିତ ବ୍ୟକ୍ତିଙ୍କ ନିକଟରେ ହରି— କଥା ପ୍ରଚାର ଏବଂ ସତ୍ୟାନୁସନ୍ଧିତ୍ସୁମାନଙ୍କ ଶୁଭଭକ୍ତି ଧର୍ମରେ ଦୀକ୍ଷିତ କଲେ


୧୯୩: ସାଲରେ ପ୍ରୟାଗ ପର୍ଣ୍ଣକୁମ୍ଭ ମେଳା ସମୟରେ ତ୍ରିବେଣୀ ସଙ୍ଗମରେ ଶ୍ରୀ ରାଧାଗୋବିନ୍ଦ ବିଗ୍ରହ ଓ ରୂପ— ଗୌଡ଼ୀୟ ମଠ ପତିଷ୍ଠା କଲେ ଫେବୃୟାରୀ ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ରୀମାୟାପୁରରେ ଭାଗବତ ପ୍ରଦର୍ଶନୀର ଉଦ୍ୱୋଧନ, ବାଗବଜାର ନବନିର୍ମିତ ଶ୍ରୀଗୌଡ଼ୀୟ ମଠରେ ପାରମାର୍ଥିକ ପ୍ରଦର୍ଶନୀ ଓ ଗୋଟିଏ ପାରମାର୍ଥିକ ସମ୍ମେଳନୀ ଉଦ୍ଘାଟନ କଲେ ତତ୍ପରେ ଯାଜପୁର, କୁର୍ମକ୍ଷେତ୍ର, ସୀମାଚଳ, କଭୁର ଓ ମନ୍ଦାରଗିରି ପ୍ରଭୃତି ସ୍ଥାନରେ ଶ୍ରୀଚୈତନ୍ୟ ପାଦପୀଠ ସ୍ଥାପନ ଓ ସେହି ସେହି ସ୍ଥାନମାନଙ୍କର ଶ୍ରୀଚୈତନ୍ୟବାଣୀ ପ୍ରଚାର କଲେ

୧୯୩୧: ସାଲରେ ଶ୍ରୀଧାମ ମାୟାପୁରରେ ଠାକୁରଭକ୍ତି— ବିନୋଦ ଇନ୍ଷ୍ଟିଟିଉଟ୍ ଉଦ୍ଘାଟନ, ନିତ୍ୟାନନ୍ଦ ପ୍ରଭୁଙ୍କ ପାର୍ଷଦ ମହେଶପଣ୍ଡିତଙ୍କ ପାଟର ସେବାଗ୍ରହଣ ଓ ଆଲାଲାନାଥ ବାହ୍ମଗୌଡ଼ୀୟ ମଠରେ ଶ୍ରୀ ଗୌଡ଼ୀୟନାଥ ପ୍ରକାଶ, ମୟୂରଭଞ୍ଜ ମହାରାଜାଙ୍କର ମଠର ଶ୍ରୀମନ୍ଦିରର ଭିତ୍ତି ସ୍ଥାପନ, କଟକରେ ହରିକଥା କୀର୍ତ୍ତନ, କଲିକତା ନଗରୀରେ ବିରାଟ ସତ୍ଶିକ୍ଷା ପ୍ରଦର୍ଶନୀର ପ୍ରକାଶ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ନିକଟ ଶ୍ରୀଚୈତନ୍ୟବାଣୀ ପ୍ରଚାର, ସିମିଳା— ଶୈଳ ଓ ଭୋଜି ରାଜ୍ୟରେ ଶ୍ରୀଚୈତନ୍ୟବାଣୀ ପ୍ରଚାର' 'ଭାଗବତ' ନାମକ ହିନ୍ଦି ପାକ୍ଷିକ ପତ୍ରର ପ୍ରଚାରପ୍ରବର୍ତ୍ତନ, ବଡ଼ଲାଟ ଲାର୍ଡ ଉଇଲିଙ୍ଗ୍ ଡନ୍ଙ୍କ ନିକଟକୁ ଶ୍ରୀଗୌଡ଼ୀୟ ମଠର ପ୍ରଚାରବାର୍ତ୍ତା ପ୍ରେରଣ, ଦିଲ୍ଲୀରେ ଶ୍ରୀଚୈତନ୍ୟକଥା ପ୍ରଚାର, ମଜଫର ନଗରରେ ଓ ଶୁକଦେବଙ୍କ ଭାଗବତ କଥା କୀର୍ତ୍ତନସ୍ଥଳୀ ଶୁକରତଳରେ ଭାଗବତ କଥାକୀର୍ତ୍ତନ, ଦୀଲ୍ଲୀ ଗୌଡ଼ୀୟ ମଠରେ ଶ୍ରୀରାଧାଗୋବିନ୍ଦ ବିଗ୍ରହ ପ୍ରତିଷ୍ଠା ପ୍ରଭୃତି ଶ୍ରୀଚୈତନ୍ୟ ମନୋଭୀଷ୍ଟ ସେବାର ଆଦର୍ଶ ପ୍ରକାଶ କଲେ

୧୯୩୨: ସାଲରେ ମାନ୍ଦ୍ରାଜର ନାଗରିକଗଣ ସରସ୍ୱତୀ ଠାକୁରଙ୍କ ବିପୁଳ ସମ୍ୱର୍ଦ୍ଧନା କରିଥିଲେ ଠାକୁର ମାନ୍ଦ୍ରାଜ ଗୌଡ଼ୀୟମଠ ମନ୍ଦିରର ଭିତ୍ତି ସ୍ଥାପନ ଏବଂ ସେଠାରେ ହରିକଥା ପ୍ରଚାର କଲେ ମାନ୍ଦ୍ରାଜର ମାହାମାନ୍ୟ ଗଭର୍ଣ୍ଣର ମାନ୍ୟବର ଫ୍ରେଡ଼ରିକ୍ ଷ୍ଟାନ୍ଲି, ମାନ୍ଦ୍ରାଜ ଗୌଡ଼ୀୟ ମଠର ଶ୍ରୀକୃଷ୍ଣହଲ୍ର ଭିତ୍ତି ସ୍ଥାପନ କରି ସରସ୍ୱତୀ ଠାକୁରଙ୍କ ମୁଖରୁ ଶ୍ରୀଚୈତନ୍ୟବାଣୀ ଶ୍ରବଣ କଲେ ମାନ୍ଦ୍ରାଜସିଟୀ କରପୋରେଶନ୍ (ମିଉନିସିପାଲିଟି) ସରସ୍ୱତୀ ଠାକୁରଙ୍କୁ ଗୋଟିଏ ଅଭିନନ୍ଦନ ପ୍ରଦାନ କଲେ ତତ୍ପରେ ଶ୍ରୀଳ ସରସ୍ୱତୀ ଠାକୁର ଆନ୍ଧ୍ର ପ୍ରଦେଶର ଉଦକ— ମଣ୍ଡଳ (ଉତ୍କାମଣୁ) ଓ ମହୀଶୂରକୁ ଯାଇ ମହୀଶୂର ମହାରାଜାଙ୍କ ନିକଟରେ ହରିକଥା କୀର୍ତ୍ତନକଲେ ଉତ୍କା— ମଣ୍ଡରେ ଅବସ୍ଥାନ ସମୟରେ ଇଂରାଜୀ "ଶ୍ରୀକୃଷ୍ଣ— ଚୈତନ୍ୟ" ଗ୍ରନ୍ଥ "ବହ୍ମସଂହିତାର" ଇଂରାଜୀ ଅନୁବାଦ "ରାୟ ରାମାନନ୍ଦ" ନାମକ ଇଂରାଜୀ ଗ୍ରନ୍ଥ ରଚନା ଓ ଶ୍ରୀଚୈତନ୍ୟ ଭାଗବତର ଗୌଡ଼ୀୟ ଭାଷ୍ୟ ପ୍ରଭୃତି ପ୍ରଣୟନ ଓ ପ୍ରଚାର କଲେ ଉତ୍କଳର ପ୍ରଚାର କେନ୍ଦ୍ର କଟକରୁ ପାକ୍ଷିକ ପରମାର୍ଥୀ ପ୍ରକାଶିତ କରାଇଲେ ଓ ଆସାମୀ ଭାଷାରେ କୀର୍ତ୍ତନ ନାମକ ପାରମାର୍ଥିକ ମାସିକ ପତ୍ର ପ୍ରଚାର କରାଇଲେ ତତ୍ପରେ ଊର୍କ୍କବ୍ରତ ସମୟରେ ବ୍ରଜମଣ୍ଡଳ ପରିକ୍ରମା, ରାଧା— କୁଣ୍ଡ ତଟରେ ଉପଦେଶାମୃତ ବ୍ୟାଖ୍ୟା, ଶ୍ରୀରୂପଗୌଡ଼ୀୟ ମଠର ଭିତ୍ତି ସ୍ଥାପନ ଓ ଢାକାରେ ସତ୍ଶିକ୍ଷାପ୍ରଦର୍ଶନୀ ଉନ୍ନୋଚନ କଲେ

୧୯୩୩: ସାଲର ମାର୍ଚ୍ଚ ମାସରେ ୟୁରୋପରେ ଶ୍ରୀଚୈତନ୍ୟବାଣୀ ପ୍ରଚାର କରିବା ସକାଶେ କେତେକ ପ୍ରଚାରକଙ୍କୁ ପ୍ରେରଣ କଲେ ଏବଂ ମେ ମାସର ପ୍ରଥମଭାଗରେ ଲଣ୍ଡନରେ ଶ୍ରୀଗୌଡ଼ୀୟ ମଠ କାର୍ଯ୍ୟାଳୟ ସ୍ଥାପନ କରାଇଲେ ତତ୍ପରେ ପାଟଣାରେ ସତ୍ଶିକ୍ଷା ପ୍ରଦର୍ଶନୀ, ଶ୍ରୀଳଜୀବ ଗୋସ୍ୱାମୀଙ୍କର ଭକ୍ତମନ୍ଦର୍ଭର ବ୍ୟାଖ୍ୟା ଓ ବିବୃତ୍ତି— ସମାପନ, ଜର୍ମାନୀକୁ ପ୍ରଚାରକ ପ୍ରେରଣ ଓ କାଶୀରେ ପାରମାର୍ଥିକ ପ୍ରଦର୍ଶନୀ ପ୍ରକାଶ କଲେ

୧୯୩୪: ସାଲର ଜାନୁଆରୀ ୧୫: ତାରିଖରେ ଶ୍ରୀଗୌଡ଼ୀୟ ମଠକୁ ସ୍ୱାଧୀନ ତ୍ରିପୁରାର ମହାରାଜା ଆସି ଆଚାର୍ଯ୍ୟଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଜ୍ଞାପନ କଲେ ଶ୍ରୀଧାମ ମାୟାପୁରସ୍ଥ ଯୋଗ ପାଦପୀଠ ପ୍ରତିଷ୍ଠା, ଲର୍ଡ ଜେଟ୍ ଲାଣ୍ଡଙ୍କର ସଭାପତିତ୍ୱରେ ଲଣ୍ଡନ ଗୌଡୀୟ ମିଶନ୍ ସୋସାଇଟିର ଉବ୍ଦୋଧନ— ପୁରୀରେ ଅନୁକ୍ଷଣ ହରିକଥା ପ୍ରଚାର, ଶ୍ରୀମାୟାପୁରସ୍ଥ ଯୋଗ, ପୀଠ ମନ୍ଦିରର ଭିତ୍ତିଖନନ ସମୟରେ ଅଧୋକ୍ଷକ ବିଷ୍ଣୁ— ମୂର୍ତ୍ତିଙ୍କ ଆବିର୍ଭାବ ଆଲାଲନାଥ ଶ୍ରାବ୍ରହ୍ମଗୌଡ଼ୀୟ ମଠରେ ଶ୍ରୀଗୋପୀନାଥ ଜୀଉଙ୍କର ପ୍ରତିଷ୍ଠା ନବନିର୍ମିତ ଶ୍ରୀସିଚ୍ଚିଦାନନ୍ଦ ମଠ ମନ୍ଦିରରେ ବିଗ୍ରହପ୍ରତିଷ୍ଠା କରାଇଲେ ନବ ପର୍ଯ୍ୟାୟରେ "Harmonist" ପାକ୍ଷିକ ପତ୍ରର ପ୍ରକାଶ, ମଥୁରାରେ କାର୍ତ୍ତିକବ୍ରତ ଉଦ୍ଯାପନ, ବ୍ରଜମଣ୍ଡଳର ସ୍ଥାନପରିଭ୍ରମଣ, ନୂଆଦିଲ୍ଲୀରେ ହରିକଥା ପ୍ରଚାର, ତେଲଗୁ ଓ ଇଂରାଜୀ ଭାଷାରେ "ଶ୍ରୀଚୌତନ୍ୟ ଶିକ୍ଷାମୃତ" ଓ "ଜୈନଧର୍ମ" ପ୍ରଚାର ପ୍ରଭୃତି ଶ୍ରୀଚୈତନ୍ୟଦେବଙ୍କ ମନୋଭୀଷ୍ଟ କର୍ମମାନ ସମ୍ପାଦନ କଲେ

୧୯୩୫: ସାଲର ଜାନୁୟାରୀ ୧୫: ତାରିଖରେ ବଙ୍ଗ ଦେଶର ମହାମାନ୍ୟ ଗଭର୍ଣ୍ଣର ସର୍ଜନ୍ ଆଣ୍ଡରସନ ଗୌର ଜନ୍ମସ୍ଥାନ ଶ୍ରୀଧାମ ମାୟାପୁରକୁ ଆଗମନ କରି ସରସ୍ୱତୀ ଠାକୁରଙ୍କ ନିକଟରୁ ଶ୍ରୀଧାମ ମାୟାପୁରର ତଥ୍ୟଶ୍ରବଣ ଓ ସେଠାରେ ଗୋଟିଏ ଅଭିଭାଷଣ ପ୍ରଦାନ କଲେ ଫେବୃୟାରୀ ୨୩:ରେ ପୁରୀର ଚଟକ ପର୍ବତରେ ପୁରୀମହାରାଜା ଗଜପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଦେବ ମହୋଦୟଙ୍କ ସାଭାପତିତ୍ୱରେ ଆଚାର୍ଯ୍ୟଙ୍କର ଏକଷଷ୍ଠିତମ ବର୍ଷ ପୂର୍ତ୍ତି ଉପଲକ୍ଷରେ ଗୋଟିଏ ବିରାଟ ସଭାର ଅଧିବେଶନ ହୋଇଥିଲା ମହା— ପ୍ରଭୁଙ୍କର ଜନ୍ମୋତ୍ସବ ସମୟରେ ସ୍ୱାଧୀନ ତ୍ରିପୁରାଧିପତି

ଶ୍ରାଧାମ ମାୟାପୁରକୁ ଆସି ଯୋଗପୀଠରେ ନବନିର୍ମିତ ମନ୍ଦିରର ଦ୍ୱାରୋଦ୍ଘାଟନ କଲେ ଗୌଡ଼ୀୟ ମଠକୁ ବର୍ଦ୍ଧମାନାଧିପତି ମହାରାଜାଧିରାଜ ସର୍ ବିଜୟଚନ୍ଦ୍ର ମହତାବ୍ ଆସି ଆଚାର୍ଯ୍ୟଙ୍କ ବାଣୀ ଶ୍ରବଣ କରିଥିଲେ ତତ୍ପରେ ଆଚାର୍ଯ୍ୟ ଢାକାର ଶ୍ରୀ ମାଧ୍ୱଗୌଡ଼ୀୟ ମଠର ନବନିର୍ମିତ ମନ୍ଦିରର ଭିତ୍ତି ସ୍ଥାପନ, ମୈମନ୍ ସିଂହ, ଶ୍ରୀଜଗନ୍ନାଥ ଗୌଡ଼ୀୟମଠରେ ଶ୍ରୀବିଗ୍ରହ ପ୍ରତିଷ୍ଠା, ଗୟାରେ ଗୌଡ଼ୀୟମଠ ପ୍ରତିଷ୍ଠା, ବ୍ରହ୍ମ ଦେଶକୁ ପ୍ରଚାରକ ପ୍ରେରଣ, ଦାର୍ଜିଲିଙ୍ଗ୍ରେ ହରିକଥା ପ୍ରଚାର, ବୋମ୍ୱାଇ ଗୌଡ଼ୀୟମଠରେ ଶ୍ରୀବିଗ୍ରହ ପ୍ରତିଷ୍ଠା, ରେଡ଼ିଓ ଯୋଗେ ସର୍ବତ୍ର ଶ୍ରୀଚୈତନ୍ୟବାଣୀ ପ୍ରଚାର, ଗୌଡ଼ୀୟମଠାର ଉତ୍ସବ ସମୟରେ ଶ୍ରୀମଦ୍ଭାଗବତ ବ୍ୟାଖ୍ୟା, ବୃନ୍ଦାବନସ୍ଥ ଶ୍ରୀରାଧାକୁଣ୍ଡରେ ମାସାଧିକ କାଳ ବ୍ରତ ପାଳନ ଏବଂ ସେଠାରେ କୁଞ୍ଜବିହାରୀ ମଠ ଓ ବ୍ରଜସ୍ନାନନ୍ଦ ସୁଖଦ କୁଞ୍ଜ ପ୍ରତିଷ୍ଠା, ଗୟା ଗୌଡୣୟ ମଠରେ ଶ୍ରୀବିଗ୍ରହ ପ୍ରତିଷ୍ଠା ଏବଂ ପାଟନା ଓ ପ୍ରୟାଗ ସ୍ଥାନ ପ୍ରଭୃତିରେ ହରିକଥା ପ୍ରଚାର କଲେ ୧ ୯ ୩୫:ରେ ଭାଷାକୋଷ ଆଶ୍ରମ ପରିଦର୍ଶନ କଲେ 

୧୯୩୬: ସାଲରେ ପ୍ରୟାଗରେ ପାରମାର୍ଥିକ ପ୍ରଦର୍ଶନୀର ଦ୍ୱାରୋଦ୍ଘାଟନ, ଠାକୁର ଭକ୍ତିବିନୋଦ ରିସର୍ଚ ଇନିଷ୍ଟିଟିଉଟ୍ ଓ ଦୈବବର୍ଣ୍ଣାଶ୍ରମ ସଙ୍ଘ ପ୍ରତିଷ୍ଠା, ସୁବର୍ଣ୍ଣବିହାର ଗୌଡ଼ୀୟ ମଠ, ସାର୍ବଭୌମ ଗୌଡ଼ୀୟ ମଠ ଓ ରୂଦ୍ରଦ୍ୱୀପ ଗୌଡ଼ୀୟ ମଠ ପ୍ରକାଶ, ରେଙ୍ଗୁନ ଗୌଡ଼ୀୟ ମଠରେ କାର୍ଯ୍ୟାଳୟ ସ୍ଥାପନ, ଲଣ୍ଡନରେ ଗୌରଜନୋତ୍ସବ ବିଧାନ ଓ କଟକ ଶ୍ରୀସଚ୍ଚିଦାନନ୍ଦ ମଠରେ ପରମାର୍ଥୀ ଛାପାଖାନା ସ୍ଥାପନ କରିଥିଲେ ଆସାମସ୍ଥ ସରଭୋଗ ଶ୍ରୀ ଗୌଡ଼ୀୟ ମଠରେ ଶ୍ରୀ ବିଗ୍ରହ ପ୍ରତିଷ୍ଠା, ଉତ୍କଳରେ ଶତାହବ୍ୟାପୀ କୀର୍ତ୍ତନୋତ୍ସବ, ବାଲିୟାଟି ଶ୍ରୀ ଗଦାଇ ଗୌରାଙ୍ଗ ମଠର ଦ୍ୱାରୋଦ୍ଘାଟନ ଓ ବିଗ୍ରହ ପ୍ରତିଷ୍ଠା, କୁରୁକ୍ଷେତ୍ରରେ ପ୍ରଦର୍ଶନୀ ଉଦ୍ଘାଟନ, ଦାର୍ଜିଲିଙ୍ଗ ଗୌଡ଼ୀୟ ମଠରେ ଶ୍ରୀ ବିଗ୍ରହ ପ୍ରତିଷ୍ଠା, ଉତ୍ତର ବଙ୍ଗରେ ହରିକଥାପ୍ରଚାର ଏବଂ ଶ୍ରୀଧାମ ବୃନ୍ଦାବନରେ ବ୍ରଜମଣ୍ଡଳର ସ୍ଥାନେ ସ୍ଥାନେ ଅନୁକ୍ଷଣ ହରି କଥା କୀର୍ତ୍ତନଦ୍ୱାରା ଜଗତରେ ଗୌରମନେ ଭୀଷ୍ଟ ସାଧନ କଲେ ୧୯୩୬: ସାଲର ନଭେମ୍ୱର ମାସରେ ଶ୍ରୀନୀଳାଚଳ କ୍ଷେତ୍ରରେ ଶ୍ରୀଚଟକ ପର୍ବତରେ ଅବସ୍ଥାନ କରିଥିଲେ ନଭେମ୍ୱର ୧୯୩୬:ରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ବିପ୍ରଲମ୍ଭଲୀଳା ଉଦ୍ଦୀପକ ଶ୍ରୀ ଗୋବର୍ଦ୍ଧନାଭିନ୍ନ ଚଟକ ପର୍ବତରେ ଶ୍ରୀ ଗୋବ— ର୍ଦ୍ଧନ ପୂଜା, ଅନ୍ନକୂଟ ମହାମହୋତ୍ସବର ବିପୁଳ ଆୟୋଜନ କଲେ ଅନନ୍ତର କଲିକତା ଶ୍ରୀ ଗୌଡ଼ୀୟ ମଠରେ ଡିସେମ୍ୱର ୧୯୩୬:ରେ ଅସୁସ୍ଥ ହୋଇ ପହିଲା ଜାନୁଆରୀ ୧୯୩୭: , ଗୌରାବ୍ଦ ୪୫: କୃଷ୍ଣ ପଞ୍ଚମୀରେ ଅପ୍ରକଟ ହୋଇଅଛନ୍ତି ତାଙ୍କର ଚିଦାନନ୍ଦ ଦେହ ନବଦ୍ୱୀପ ଶ୍ରୀ ମାୟାପୁର ଧାମରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ ପୀଠ ସଂଲଗ୍ନରେ ସମାଧି ଦିଆ ହୋଇଅଛି

ସର୍ବପ୍ରକାର ଦୁଃସଙ୍ଗ, କପଟତା, କୃତ୍ରିମତା, ଛଳନା ଓ ଅନ୍ୟାୟାଭିଳାଷ ପରିତ୍ୟାଗ କରି ଏରମାତ୍ର କଷ୍ଣେ— ନ୍ଦ୍ରିୟ ତର୍ପଣମୟୀ ସେବାର ପରାକାଷ୍ଠାର କଥା ଏହି ଅର୍ଚାର୍ଯ୍ୟ— ଙ୍କର ଚରିତ୍ର ନିତ୍ୟକାଳ ଜୀବନ୍ତମୂର୍ତ୍ତିରେ ପ୍ରଚାର କରୁଅଛି ଯାବତୀୟ ଧର୍ମ ବ୍ୟବସାୟ, ଯାବତୀୟ ଭୋଗ ଓ ନିରୀଶ୍ୱର ତ୍ୟାଗବାଦ, ତିକ୍କଡ଼ ସମନ୍ୱୟବାଦ, ବହୁରୂପ ମାୟାବାଦ ଏବଂ ପରମାର୍ଥ ରାଜ୍ୟର ଯାବତୀୟ ଛଳନା ଓ କୈତବ ଏହି ଆଚାର୍ଯ୍ୟଙ୍କର ପ୍ରଚାରଦ୍ୱାରା ସମ୍ପୂର୍ଣ୍ଣରୂପେ ଖଣ୍ଡିତ ହୋଇଅଛି ଏହି ମହାତ୍ମା ସର୍ବପ୍ରଥମେ ପୃଥିବୀର ସର୍ବତ୍ର ଶ୍ରୀ ଚୈତନ୍ୟ ଦେବଙ୍କ ବାଣୀ ଶୁଦ୍ଧ ଓ ନିର୍ମଳରୂପେ ପ୍ରଚାର କରିଅଛନ୍ତି ବର୍ତ୍ତମାନ ଯୁଗରେ ଏହି ମହାତ୍ମା ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶୁଦ୍ଧ ରୂପାନୁଗ ଧର୍ମର ଏକମାତ୍ର ରକ୍ଷକରୂପେ ସ୍ୱୀକୃତ—ସନ୍ଦର୍ଭ ଲେଖକ ମହାମହୋପଦେଶକ ସୁନ୍ଦରାନନ୍ଦ ବିଦ୍ୟ ବିନୋଦ, ବିଶେଷ୍ୟ - ଏ. ସଚ୍ଚିଦାନନ୍ଦ ମଠ, କଟକ ]