ଶ୍ରୀ ବୈକୁଣ୍ଠ

ଉଇକିଅଭିଧାନ‌ରୁ

ଶ୍ରୀ ବୈକୁଣ୍ଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମାନ୍ଦ୍ରାଜର ତିନ୍ନେବଲ୍ଲୀ ଜିଲ୍ଲାର ହିନ୍ଦୁ ତୀର୍ଥ ଓ ନଗର —Name of a holy town in the Tinnevelly district of Madras.

[ଦ୍ରଷ୍ଟବ୍ୟ —ଏହା ତିନ୍ନେବଲ୍ଲୀ ସହରରେ ୧୬: ମାଇଲ୍ ଦକ୍ଷିଣପୂର୍ବରେ ତାମ୍ରପର୍ଣ୍ଣୀ ନଦୀର ଉତ୍ତର କୂଳରେ ଅବସ୍ଥିତ ଏଠାରେ ସାର୍ଦ୍ଧ ତିନି ଶତ ବର୍ଷ ପର୍ବର ୧ଟି ମନ୍ଦିର ଅଛି ତହିଁ ମଧ୍ୟରେ ବିଷ୍ଣୁ ମନ୍ଦିର ଓ କୈଳାସନାଥ ମନ୍ଦିର ପ୍ରସିଦ୍ଧ ଓ ସ୍ଥାପତ୍ୟ ଶିଳ୍ପ— ପୂର୍ଣ୍ଣ ନଗରପାର୍ଶ୍ୱସ୍ଥ ଖଣ୍ଡଶୈଳରେ ଗୁଡ଼ିଏ ଜୈନମୂର୍ତ୍ତି ଓ ପ୍ରାଚୀନ ସମାଧିନିହିତ ପାତ୍ରାଦିର ନିଦର୍ଶନ ମିଳେ ଏଠାରେ କୋଟବେଲ୍ଲାଳ ନାମରେ ଏକ ନିମ୍ନଶ୍ରେଣୀ ଶୂଦ୍ର ଜାତି ବାସ କରନ୍ତି ଏମାନେ ଯେଉଁ ଦୁର୍ଗରେ ବାସ କରନ୍ତି ସେ ଦୁର୍ଗର ବାହାରାକୁ ଯିବାକୁ କେବେ ହେଲେ ରାଜି ହୁଅନ୍ତି ନାହିଁ ଏମାନେ ପ୍ରାଚୀନ ରାଜପ୍ରଦତ୍ତ ସନନ୍ଦ ବଳରେ ଏ ଦୁର୍ଗରେ ବାସ କରି ଆସିଅଛନ୍ତି ଏମାନଙ୍କ ଆଚାର ବ୍ୟବାହାର ମଧ୍ୟ ନତନ ପ୍ରକାରର ଏହି ତାମ୍ରପର୍ଣ୍ଣୀ ନଦୀର ଉପରିସ୍ଥ ଅନିକଟ (ସେତୁ) ମଧ୍ୟଶ୍ରୀ ବୈକୁଣ୍ଠନାମରେ ଅଭିହିତ (ବିଶ୍ୱକୋଷ)