ଶ୍ରୀ ବାସ

ଉଇକିଅଭିଧାନ‌ରୁ

ଶ୍ରୀ ବାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବହୁବ୍ରୀହିନ୍ଦୀ - ଶ୍ରୀ=ଲକ୍ଷ୍ମୀଙ୍କଠାରେ ବାସ ବା ଅବସ୍ଥାନ ଯାହାଙ୍କର)[ସମ୍ପାଦନା]

୧. ବିଷ୍ଣ; ଶ୍ରୀନିବାସ —୧. Bishṇu.
୨. (ଶ୍ରୀ= ଦେବଦାରୁ ଗଛରେ ବାସ ଯାହାର)—ଶ୍ରୀ ପିଷ୍ଟ (ଦେଖ) - —୨. Ṡrīpishṭa (See)
୩. (ଶ୍ରୀ= ଲକ୍ଷ୍ମୀ ବା ଶୋଭାର ବାସସ୍ଥାନ)—ପଦ୍ମ —୩. Lotus
୪. ଶିବ (ବିଶ୍ୱକୋଷ) —୪. Ṡiba.
୫. ଗୁଗ୍ଗୁଳୁ— (ବିଶ୍ୱକୋଷ) —୫. Bdelium.
୬. ଦେବଦାରୁ— ବିଶ୍ୱକୋଶ —୬. The pine tree.
୭. ଧୂପ— (ବିଶ୍ୱକୋଷ) —୭. Incense; resin

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶ୍ରୀ ଗୌରାଙ୍ଗ ବା ଚୈତନ୍ୟଙ୍କର ପ୍ରିୟ ସହଚର — Name of a favourite companion of Ṡrī ch&aline;i̱tanya

[ଦ୍ରଷ୍ଟବ୍ୟ — ଏ ଜଣେ ପରମ ବୈଷ୍ଣବ ଓ ସାଧୁଥିଲେ ଶ୍ରୀଚୌତନ୍ୟ ଦେବଙ୍କ ସମସାମୟିକ ଥିଲେ ଏହାଙ୍କ ଜନ୍ମସ୍ଥାନ ଶ୍ରୀହଟ୍ଟରେ ଥିଲା ବିଦ୍ୟା— ଶିକ୍ଷାର୍ଥ ଏ ଓ ଏହାଙ୍କର ଆଉ ୩ ଭାଇ ନବଦ୍ୱୀପକୁ ଆସି ଥିଲେ ଓ ସେଠାରେ ଘର ତୋଳି ବାସ କଲେ ଏ ବାଲ୍ୟକାଳରେ ହରିଭକ୍ତିପରାୟଣ ଥିଲେ ଓ ସ୍ୱରାହରେ ବସି ଏପରି ଉଚ୍ଚୈସ୍ୱରେ ନାମକୀର୍ତ୍ତନ କରୁଥିଲେ ଯେ ପ୍ରତିବେଶୀମାନେ ବିରକ୍ତ ହୋଇ ତାଙ୍କୁ ପ୍ରତି ଅତ୍ୟାଚାର କରୁଥିଲେ ତଥାପି ସେ ସଂକୀର୍ତ୍ତନରୁ କ୍ଷାନ୍ତ ହେଉ ନ ଥିଲେ ଶ୍ରଚୈତନ୍ୟଙ୍କ ଅଧ୍ୟୟନ ସମାପନ ପରେ ଶ୍ରୀବାସଙ୍କ ଗୃହକୁ ଈଶ୍ୱରପୁରୀ (ଭାରତୀ) ନାମକ ପ୍ରସିଦ୍ଧ ଭାଗବତ ଆସି ସେଠାରେ ରହିଲେ ଓ ସେଠାରେ ତାଙ୍କୁ ଦେଖା କରିବାକୁ ଚୈତନ୍ୟ ଦେବ ଆସିଲେ ଏହି ସୁଯୋଗରେ ଶ୍ରୀବାସ ଓ ନବଦ୍ୱୀପବାସୀ ଅନ୍ୟ ବୌଷ୍ଣବମାନଙ୍କ ସଙ୍ଗେ ଚୈତନ୍ୟଙ୍କର ସମ୍ପର୍କ ହେଲା ଓ ଶ୍ରୀବାସଙ୍କ ଗୃହ ଓ ଅଗଣା ପ୍ରତିଦିନ ନାମସଂକିର୍ତ୍ତନରେ ଉଚ୍ଚୁଳିଲା ପ୍ରତିଦିନ ସନ୍ଧ୍ୟା ସମୟରେ ଚୈତନ୍ୟଦେବ ଶ୍ରୀବାସଙ୍କ ଅଗଣାକୁ ଆସି ସଂକୀର୍ତ୍ତନରେ ଯୋଗ ଦେଉଥିଲେ ଶ୍ରୀବାସ ପରେ ଚୈତନ୍ୟଙ୍କର ଜଣେ ପରମଭକ୍ତ ହେଲେ ବିଶ୍ୱକୋଷ ]