ଶ୍ରୀ ପଞ୍ଚମୀ

ଉଇକିଅଭିଧାନ‌ରୁ

ଶ୍ରୀ ପଞ୍ଚମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସ୍ତ୍ରୀ =ସରସ୍ୱତୀ+ପଞ୍ଚମୀ; ସରସ୍ୱତୀଙ୍କ ପୂଜାର୍ଥ ପ୍ରଶସ୍ତ ପଞ୍ଚମୀ)[ସମ୍ପାଦନା]

୧. ମାଘ ଶୁକ୍ଲପଞ୍ଚମୀ —୧. The ୫ht day of the bright lunar fortnight of Māgha (in which the Goddess of Learning is worshipped).

[ଦ୍ରଷ୍ଟବ୍ୟ — କେହି କେହି କହନ୍ତି ଏହି ପଞ୍ଚମୀରେ କାର୍ତ୍ତିକେୟ ଲକ୍ଷ୍ମୀଙ୍କ ସହିତ ସମ୍ମିଳିତ ହୋଇଥିଲେ ତେଣୁ ଏହା ଶ୍ରୀପଞ୍ଚମୀ ନାମରେ ଅଭିହିତ ହେଉଅଛି (ବିଶ୍ୱକୋଷ) ମାତ୍ର ଆମ ଦେଶରେ ଏ ଦିନ ସରସ୍ୱୀତୀଙ୍କର ପୂଜା ହୁଏ ଓ ବିଦ୍ୟାଳୟର ଛାତ୍ରମାନେ ସରସ୍ୱତୀଙ୍କୁ ଆବାହନ କରି ମହାସମାରପୋହ ସହକାରେ ପୂଜା କରନ୍ତି ପୁରୁଣାକାଳର ଚାହାଳିମାନଙ୍କର ଛାତ୍ରମାନେ ଗୋଟିଏ ନଡ଼ିଆକୁ ଚିତ୍ର କରି ସେ ନଡ଼ିଆକୁ ଧରି ଅଭିଭାବକ ଓ ବନ୍ଧୁମାନଙ୍କ ଘରକୁ ଯାଇ ସରସ୍ୱତୀ, ଗଣେଷ ଓ ଶ୍ରୀକୃଷ୍ଣ ଆଦିଙ୍କ ସ୍ତବ, ଗୀତ ଓ ନାନାପ୍ରକାର ଛନ୍ଦ ଆଦି ବୋଲି ବସ୍ତ୍ର, ଧନାଦି ଭିକ୍ଷା କରି ଆଣି ଅବଧାନଙ୍କୁ ଦେଉଥିଲେ ଏ ବିଧି ଏବେ ପ୍ରାୟ ଲୋପ ହୋଇ ଗଲାଣି ସ୍କୁଲମାନଙ୍କରେ ସରସ୍ୱତୀ ପ୍ରତିମା ନିର୍ମିତ ହୋଇ ଆଜିକାଲି ମହାସମାରୋହ ସହକାରେ ତାହାଙ୍କର ପୂଜା ହେଉଅଛି]

୨. ଭବିଷ୍ୟ ପୁରାଣୋକ୍ତ ସ୍ତ୍ରୀମାନଙ୍କ ଆଚରଣୀୟ ବ୍ରତ ଓ ଲକ୍ଷ୍ମୀନାରାୟଣ ପୂଜା —୨. A religious vow observed by females for six years beginning from the ୫th day of the bright lunar fortnight of of Māgha.

[ଦ୍ରଷ୍ଟବ୍ୟ — ଶୁଦ୍ଧ କାଳରେ ମାଘଶୁକ୍ଳ ପଞ୍ଚମୀଠାରୁ ଏହି ବ୍ରତ ଆରମ୍ଭ କରାଯାଏ ପୂର୍ବଦିନ ସଂଯମ କରି ରୀତିରେ ପ୍ରତିମାସ ଶୁକ୍ଳ ପଞ୍ଚମୀଠାରୁ ଏ ବ୍ରତରୁ ଅନ୍ୱଷ୍ଠାନ ହୁଏ; ଏହି ରୀତିରେ ପ୍ରତିମାସ ଶୁକ୍ଳ ପଞ୍ଚମୀ ଦିନ ବ୍ରତାବରଣ କର୍ତ୍ତବ୍ୟ; କ୍ରମା ସମନ୍ୱୟରେ ଛଅବର୍ଷ ପର୍ଯ୍ୟନ୍ତ ଏହି ବ୍ରତ ପାଳିତ ହୁଏ ପ୍ରଥମ ଦୁଇ ବର୍ଷ ପଞ୍ଚମୀରେ ଲବଣବିହୀନ ଅନ୍ନ ଭୋଜନ କରିବାକୁ ହୁଏ, ଦ୍ୱୀତୀୟ ଦୁଇ ବର୍ଷ ହବିଷ୍ୟାନ୍ନ ମାତ୍ର ଗ୍ରହଣ କରାଯାଏ ପଞ୍ଚମ ବର୍ଷ କେବଳ ଫଳହାର କରାଯାଏ, ଷଷ୍ଠ ବର୍ଷ ଉପବାସ ରହିବାକୁ ହୁଏ; ଏହା ପରେ ବ୍ରତ ଉଦ୍ ଯାପନ କରାଯାଏ ଏହି ବ୍ରତର ପୂଜାବିଧି ପ୍ରଭୃତିର ବିସ୍ତାରିତ ବିବରଣ ଭବିଷ୍ୟ ପୁରାଣରେ ବର୍ଣ୍ଣିତ ହୋଇଅଛି (ବିଶ୍ୱକୋଷ)


ଶବ୍ଦ କଳ୍ପଦ୍ରୁମ ମତରେ ଗୌଡ଼ଚାରକ୍ରମେ ଏ ଦିନ ସରସ୍ୱତୀଙ୍କ ପୂଜା ହୁଏ ମାତ୍ର ଗୌଡ଼ ଦେଶର ଅନ୍ତର୍ଗତ ନ ହେଲେହେଁ ଆମ୍ଭମାନଙ୍କ ଉତ୍କଳଖଣ୍ଡରେ ମଧ୍ୟ ଏ ଦିନ ସରସ୍ୱତୀ ଦେବୀଙ୍କର ପୂଜା ହୁଏ ଏବଂ ବିଦ୍ୟାର୍ଥୀମାନେ ଅଧ୍ୟୟନର ଉପକରଣ, ପୁସ୍ତକ, ଲେଖନୀ, ମସ୍ୟାଧାର ପ୍ରଭୁତିକୁ ପୂଜା କରନ୍ତି ବ୍ରହ୍ମ ପୁରାଣମତରେ ଏହି ପଞ୍ଚମୀରେ ଗୌରୀପୂଜା ମଧ୍ୟ ହୁଏ— ଶବ୍ଦକଳ୍ପଦ୍ରମ]