ଶ୍ରୀରଙ୍ଗମ୍

ଉଇକିଅଭିଧାନ‌ରୁ

ଶ୍ରୀରଙ୍ଗମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ) (ଇଂରାଜୀ - ନାମ ସେରିଙ୍ଗା ପଟାମ୍)[ସମ୍ପାଦନା]

ଦକ୍ଷିଣ ଭାରତର ଶ୍ରୀରଙ୍ଗ ପଟଣା ନାମକ ନଗର —The town of Seringapatam in South India.


ଅନୁବାଦ[ସମ୍ପାଦନା]

[ଦ୍ରଷ୍ଟବ୍ୟ —ଏହା ମାନ୍ଦ୍ରାଜ ପ୍ରଦେଶର ତ୍ରିଚିନାପଲ୍ଲୀ ଜିଲ୍ଲାର ପ୍ରଧାନ ନଗର ଓ ମହିଶୂର ରାଜ୍ୟର ପ୍ରାଚୀନ ରାଜଧାନୀ ଏହା କାବେରୀ ଓ ତହିଁର ଶାଖା କୋଳରୁଣା ମଧ୍ୟସ୍ଥ ଦ୍ୱୀପ ଏହା ତ୍ରିଚିନାପଲ୍ଲିଠାରୁ ୨ ମାଇଲ ଦୂର ଏହିଠାରେ ବିସ୍ତର ସ୍ଥାନବ୍ୟାପୀ, ସପ୍ତାବରଣ ବେଷ୍ଟିତ, ଶିଳ୍ପକଳାପୂର୍ଣ୍ଣ, ଭାରତର ବୃହତ୍ତମ ବିଷ୍ଣୁ ମନ୍ଦିର ଅଛି ଏହାୟ ଆୟତନ ୨୪ X ୧୮: ଫୁଟ ଏବଂ ବାହାରର ବେଢ଼ ୧୩ X ୮୫: ଫୁଟ ବେଢ଼ା ଚାରିପାଖେ ଥିବା ପାଚିରୀମାନଙ୍କ ମଧ୍ୟରୁ ୬ ଫୁଟ ମୋଟ ୩ ଗୋଟି ମୁଗୁନିପଥରର ପାଚିରୀ ଅଛି ସପ୍ତ ପ୍ରାଚୀନ ଅତିକ୍ରମ କରି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ହୁଏ ପ୍ରତ୍ୟେକ ପାଚୀରରେ 'ଗୋପୁରମ୍' ଦ୍ୱାର ଉପରେ ଦୁଇ ପାଖରେ କବାଟ ଲାଗିଥିବା ଉଚ୍ଚ ମନ୍ଦିର ଅଛି ଏହି ପ୍ରାକାରମାନଙ୍କ ସୀମା ମଧ୍ୟରେ ସହସ୍ରାଧିକ ବ୍ରାହ୍ମଣ, ବ୍ୟବସାୟୀ, ଦେବତାଙ୍କ ବ୍ରାହ୍ମଣ ସେବକ ନିବାସ ଓ ଦୋକାନି ଘର କରି ରହିଅଛନ୍ତି

ଶ୍ରୀମନ୍ଦିର ମଧ୍ୟସ୍ଥ ସିଂହାସନରେ ନାନା ରତ୍ନାଳଙ୍କାର ଭୂଷିତ, ସୁବର୍ଣ୍ଣମେଖଳାଯୁକ୍ତ, ଅନନ୍ତଶାୟୀ, ପ୍ରକାଣ୍ଡ ପ୍ରସ୍ତର— ମୟ ବିଷ୍ଣୁମର୍ତ୍ତି ପ୍ରତିଷ୍ଠିତ ଏହାଙ୍କ ଦୁଇ ପାର୍ଶ୍ୱରେ ଲକ୍ଷ୍ମୀ ଓ ସରସ୍ୱତୀ ବିରାଜିତା ସମ୍ମୁଖରେ ଶ୍ୱେତପ୍ରସ୍ତର ନିର୍ମିତ ଗରୁଡ଼ ବଦ୍ଧାଞ୍ଜଳି ହୋଇ ଭକ୍ତରୂପେ ଦଣ୍ଡାୟମାନ ଶ୍ରୀମନ୍ଦିରର 'ଦେବାର୍ଚ୍ଚନ' (ଜଗମୋହନ)ର ଶିଖରରେ ସୁନାର କଳସ ଅଛି 'ଦେବାର୍ଚ୍ଚନ'କୁ ଲାଗି 'ନାଟମନ୍ଦିର'ର ସ୍ତମ୍ଭରାଜି ଚାରୁକଳାମଣ୍ଡିତ

ଚତୁର୍ଥ ପ୍ରାକାର ମଧ୍ୟସ୍ଥ ବେଢ଼ାରେ ଗୋଟିଏ ସହସ୍ର ସ୍ତମ୍ଭଯୁକ୍ତ ମଣ୍ଡପ ଅଛି ଏଠାକୁ ଶ୍ରୀରଙ୍ଗନାଥଙ୍କ ବିଜେ— ପ୍ରତିମା ମାଘ ଶୁକ୍ଳ ଏକାଦଶୀ ଦିନ ମହାସମାରୋହ ଓ ଉତ୍ସବ ସହ ଆନୀତ ହୁଅନ୍ତି ତୃତୀୟ ପ୍ରାଚୀରଠାରୁ ଭିତରକୁ ହିନ୍ଦୁଙ୍କ ଛଡ଼ା ଅନ୍ୟ ଜାତିଙ୍କ ପ୍ରବେଶ ନିଷିଦ୍ଧ ମନ୍ଦିର ସଂଲଗ୍ନ ଦେବାର୍ଚ୍ଚନା (ବା ଜଗମୋହନ) ମଧ୍ୟକୁ ଦ୍ରାବିଡ଼ୀୟ ବ୍ରାହ୍ମଣଙ୍କ ଛଡ଼ା ଅନ୍ୟ କେହି ପ୍ରବେଶ କରି ପାରନ୍ତି ନାହିଁ

ଶ୍ରୀମନ୍ଦିରର ଏକପାର୍ଶ୍ୱରେ ଅଷ୍ଟରତ୍ନାଳଙ୍କାର ବିମଣ୍ଡିତ ଲକ୍ଷ୍ମିଦେବୀଙ୍କ ମନ୍ଦିର ଅଛି ଏହି ମନ୍ଦିର ନିକଟରେ 'ଚନ୍ଦ୍ରପୁଷ୍କରିଣୀ' ନାମରେ ଗୋଟିଏ ଜଳାଶୟ ଅଛି

ଏହି ଶ୍ରୀରଙ୍ଗମ୍ ମନ୍ଦିର ବେଢ଼ା ମଧ୍ୟରେ ଭାରତ ବିଖ୍ୟାତ ବୈଷ୍ଣବ ଧର୍ମ ସଂସ୍କାରକ ରାମାନୁଜଙ୍କ ଥିଲା ଏବଂ ମନ୍ଦିର ପ୍ରାଙ୍ଗଣରେ ରାମନୁଜଙ୍କ ବସିଥିବା ପୀଠ ଅଦ୍ୟାବଧି ରହିଅଛି ଏକ ସମୟରେ ମୁସଲମାନ୍ମାନେ ମନ୍ଦିରକୁ ଆକ୍ରମଣ କରିବାରୁ ସେବକମାନେ ଶ୍ରୀରଙ୍ଗନାଥଙ୍କୁ ନେଇ ତ୍ରିପତି ପର୍ବତରେ ଲୁଚାଇ ରକ୍ଷା କରିଥିଲେ ପରେ ବିଜୟ ନଗର ରାଜ୍ୟସ୍ଥ ଜଙ୍ଗି ଅଞ୍ଚଳର ଶାସନକର୍ତ୍ତା ଗୋପଣାଚାର୍ଯ୍ୟ ରଙ୍ଗାନାଥଙ୍କୁ ସେଠାରୁ ନେଇ କିଛିଦିନ ଆପଣା ରାଜଧାନୀରେ ରଖି ୧୨୯୩: ସାଲରେ ଆଣି ଶ୍ରୀରଙ୍ଗମ୍ଠାରେ ଏହି ମନ୍ଦିର ତୋଳାଇ ତହିଁରେ ରଖାଇଲେ ପରେ ଜଣେ ବାବାଜୀ ଓ ତାଙ୍କ ଶିଷ୍ୟାନୁଶିଷ୍ୟମାନ ଭିକ୍ଷା ଲବ୍ଧ ଧନରେ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଇଥିଲେ

ଏହି ଶ୍ରୀରଙ୍ଗମ୍ମନ୍ଦିରର ଚତୁର୍ଥ ପ୍ରାକାର ମଧ୍ୟରେ ଗୋଟିଏ ପ୍ରକାଣ୍ଡ ହସ୍ତିଶାଳା ଅଛି ଓ ତହିଁର ସମ୍ମୁଖସ୍ଥ ୪ ଗୋଟି ଖୁଣ୍ଟରେ ଯୁଦ୍ଧର ଦୃଶ୍ୟ ପଥରରେ ଖୋଦିତ ହୋଇ ଜୀବନ୍ତ ମୂର୍ତ୍ତିପରି ଦେଖା ଯାଉଅଛି ଓ ଏହି କାରୁକାର୍ଯ୍ୟ ଭୁବନ— ବିଖ୍ୟାତ ଅଟେ

ଶ୍ରୀରଙ୍ଗନାଥଙ୍କ ମନ୍ଦିରରୁ ଏକ ଦୂରରେ ଶ୍ରୀ ଜମ୍ୱୁ— କେଶ୍ୱର ନାମକ (ମହାଦେବଙ୍କ ଜଳମୂର୍ତ୍ତି) ମହାଦେବ ଅଛନ୍ତି ଏ ଶିବ ମନ୍ଦିର ୪ ଗୋଟି ପ୍ରାକାରବେଷ୍ଟିତ ଏ ମହାଦେବଙ୍କ ଲିଙ୍ଗକୁ ନିକଟବର୍ତ୍ତୀ ଏକ ଗଭୀର କୂପର ଜଳ ଆଭ୍ୟନ୍ତରିକ ପୟଃପ୍ରଣାଳୀଦ୍ୱାରା ଆସି ନିୟତ ଅଭିଷିକ୍ତ କରୁଅଛି ଏ ମନ୍ଦିରର କାରୁକାର୍ଯ୍ୟ ଶ୍ରୀରଙ୍ଗନାଥଙ୍କ ମନ୍ଦିର ଅପେକ୍ଷା ଉତ୍କୃଷ୍ଟ, କିନ୍ତୁ ଜୀର୍ଣ୍ଣ ହୋଇଅଛି [ମଦନମୋହନ ତୀର୍ଥଦର୍ଶନ]

ଭାରତବର୍ଷର ଆଧୁନିକ ଇତିହାସରେ ମଧ୍ୟ ଶ୍ରୀରଙ୍ଗପତ୍ତନ ଖ୍ୟାତି ଲାଭ କରିଅଛି ମହୀଶୂର ପ୍ରଥମେ ହିନ୍ଦୁ ରାଜ୍ୟ ଥିଲା ହାଇଦର ଅଲ୍ଲୀ ହିନ୍ଦୁରାଜାଙ୍କୁ ତଡ଼ି ଦେଇ ମହୀଶୂରର ସୁଲତାନ୍ ହେଲେ ଓ ଶ୍ରୀରଙ୍ଗପତନ ଏହି ମହୀଶ୍ୱର ସୁଲତାନଙ୍କ ରାଜଧାନୀ ହେଲା ମହୀଶୂରର ସୁଲତାନ୍ ହାଇଦର ଅଲ୍ଲୀ ଓ ତାଙ୍କ ପୁତ୍ର ଟିପୁ ସୁଲତାନଙ୍କ ସଙ୍ଗେ ଇଂରେଜମାନଙ୍କର ଏହିଠାରେ ଏକାଧିକ ଥର ଯୁଦ୍ଧ ହୋଇଥିଲା ଇଂରାଜ ଓ ଟିପୁଙ୍କ ମଧ୍ୟରେ ତୃତୀୟ ମହୀଶୂର ଯୁଦ୍ଧ ୧୭୯: ସାଲରେ ଆରବ୍ଧ ହୋଇଥିଲା ୧୭୯୨:ରେ ଗଭର୍ଣ୍ଣର୍ ଜେନରଲ୍ ଲର୍ଡ଼ କର୍ଣ୍ଣବାଲିସ୍ ଟିପୁଙ୍କୁ ପରାସ୍ତ କରି ଶ୍ରୀରଙ୍ଗପତ୍ତନକୁ ଆକ୍ରମଣ କରିବାରୁ ଏହିଠାରେ ଟିପୁଙ୍କ ସଙ୍ଗେ ଇଂରାଜଙ୍କର ସନ୍ଧି ହୋଇଥିଲା ଏହି ସନ୍ଧିର ଫଳରେ ଟିପୁ ଇଂରାଜଙ୍କୁ ଯୁଦ୍ଧର ବ୍ୟୟ ଦେବାକୁ ବାଧ୍ୟ ହେଲେ ଓ ଇଂରାଜମାନେ 'ମାଲବାର' ଓ 'କର୍ଣ୍ଣାଟ' (ସାଲେମ ଓ ମଦୁରା ଜିଲ୍ଲା) ପାଇଲେ

ପୁନର୍ବାର ୪ର୍ଥ ମହୀଶୂର ଯୁଦ୍ଧରେ ୧୭୯୯: ସାଲରେ ଟିପୁ ସୁଲତାନ ପରାଜିତ ହୋଇ ଶ୍ରୀରଙ୍ଗପତ୍ତନକୁ ପଳାଇ ଆସିଲେ ଇଂରାଜ ସେନା ଏହି ରାଜଧାନୀକୁ ଅବରୋଧ କରି ଏହାକୁ ଅଧିକାର କଲେ ଓ ଟିପୁ ସୁଲତାନ ଏହି ଦୁର୍ଗର ତୋରଣକୁ ରକ୍ଷା କରୁ କରୁ ଏହିଠାରେ ନିହତ ହେଲେ ଗଭର୍ଣ୍ଣର୍ ଜେନେରଲ ମାର୍କୁଇସ୍ ଅଫ୍ ବେଲେସ୍ଲି ମହୀଶୂର ରାଜ୍ୟରେ ଟିପୁଙ୍କ ପତା ହାଇଦର ଅଲ୍ଲୀଙ୍କଦ୍ୱାରା ବିତା଼ଡ଼ିତ ହିନ୍ଦୁରାଜାଙ୍କର ୫ ବର୍ଷ ବୟସ୍କ ପୁତ୍ର 'କୃଷ୍ଣରାଜା'ଙ୍କୁ ରାଜା କଲେ ଓ ଟିପୁ ସୁଲତାନଙ୍କ ପୁଅମାନଙ୍କୁ ନେଇ ଭେଲୋର ନଗରରେ ରଖାଇ ସେଠାରେ ତାଙ୍କ ପାଇ ବୃତ୍ତି (ପେନ୍ସନ) ଖଞ୍ଜା କରି ଦେଲେ ତଦବିଧି ମହୀଶୂର ହିନ୍ଦୁ ଶାସିତ ରାଜ୍ୟ ହୋଇଅଛି ]