ଶ୍ରୀରାମଚନ୍ଦ୍ର ପୁର

ଉଇକିଅଭିଧାନ‌ରୁ

ଶ୍ରୀରାମଚନ୍ଦ୍ର ପୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବି—(ନାମ)[ସମ୍ପାଦନା]

ପୁରୀ ଜିଲ୍ଲା ରାହାଙ୍ଗ ପ୍ରଗଣା ଅନ୍ତର୍ଗତ ସତ୍ୟବାଦୀ (ସାକ୍ଷୀଗୋପାଳ)ର ଏକ ମାଇଲ୍ ପଶ୍ଚିମରେ ଅବସ୍ଥିତ ଗୋଟିଏ ବ୍ରାହ୍ମଣ ଶାସନ —Name of a Brahman village, one mile to the west of Satyabadi in district Puri.

[ଦ୍ରଷ୍ଟବ୍ୟ —ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନମାନଙ୍କ ମଧ୍ୟରେ ଏ ଶାସନ ଅନେକଗୁଡ଼ିଏ ଆଧୁନିକ ଓ ପ୍ରାଚୀନ କୃତବିଦ୍ୟ, ଗୁଣୀ, ଦେଶହିତୈଷୀଙ୍କ ଜନ୍ମସ୍ଥାନରୂପେ ବିଖ୍ୟାତ

ସ୍ୱର୍ଗୀୟ ପଣ୍ଡିତ ହରିହର ଦାସ (ପୁରୀ ସଂସ୍କୃତ କଲେଜର ପ୍ରଥମ ଉଦ୍ଗୋକ୍ତା), ସ୍ୱର୍ଗୀୟ ସିଦ୍ଧେଶ୍ୱର ତ୍ରିପାଠୀ (ଦାର୍ଶନିକ ପଣ୍ଡିତ ଓ ଗ୍ରନ୍ଥକାର), ଶ୍ରୀ ନୀଳକଣ୍ଠ ଦାସ ଏମ୍. ଏ., ଶ୍ରୀ ଲିଙ୍ଗରାଜ ମିଶ୍ର ଏମ୍. ଏ, ଆ଼ଚାର୍ଯ୍ୟ ହରିହର ଦାସ, ଓ ଶ୍ରୀଯୁକ୍ତ ଗୋବିନ୍ଦ ତ୍ରିପାଠୀ ଏମ୍ ଏ, ଓ ଲେଖକ, ଡେପୁଟି କଲେକ୍ଟର, ସମାଜ ସଂସ୍କାରକ, ଦେଶ ହିତୈଷୀ, ଉଚ୍ଚ ଶିକ୍ଷା ପ୍ରବର୍ତ୍ତକ ଓ ଶିକ୍ଷା ସଂସ୍କାରକ ବହୁ କର୍ମୀଙ୍କର ଓ ବହୁ ମାନ୍ୟଗଣ୍ୟ ସରକାରୀ ଉଚ୍ଚକାର୍ମଚାରୀଙ୍କର ଏହା ଜନ୍ମସ୍ଥାନ ଅଟେ]